କର୍ମକ୍ଷେତ୍ରକୁ ଫେରିବେ ୨୦ହଜାର ଶ୍ରମିକ

ବାଙ୍ଗାଲୋର,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ ହେବ ସମସ୍ତ କଳକାରଖାନା ବନ୍ଦ ହୋଇରହିଛି। ଲକ୍ଷଲକ୍ଷ କର୍ମଚାରୀ କାମଧନ୍ଦା ନ ପାଇ ଭୋକ ଓପାସରେ ରହୁଛନ୍ତି। ଏପରି କି ଅଧିକାଂଶ ଭିଟାମାଟିକୁ ଫେରିଯାଇଛନ୍ତି। ଅପରପକ୍ଷରେ ଦୀର୍ଘଦିନ ଧରି ଶିଳ୍ପାନୁଷ୍ଠାନ ଓ ବେସରକାରୀ ସଂସ୍ଥାଗୁଡ଼ିକ ବନ୍ଦ ରହିବା କାରଣରୁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଆର୍ଥତ୍କ ସଙ୍କଟ ମଧ୍ୟ ଦେଖା ଦେଇଛି। ଏବେ ୩ୟ ପର୍ଯ୍ୟାୟ ଲକ୍‌ଡାଉନରେ କେନ୍ଦ୍ର ସରକାର କଳକାରଖାନା ଓ ଶିଳ୍ପାନୁଷ୍ଠାନ ଚଳାଇବା କଟକଣା ଉପରେ କୋହଳ କରିଛନ୍ତି। ତେଣୁ ବିଭିନ୍ନ କଳକାରଖାନାର ମାଲିକମାନେ ଶ୍ରମିକଙ୍କୁ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ବାଙ୍ଗାଲୋରରେ ଥିବା କେତେକ ଶିଳ୍ପସଂସ୍ଥାର ମାଲିକ ପ୍ରାୟ ୨୦ହଜାର ଶ୍ରମିକଙ୍କୁ ବାଙ୍ଗାଲୋର ଫେରାଇ ଆଣି କାମ ଆରମ୍ଭ କରିବାକୁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାର ମଧ୍ୟ ଏହାକୁ ବିଚାରକୁ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନେ କିପରି ଭାବେ କର୍ମକ୍ଷେତ୍ରକୁ ଯାଇପାରିବେ, ସେଥିପାଇଁ ସେମାନଙ୍କୁ ଯାତାୟାତ ସୁବିଧା ଯୋଗାଇବାକୁ କୁହାଯାଇଛି। ଅତିକମ୍‌ରେ ୨୦ହଜାର ଶ୍ରମିକ ସ୍ବତନ୍ତ୍ର ବସ୍‌ ଯୋଗେ ବାଙ୍ଗାଲୋର ଚାଲି ଆସିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଉତ୍ପାଦନ କ୍ଷମ ହୋଇପାରିବ ବୋଲି ଇଣ୍ଡଷ୍ଟ୍ରି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। କୁଶଳୀ ଶ୍ରମିକଙ୍କ ବିନା ଶିଳ୍ପସଂସ୍ଥା ଚଳାଇବା ଅସମ୍ଭବ। ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ଶ୍ରମିକମାନେ ମଧ୍ୟ କର୍ମକ୍ଷେତ୍ରକୁ ଫେରିପାରୁ ନାହାନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ପାଇଁ ସୁବିଧା ଯୋଗାଇ ଦିଆଗଲେ, କମ୍ପାନୀ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଇଣ୍ଡଷ୍ଟ୍ରି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯେଉଁ କମ୍ପାନୀଗୁଡ଼ିକ ସେମାନଙ୍କ ଶ୍ରମିକମାନଙ୍କୁ ଶିଳ୍ପାନୁଷ୍ଠାନକୁ ଫେରାଇନେବାକୁ ପ୍ରଶାସନ ନିକଟରେ ଆବେଦନ କରିବେ, ସେହି କ୍ଷେତ୍ରରେ ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି) ଓ ଜିଲା ପ୍ରଶାସନ ମିଳିତ ଭାବେ ଏହି ଆବେଦନକୁ ଗ୍ରହଣ କରି ଶ୍ରମିକମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବାଣିଜ୍ୟ ଓ ଶିଲ୍ପ(ସିଆଣ୍ଡଆଇ)ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ କମ୍ପାନୀଗୁଡ଼ିକ ନିଜ ଖର୍ଚ୍ଚରେ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ କିମ୍ବା ଘରୋଇ ବସ୍‌ ଯୋଗେ ଆବଶ୍ୟକ ସାମାଜିକ ଦୂରତା ରକ୍ଷାକରି ଶ୍ରମିକମାନଙ୍କୁ କର୍ମସ୍ଥଳକୁ ନେଇପାରିବେ। ବର୍ତ୍ତମାନ ପରିସ୍ଥିତିରେ ୩୦%ରୁ ଊର୍ଦ୍ଧ୍ୱ ଶିଳ୍ପସଂସ୍ଥା କାର୍ଯ୍ୟ କରୁନାହିଁ। ତେଣୁ ଶିଳ୍ପସଂସ୍ଥା ମାଲିକଙ୍କୁ ସେମାନଙ୍କ ସ୍ଥାନୀୟ ଉପଆୟୁକ୍ତଙ୍କ ନିକଟରେ ଆବେଦନ କରିବାକୁ କୁହାଯାଇଛି। ତା’ପରେ ଆମେ ସେମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ରାଜ୍ୟ ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଗୌରବ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri