କରୋନା ସଂକ୍ରମିତଙ୍କୁ ଭଲ କରିବ ‘ଇଣ୍ଟରଫେରନ’

ଟରଣ୍ଟୋ,୧୭।୫(ପି.ଟି.): ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବିଶେଷକରି କୋଭିଡ୍‌-୧୯ର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଓ ଗବେଷକମାନେ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ କେତେଜଣ ଗବେଷକଙ୍କ ମତରେ ପୂର୍ବରୁ ବ୍ୟବହାର ହେଉଥିବା ଆଣ୍ଟି ଭାଇରାଲ ଔଷଧକୁ ବ୍ୟବହାର କଲେ କୋଭିଡ୍‌-୧୯ ସଂକ୍ରମିତ ଭଲ ହୋଇପାରିବେ। ଏହସହ ସଂକ୍ରମିତଙ୍କ ସଂଖ୍ୟା ବେଶ୍‌ ହ୍ରାସ ପାଇବ ବୋଲି ଗବେଷକମାନେ କହିଛନ୍ତି। ଫ୍ରଣ୍ଟିୟର ଜର୍ନାଲରେ ପ୍ରକାଶିତ ଇମ୍ୟୁନୋଲୋଜି, ଟ୍ରିଟମେଣ୍ଟ ହ୍ବିଥ ଦ ଡ୍ରଗ୍‌ ‘ଇଣ୍ଟରଫେରନ୍‌’(ଆଇଏଫ୍‌ଏନ୍‌)-ଏ2ବି ଆଣ୍ଟି ଭାଇରାଲ ଭୂତାଣୁ ହ୍ରାସ କରିବାରେ ସହଯୋଗ କରିବା ସହ କୋଭିଡ-୧୯ ସଂକ୍ରମିତଙ୍କ ପ୍ରୋଟିନ ପ୍ରଦାହକ ପ୍ରକ୍ରିୟା (ଇନ୍‌ଫ୍ଲେମେଟୋରୀ ପ୍ରୋଟିନ୍‌) ସ୍ତରକୁ ହ୍ରାସ କରିବ ବୋଲି ଉଲ୍ଲେଖ ରହିଛି। କାନାଡ଼ା ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଏହି ବୈଜ୍ଞାନିକଙ୍କ ମତରେ ଭୂତାଣୁ ହ୍ରାସ କରିବା ନେଇ ଇଣ୍ଟରଫେରନ୍‌ ଦୀର୍ଘବର୍ଷ ଧରି ବ୍ୟବହାର କରାଯାଇଆସୁଛି। ବିଶେଷକରି ନିଃଶ୍ୱାସପ୍ରଶ୍ୱାସ ପ୍ରକ୍ରିୟାରେ ଭୂତାଣୁ ଚିହ୍ନଟ କରିବାରେ ଅନ୍ୟ ଔଷଧ ଅପେକ୍ଷା ଏହା ସପ୍ତାହକ ମଧ୍ୟରେ କାମ କରିଥାଏ। ଗବେଷକଙ୍କ କହିବା ହେଲା , ଏହା ରୋଗ ପ୍ରତିଷେଧକ ବ୍ୟବସ୍ଥାର ଇଣ୍ଟରଲିଉକିନ୍‌ (ଆଇଏଲ୍‌)-୬ କଣିକା ଏବଂ ସି-ରିଆକ୍ଟିଭ ପ୍ରୋଟିନ (ସିଆର୍‌ପି)ରେ ରକ୍ତସ୍ତରକୁ ହ୍ରାସ କରିଥାଏ, ଯାହାକି ସଂକ୍ରମିତ ରୋଗୀଙ୍କଠାରେ ପ୍ରଦାହକଭାବେ କାର୍ଯ୍ୟ କରିଥାଏ।
କୌଣସି ଏକ ନୂଆ ଭୂତାଣୁ ପ୍ରତିହତ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବିକଶିତ କରିବା ଅପେକ୍ଷା ପୂର୍ବରୁ ଭୂତାଣୁ ହ୍ରାସ କରିବାରେ ବ୍ୟବହାର ହେଉଥିବା ଇଣ୍ଟରଫେରନ ଔଷଧକୁ ଉପଯୋଗ କରିବା ଆବଶ୍ୟକ ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ ଏଲିଏନର ଫିସ୍‌ କହିଛନ୍ତି। ଇଣ୍ଟରଫେରନ ଔଷଧକୁ ଭୂତାଣୁ ହ୍ରାସ କରିବା କ୍ଷେତ୍ରରେ ଦୀର୍ଘବର୍ଷ ଧରି ବ୍ୟବହାର କରାଯାଉଛି। ତେଣୁ ଏହାକୁ କୋଭିଡ-୧୯ ଭଳି ଗୁରୁତର ସଂକ୍ରମିତଙ୍କଠାରେ ବ୍ୟବହାର କରାଗଲେ ବେଶ୍‌ ଲାଭଦାୟକ ହୋଇପାରିବ ବୋଲି ଫିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଅଭିଯୋଗକୁ ନେଇ ସରକାରଙ୍କ କଡ଼ା ଜବାବ, ଗୁଳି ନୁହେଁ କେବଳ….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

କୌଣସି ପ୍ରମାଣ ନାହିଁ… ୧୧ ବର୍ଷ ପୁରୁଣା ମାମଲାରେ ମନମୋହନ ସିଂଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୨୯ା୭: କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri