କରୋନା ସଂକ୍ରମଣ ହେବା ପରେ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ କେତେ ସମୟ ଲାଗିଥାଏ

ଓ୍ବାଶିଂଟନ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପି ସାରିଛି। ହେଲେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ଏଥିରେ ପୀଡିତ ଥିବା ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କେତେକ ସୁସ୍ଥ ମଧ୍ୟ ହେଉଛନ୍ତି। ହେଲେ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଯଦିଓ ୨୦୧୯ ଶେଷ ବେଳକୁ କରୋନା ପ୍ରଥମେ ଚାଇନାରେ ଦେଖାଦେଇଥିଲା ମାତ୍ର ୪ ମାସ ମଧ୍ୟରେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇ ସାରିଲାଣି। ଏବେ ପ୍ରଶ୍ନ ଉଠୁଛି ଯଦି ଜଣେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି ବୋଲି ଡାକ୍ତର ଘୋଷଣା କରୁଛନ୍ତି ତଥାପି ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ କେତେ ସମୟ ଲାଗିବ। ଏହା ଏକ ସ୍ବାଭାବିକ ପ୍ରଶ୍ନ ହୋଇଥିବା ବେଳେ ବିଶେଷଜ୍ଞମାନଙ୍କ ମତରେ ରୋଗୀଟି କେତେ ପରିମାଣରେ ସଂକ୍ରମିତ ହୋଇଛି ତାହା ଦେଖି ହିଁ କହିହେବ ସେ କେତେଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆହୁରି ମଧ୍ୟ ସୁସ୍ଥ ହେବା ପାଇଁ ଜଣଙ୍କର ବୟସ, ଲିଙ୍ଗ ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ନିର୍ଭର କରିଥାଏ। ତେବେ ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଯେତେ ଅଧିକ ସମୟ ଲାଗିବ ସେପଟେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସେତିକି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଯେଉଁମାନଙ୍କଠାରେ କରୋନାର ପ୍ରଥମ ଲକ୍ଷଣ ପ୍ରକାଶ ପାଇବା ପରେ ପରେ ଚିକିତ୍ସା କରାଯାଇଛି ସେମାନେ ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଯେଉଁମାନଙ୍କ ନିକଟରେ କରୋନାର ଜଟିଳ ଲକ୍ଷଣ ପ୍ରକାଶ ପାଇଛି ସେଭଳି ରୋଗୀଙ୍କୁ ସୁସ୍ଥ ହେବାକୁ ପାଖାପାଖି ୮ ସପ୍ତାହ ଲାଗିପାରେ। ହେଲେ ଯେଉଁମାନେ କରୋନା ସଂକ୍ରମଣକୁ ନେଇ ଅତି ଜଟିଳ ସମସ୍ୟାରେ ପଡିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ମାସ ମାସ ଲାଗିଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ...

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର...

ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୧୧କୁ...

ବିରିଡ଼ିକୁ ଫେରିବେ ୧୫୧୯ ପ୍ରବାସୀ

ବାଲିଆ,୭ା୫ : ବିରିଡ଼ି ବ୍ଲକର ୨୧ ପଞ୍ଚାୟତକୁ ଫେରିବା ପାଇଁ ୧୫୧୯ଜଣ ପ୍ରବାସୀ ଓଡ଼ିଆ ନାମ ପଞ୍ଜୀକରଣ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।...

ଆଜି ରାଜ୍ୟରୁ ୨୨୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଚାଇନାରେ ସ୍ଥିତି ଅଣାୟତ: ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ବେଜିଂ,୧୧।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ୪୨...

ଆଜି ରାଜ୍ୟରୁ ୧୯ ପଜିଟିଭ୍‌ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୭୨ରେ ପହଞ୍ଚିଲା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି...

Advertisement
Archives

Model This Week