କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୩ ଲକ୍ଷ: ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୪୦ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ୬ ହଜାର ୨୩୭ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୭ ରହିଛି। ୨୧ ଲକ୍ଷ ୬୦ ହଜାର ୧୫୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୪୫ ହଜାର ୯୪ ଥିବାବେଳେ ମୃତକଙ୍କ ସଂଖ୍ୟା ୯୭ ହଜାର ୬୪୭ ଛୁଇଁଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୮୨ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୨୧ ହଜାର ୧୧୬ ରହିଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୨୬ ହଜାର ୪୪୮ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୩,୨୪୯ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୮ ହଜାର ୬୨୮ ଜଣଙ୍କ ଜୀବନ ଯାଇଛି। ବ୍ରିଟେନରେ ମୋଟ ୨ ଲକ୍ଷ ୫୪ ହଜାର ୧୯୫ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୬ ହଜାର ୩୯୩ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୮ ହଜାର ୬୫୮ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୬୧୬ ଜଣଙ୍କକ ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୨ ହଜାର ୨୧୯ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୨୮୯ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌...

ଟିକ୍‌ଟକ୍‌ ଛାଡ଼ି ଏବେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ

ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି...

ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା।...

ଇଟାଲୀକୁ ଟପିଲା ବ୍ରିଟେନ

ଓ୍ବାଶିଂଟନ/ଲଣ୍ଡନ/ରୋମ୍‌, ୬ା୫: ମହାମାରୀ କରୋନା ଉଗ୍ରରୂପ ନେବାରେ ଲାଗିଛି। ୨୧୨ ଦେଶର ୩୬.୮୭ ଲକ୍ଷ ଜଣ ଏହା ଜାଲରେ ପଡ଼ିଥିବାବେଳେ ୨.୫୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ...

ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା।...

ପାଣି-ପବନ ପ୍ରଦୂଷଣ ଯୋଗୁ ଜନ୍ମ ନେଇଛନ୍ତି ଅଧିକ ପୁଅ!

କାଲିଫର୍ନିଆ,୪ ।୧୨: ଅମେରିକା ଓ ସ୍ୱିଡେନରେ ୧୯୮୩ରୁ ୨୦୧୩ ମଧ୍ୟରେ ଜନ୍ମ ନେଇଥିବା ପାଖାପାଖି ୬୦ ଲକ୍ଷ ଶିଶୁ ଓ ଏହାର ପରିବେଶର ଅଧ୍ୟୟନକୁ ଆଧାର...

ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଦେଖାଯାଇଥିବା ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର...

କରୋନା ରୋଗୀଙ୍କ ଉପରେ ହେବ ସେପ୍ସିସ୍‌ ଔଷଧର ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ସେପ୍ସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ହୋଇଛି। ଦେଶର ତିନୋଟି...

Advertisement
Archives

Model This Week