କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବହୁ ଗୁଜବ ସୃଷ୍ଟିକାରୀ ଭିଡ଼ିଓ ଏବଂ ଲେଖାମାନ ପ୍ରକାଶିତ କରୁଛନ୍ତି। ସମ୍ପ୍ରତି କିଛି ସୋସିଆଲ୍‌ ମିଡ଼ିଆରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ଟ୍ରପ୍‌ ନେବା ଦ୍ୱାରା କରୋନା ସଂକ୍ରମଣ ଦୂର ହେଉଥିବା ଭିଡ଼ିଓ ଏବଂ ଲେଖା ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ବ୍ୟବହାର ଦ୍ୱାରା ମ୍ୟାଲେରିଆ, ଡାଇବେଟିସ୍‌, ଆଜ୍‌ମା, ଅଟିଜିମ୍‌ ଏବଂ କ୍ୟାନସର ଦୂର ହେଉଥିବା ନେଇ ଗୁଜବ ଉଠିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ଔଷଧ ଭାବେ ମାନ୍ୟତା ଦିଆଯାଇ ନାହିଁ। ଏହା ସାଧାରଣତଃ ବ୍ଲିଚିଂ ଏଜେଣ୍ଟ୍‌ ଭାବେ ବ୍ୟବହାର କରାଯାଇଥାଏ। ବିଭିନ୍ନ ଶିଳ୍ପ ସଂସ୍ଥାରେ ଏହାର ବହୁଳ ଉପଯୋଗ ମଧ୍ୟ ହୋଇଥାଏ। ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ଦୂରେଇବାରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ କେବେ ମଧ୍ୟ ସମର୍ଥ ନୁହେଁ। ତେଣୁ ଲୋକେ ଏହାର ବ୍ୟବହାର ନ କରିବା ଉଚିତ। ଏହା ଦ୍ୱାରା ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ଦେଖାଦେଇଥାଏ। ଏହା ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ବୋଲି ମାଦ୍ରିଦ୍‌ର କମ୍ପ୍ଲୁଣ୍ଟେସ୍‌ ବିଶ୍ୱବିଦ୍ୟାଳୟର ରସାୟନ ବିଭାଗ ପ୍ରଫେସର ମିଗେଲ ଏଞ୍ଜେଲ୍‌ ସିଏରା ରୋଡ୍ରିଗଜ୍‌ ସୂଚନା ଦେଇଛନ୍ତି। କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ଡ୍ରପ୍‌ ନେଲେ ଲୋହିତ ରକ୍ତ କୋଷିକା ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି ବାନ୍ତି ହେବା ଅବା ଡାଏରିଆ ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ୟୁଟ୍ୟୁବ୍‌ ଏବଂ ଫେସବୁକ୍‌ରେ ଏହାର ବ୍ୟବହାର ନେଇ ବହୁ ଭିଡ଼ିଓ ଅପଲୋଡ୍‌ କରାଯାଇଛି। କେତେକ ନିଜର ଅନୁଭୁତି ମଧ୍ୟ ବଖାଣୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ପେନ୍‌, ଫ୍ରାନ୍ସ୍‌, ଜର୍ମାନୀ, ବ୍ରିଟେନ୍‌, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ ଆଦି ବହୁ ଦେଶରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି...

ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା...

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ...

ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା

ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ...

ଏଯାଏ ରୁଷିଆର ୧୨ ହଜାର ସୈନ୍ୟ ନିହତ; ୩୧୭ ଟ୍ୟାଙ୍କ-୪୯ ବିମାନ ଧ୍ୱଂସ

କ୍ୱିଭ୍‌,୯।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ଆଜି ହେଉଛି ୧୪ତମ ଦିନ। ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବିବୃତ୍ତି ଦେଇଛନ୍ତି।...

କରୋନା ମୁକ୍ତ ହୋଇ କାର୍ଯ୍ୟରେ ଯୋଗଦେଲେ ୩୧ ଆର୍‌ପିଏଫ୍‌ ଯବାନ

ଚେନ୍ନାଇ,୨୨।୬: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁସ୍ଥତା ହାର ମଧ୍ୟ ଅନ୍ୟଦେଶ ଅପେକ୍ଷା ଭଲ ରହିଛି। ସୋମବାର ଚେନ୍ନାଇର ୩୧...

ପଞ୍ଜାବରେ ଦେଖିବାକୁ ମିଳିଲା ପାକିସ୍ତାନ ଡ୍ରୋନ

ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍‌ଏଫ୍‌ ପକ୍ଷରୁ ଡ୍ରୋନ ଉପରେ...

Advertisement
Archives

Model This Week