କରୋନା ସଂକ୍ରମିତଙ୍କ ଚିକିତ୍ସା ଫଳରେ ଏଠି ଅବହେଳିତ ହେଉଛନ୍ତି କ୍ୟାନସର ରୋଗୀ !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେତେ ଗୁଡିଏ ଦେଶରେ ଏହି ମହାମାରୀର ସଂକ୍ରମଣ ଫଳରେ ଦିନକୁ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏହି ଦେଶମାନଙ୍କ ମଧ୍ୟରୁ ବ୍ରିଟେନ ଅନ୍ୟତମ। ଏଠାରେ ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ଅତିକ୍ରମ କରି ସାରିଲାଣି। କୁହାଯାଉଛି ଏଠାରେ କରୋନାର ଭୟାବହତାକୁ ଦେଖି ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଛି। ଖବର ଅନୁଯାୟୀ ସେଠାରେ ଥିବା ମେରୀ କ୍ୟୁରି ହସ୍ପିଟାଲରେ ଥିବା ଶହ ଶହ କ୍ୟାନସର ରୋଗୀଙ୍କ ଚିକିତ୍ସାକୁ ଅଧାରେ ଅଟକାଇ ଦିଆଯାଇଥିବା କୁହାଯାଉଛି। ଦ ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଉକ୍ତ ହସ୍ପିଟାଲରେ ଶହ ଶହ କ୍ୟାନସର ରୋଗୀ ଥିବା ବେଳେ ଘରେ ମଧ୍ୟ କେତେଜଣଙ୍କ ଚିକିତ୍ସା ଲାଗି ସେହି ହସ୍ପିଟାଲର ନର୍ସ ସେମାନଙ୍କ ଦେଖାରଖା ପାଇଁ ଯାଉଥିଲେ। ହେଲେ ଏବେ ଏମାନଙ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଲଗାଯାଇଥିବାରୁ ସେମାନେ କ୍ୟାନସର ରୋଗୀଙ୍କ ଚିକିତ୍ସା କରିପାରୁ ନ ଥିବା କୁହାଯାଉଛି। ଅନ୍ୟପଟେ ଏଭଳି ରୋଗୀଙ୍କୁ ଏବେ ଘରୋଇ ହସ୍ପିଟାଲ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। ଏହା ଜଣାପଡିବା ପରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ଏ ଦିଗରେ ଆଲୋଚନା କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…

ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ...

୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌...

ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ

ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ...

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ...

ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍‌ର ମାର-ଏ-ଲାଗୋ ଇଷ୍ଟେଟରେ ଏକ...

୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି...

୪୦ ତଳେ ଦୈନିକ ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୨୮।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪...

Advertisement
Archives

Model This Week