Posted inଖେଳ

କର୍କଟରେ ପ୍ରାଣ ହରାଇଲେ ପାକିସ୍ତାନ କ୍ରିକେଟରଙ୍କ ଝିଅ

ଲଣ୍ଡନ,୨୦।୫- କର୍କଟ ରୋଗରେ ପୀଡ଼ିତ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅସିଫ ଅଲିଙ୍କ ଦୁଇ ବର୍ଷୀୟା ଝିଅ ନୁର୍‌ ଫତିମା ସ୍ଥାନୀୟ ମେଡିକାଲରେ ପ୍ରାଣ ହରାଇଛନ୍ତି। ଅସିଫ ଖେଳୁଥିବା ଆଇଏସ୍‌ଏଲ୍‌ ଇସ୍‌ଲାମବାଦ୍‌ ୟୁନାଇଟେଡ୍‌ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏ ନେଇ ଟୁଇଟ୍‌ କରାଯାଇଥିଲା। ଅସିଫଙ୍କ ଝିଅର ଅକାଳ ବିୟୋଗରେ ଆଇଏସ୍‌ଏଲ୍‌ ପରିବାର ଦୁଃଖ ପ୍ରକାଶ କରୁଛି। ଅସିଫ ଓ ତାଙ୍କ ପରିବାର ଲାଗି ଆମେ ପ୍ରାର୍ଥନା କରୁଛୁ। ଧୈର୍ଯ୍ୟ ଓ ସାହସର ସେ ଜଣେ ଉଦାହରଣ ବୋଲି ଇସ୍‌ଲାମବାଦ ୟୁନାଇଟେଡ୍‌ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଶେଷ ହୋଇଯାଇଛି। ଏଣୁ ଆସିଫ ତୁରନ୍ତ ଫେରିବା ନେଇ ଆଶା କରାଯାଉଛି। ୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ ରବିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୨୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ୫୪ ରନ୍‌ରେ ହରାଇ ଇଂଲଣ୍ଡ ସିରିଜକୁ ୪-୦ ବ୍ୟବଧାନରେ ଜିତିନେଇଥିଲା। ଉକ୍ତ ସିରିଜର ସମସ୍ତ ମ୍ୟାଚ୍‌ରେ ଖେଳିଥିବା ଅସିଫ ଦୁଇଟି ଅର୍ଦ୍ଧଶତକ ଲଗାଇଥିଲେ। ଏପର୍ଯ୍ୟନ୍ତ ସେ ୧୬ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୧.୦୯ ଆଭରେଜରେ ୩୪୨ ରନ୍‌ କରିଛନ୍ତି। ସେ ପାକିସ୍ତାନ ବିଶ୍ୱକପ୍‌ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି ହାତ ହେଲେ ଏହି କ୍ରିକେଟର୍‌

ସିଡନୀ,୧୫।୨: ଅଷ୍ଟ୍ରେଲିଆ ଅଲରାଉଣ୍ଡର ବେନ କଟିଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୀର୍ଘ ଦିନର ପ୍ରେମିକା ତଥା ଟିଭି ଉପସ୍ଥାପିକା ଏରିନ ହଲ୍ୟାଣ୍ଡଙ୍କୁ ବିବାହ...

ଭୁବନେଶ୍ୱର, ରାଉରକେଲା ଜୋନ୍‌ ଚାମ୍ପିୟନ୍‌

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଭୁବନେଶ୍ୱର ଲୟୋଲା ସ୍କୁଲ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସିଆଇଏସ୍‌ସିଇ ଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବଲାଙ୍ଗୀର, କଟକ...

ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର...

ବାରବାଟୀ ଦିନିକିଆ: ପଡ଼ିଆ ପ୍ରସ୍ତୁତ: ଆଜି ଅଭ୍ୟାସ

କଟକ ଅଫିସ,୨୧ା୧୨- ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ...

ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ...

ମୋଦିଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି ଏହି ବିଦେଶୀ କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଜାନୁୟାରୀ ୨୬ରେ ଭାରତ ସରକାର ତାଙ୍କୁ ପଠାଇଥିବା ଅଭିବାଦନକୁ ସୋସିଆଲ ମିଡିଆରେ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ରେଲଓ୍ବେ, ମେଘାଳୟ, ସର୍ଭିସେସ୍‌ ବିଜୟୀ

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ବିଜୟୀ ହୋଇଛନ୍ତି ରେଲଓ୍ବେ, ମେଘାଳୟ ଓ ସର୍ଭିସେସ। କ୍ୟାପିଟାଲ ଫୁଟବଲ ଆରେନାରେ...

ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ।...

Advertisement
Archives

Model This Week