କର୍ମଚାରୀ, ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିଲା କଣିହାଁ ଏନଟିପିସି

ତାଳଚେର, ୫ା୪(ନି.ପ୍ର.)- ଏନଟିପିସି କଣିହାଁ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଏହାର କର୍ମଚାରୀ, ଠିକା ଶ୍ରମିକ, ଟାଉନଶିପ୍ ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ମାସ୍କ ବଣ୍ଟନ କରାଯାଇଛି । କମ୍ପାନୀର ସାମାଜିକ ଦାୟିତ୍ୱ ବୋଧ ଯୋଜନାରେ ଏନଟିପିସି କର୍ତ୍ତୃପକ୍ଷ ସ୍ଥାନୀୟ ଗଦାଶିଳା ପଞ୍ଚାୟତରେ ୫ ଶହ କଟନ୍ ମାସ୍କ, ଟାଉନଶିପ ଓ ଏହାର ଆଖପାଖ ଗ୍ରାମର ବିଭିନ୍ନ ବ୍ୟବସାୟୀ, ପରିବା ଓ ଫଳ ଦୋକାନୀମାନଙ୍କୁ ୨ ଶହ ମାସ୍କ ପ୍ରଦାନ କରିଛନ୍ତି । ଏଥିସହ କରୋନା ସଂକ୍ରମଣ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ରାସ୍ତାଘାଟକୁ ବିଶୋଧନ କରିବା ପାଇଁ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଛି । ମାସ୍କ ବଣ୍ଟନ ସମୟରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା । ଦେଶରେ ଏନଟିପିସିର ବିିଭିନ୍ନ ବିଦ୍ୟୁତ୍ ପ୍ରକଳ୍ପ କେନ୍ଦ୍ର ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କେନ୍ଦ୍ରୀୟ ଶକ୍ତି (ରାଷ୍ଟ୍ର ପାହ୍ୟା) ମନ୍ତ୍ରୀ ଆର. କେ. ସିଂଙ୍କ ପରାମର୍ଶ କ୍ରମେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଏନଟିପିସି ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନକୁ ପ୍ରଶଂସା କଲେ ନବୀନ

ଭଦ୍ରକ ଅଫିସ,୧୪।୪: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲାପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲାପ୍ରଶାସନକୁ...

ସିମେଣ୍ଟ ଉଠି ବାହାରିଛି ଛଡ଼: ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ କାମ ନିମ୍ନମାନର ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଜମନକିରା,୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଳ ଛକ ପିଡବ୍ଲ୍ୟୁଡି ରାସ୍ତାରୁ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ ନିମ୍ନମାନର...

ସରପଦାରେ ହେବ ମିନିଷ୍ଟାଡିୟମ୍‌

ଭଣ୍ଡାରିପୋଖରୀ, ୧୮।୯ (ଡି.ଏନ.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ସ୍କୁଲ ପଡ଼ିଆରେ ମିନିଷ୍ଟାଡିୟମ୍‌ ନିର୍ମାଣ ହେବ। ଏଥିପାଇଁ ଅଢ଼େଇ ଏକର ସ୍ଥାନ...

ମାସ୍କ ନ ପିନ୍ଧି ଦେଲେ ୮୭ ହଜାରରୁ ଅଧିକ ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୯।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ...

ସ୍ପଟ୍‌ ଆଡମିଶନ ପିଲା ନିରାଶରେ ଫେରିଲେ

ବ୍ରହ୍ମପୁର ଅଫିସ,୧୬।୯: ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଆଡ଼ମିଶନ ପ୍ରକ୍ରିୟା ଚାଲୁ ରହିଛି। ବ୍ରହ୍ମପୁରରେ ଥିବା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ୨ ପ୍ରଥମ...

୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୧୩ା୧୧: ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରାଡବଜାର ଅଞ୍ଚଳରୁ ପୋଲିସ ଦୁଇ ଯୁବକଙ୍କଠାରୁ ୨୭ ଗ୍ରାମ ବାଉନସୁଗାର ଜବତ କରିଛି। ଏନେଇ ପୋଲିସ...

ସଂକ୍ରିଗୁଡ଼ା ଯିବାକୁ ଆଣ୍ଠୁଏ କାଦୁଅ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ ସଂକ୍ରିଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୀର୍ଘବର୍ଷ ହେବ ଏହି...

Advertisement
Archives

Model This Week