କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବ:ମନମୋହନଙ୍କୁ ଇମ୍ରାନ୍‌ଙ୍କ ନିମନ୍ତ୍ରଣ

ଇସ୍‌ଲାମାବାଦ,୧୧-୧୦:ନଭେମ୍ବରରେ ହେବାକୁ ଥିବା କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜାଲ ଗୁରୁବାର କହିଛନ୍ତି, ନଭେମ୍ବର ୨ରେ କର୍‌ତାରପୁର କରିଡର୍‌ ଉଦ୍‌ଘାଟନ ହେବା ପାଇଁ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ଏହା କରାଯିବ। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଆନୁଷ୍ଠାନିକ ଭାବେ ମନମୋହନ ସିଂଙ୍କୁ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ପ୍ରକାଶ ଯେ, ଶିଖ୍‌ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ ଅବସରରେ ନିର୍ମାଣାଧୀନ ଏହି କରିଡର ପଞ୍ଜାବର ଗୁର୍‌ଦାସପୁର ଜିଲା ଡେରା ବାବା ନାନକ ପୀଠ ସହ ପାକିସ୍ତାନର କର୍‌ତାରପୁରସ୍ଥିତ ଦରବାର ସାହିବକୁ ଯୋଡ଼ିବ। ସେଠାକୁ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଭିଜାମୁକ୍ତ ଯାତ୍ରା ଅନୁମତି ଦେବା ପାଇଁ ପାକିସ୍ତାନ ରାଜି ହୋଇଛି। ପାକିସ୍ତାନ ପକ୍ଷରୁ ନିମନ୍ତ୍ରଣ ମିଳିନାହିଁ ଏବଂ ମନମୋହନ ସିଂ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ନ ପାରନ୍ତି ବୋଲି ପୂର୍ବରୁ ତାଙ୍କ ଅଫିସ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି...

ପିଲାଟି ଜନ୍ମ ହେବା କ୍ଷଣି ଜଣାପଡ଼ିଲା ବୟସ ୨୭, ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ

ଓ୍ବାଶିଂଟନ,୪ା୧୨: ବିଜ୍ଞାନ ଯେ, ଅଗ୍ରଗତି କରିଛି ତାହା ଅସ୍ବୀକାର କରାଯାଇପାରେନା। କାରଣ ଆମେରିକାରେ ଏମିତି ଶିଶୁ ଜନ୍ମ ନେଇଛି ଯାହାର ବୟସ ୨୭ ବର୍ଷ। ଏପରିକି...

ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ...

ହାତରେ ମୋଦିଙ୍କ ଫଟୋ ଧରି ପ୍ରଦର୍ଶନ କଲେ ପାକିସ୍ତାନୀ

ସାନ୍ନ୍‌,୧୮।୧: ପାକିସ୍ତାନରେ ପ୍ରଦର୍ଶନକାରୀ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଧରି ରାଲି କରିଛନ୍ତି। ସ୍ବତନ୍ତ ସିନ୍ଧ୍‌ ଦେଶ ଦାବି କରି ସାନ୍ନ୍‌ ସହରରେ ଏହି...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ...

ବଳାତ୍କାରୀଙ୍କଠାରୁ ରକ୍ଷା ପାଇବା ପାଇଁ ୩୦ ଫୁଟ ଉଚ୍ଚରୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୧୫।୪: ଋଷିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ୩୦ ଫୁଟ ଉପରୁ ଡେଇଁ ପଡ଼ିଛନ୍ତି। ଏହି ଯୁବତୀଙ୍କ...

ଜଣଙ୍କ ଶରୀରରେ ୨ ଭାରିଆଣ୍ଟ

ବ୍ରସେଲ୍ସ, ୧୨ା୭: ଏକା ଥରକରେ କରୋନା ଭୂତାଣୁର ଆଲ୍‌ଫା ଏବଂ ବିଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଲ୍‌ଜିୟମର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା...

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

Advertisement


Archives

Model This Week

Why Dharitri