କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିଲେ; ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ମାଲକାନଗିରି୧୭ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଲଚ୍ଛମନ ନାୟକ(୩୮) କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଗୋବିନ୍ଦପାଲି ମହାବିଦ୍ୟାଳୟସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା। ଏପ୍ରିଲ ୨୫ ସକାଳେ ଲଚ୍ଛମନ ତାଙ୍କ ବାଇକ ଯୋଗେ ସମ୍ପୃକ୍ତ କେନ୍ଦ୍ରକୁ କାର୍ଯ୍ୟ କରିବାକୁ ଯାଉଥିଲେ। ଗୋବିନ୍ଦପାଲି ନିକଟ ଧୁଙ୍ଗିଆପୁଟ ପୋଲ ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ସହ ସେ ପୋଲ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇଥିଲା। ବିଭାଗ ପକ୍ଷରୁ ଲଚ୍ଛମନଙ୍କୁ ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ସମୟରେ ଲଚ୍ଛମନଙ୍କ ମୃତ୍ୟୁ ହୋଇଥିବାରୁ ଏନେଇ ରହିଥିବା ସମସ୍ତ ସରକାରୀ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?