କରୋନା ସଂକ୍ରମଣ ପରେ ଏବେ ସାଇବର ଯୁଦ୍ଧର ପ୍ରସ୍ତୁତି କରୁଛି ଚାଇନା: ୫ ବର୍ଷ ମଧ୍ୟରେ ସୁପର ପାଓ୍ବାର ହେବାର ରଖିଛି ଲକ୍ଷ୍ୟ

ବେଜିଂ,୨୫।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରାଇଥିବା ଚାଇନା ଏବେ ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କରୋନା ଯୋଗୁ ବହୁ ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଚାଇନା ନିଜର ବିସ୍ତାରବାଦୀ ନୀତିକୁ ପ୍ରୋତ୍ସାହନ ଦେବାରେ ଲାଗିଛି। କରୋନା ଯୋଗୁ ଖରାପ ଆର୍ଥିକ ସ୍ଥିତିରେ ପହଞ୍ଚିଥିବା କମ୍ପାନୀଗୁଡ଼ିକୁ ଚାଇନା ହାତେଇବା ଲାଗି ଉଦ୍ୟମ ଆରମ୍ଭ କରିଛି। ଏହା ସହିତ ପାକିସ୍ତାନ ଭଳି ଦେଶକୁ ଚାଇନା ଟାଗେର୍ଟ କରିଛି। ଏସବୁ ଦେଶରେ ନିଜର କାରବାର ଯୋଜନାକୁ ବୃଦ୍ଧି କରାଇବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦେଶର ମହାକାଶ ଦିବସ ଅବସରରେ ମଙ୍ଗଳ ମିଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ମିଶନର ନାମକରଣ ତିୟାନବେନ୍‌-୧ ଭାବେ କରାଯାଇଛି। ଏହା ସହିତ ସର୍ବବୃହତ୍‌ ସ୍ପେସ୍‌ ଟେଲିସ୍କୋପ୍‌, ଓଜନିଆ ରକେଟ ଓ ସ୍ପେସ୍‌ ଷ୍ଟେଶନ ନିର୍ମାଣ ପାଇଁ ଚାଇନା ଯୋଜନା କରୁଛି। ଆସନ୍ତା ୫ ବର୍ଷ ମଧ୍ୟରେ କିଭଳି ସୁପର ପାଓ୍ବାର ହୋଇ ପାରିବ ସେ ନେଇ ଚାଇନା ଉଦ୍ୟମ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍‌ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍‌ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ।...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବିକ୍ରମ: ନାସା

ନ୍ୟୁୟର୍କ,୨୭।୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର କିଛି ହାଇରିଜଲ୍ୟୁଶନ ଫଟୋ ନାସା ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ହାର୍ଡ...

ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ୍‌,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ...

କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା...

ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ...

ସ୍ବାସ୍ଥ୍ୟ ସେବା ଉପରେ କରୋନା ପ୍ରଭାବ: ଆସନ୍ତା ୬ ମାସରେ ୧୨ ଲକ୍ଷ ଶିଶୁଙ୍କ ହେବ ମୃତ୍ୟୁ

ଜେନେଭା,୧୩।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଣ...

Advertisement


Archives

Model This Week

Why Dharitri