କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା ମୁକାବିଲା କରିବାକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ), ମାସ୍କ ଓ ଅନ୍ୟାନ୍ୟ ଉପକରଣ କମ୍‌ ଥିବା ବେଳେ ସେଠାରେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍‌ ଥିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୭,୪୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପାକିସ୍ତାନର ଜନସଂଖ୍ୟାକୁ ଆଲୋଚନାକୁ ନେଲେ ଏହାକୁ ନେଇ ସନ୍ଦେହ ଜାତ ହେଉଛି। ଏହାପରେ କରାଚି ସହରରେ ଥିବା କବର ସ୍ଥାନରେ ଗତ ୪୯ ଦିନ ମଧ୍ୟରେ ପ୍ରାୟ ୩,୨୬୫ ମୃତଦେହକୁ କବର ଦିଆଯାଇଥିବା ଜଣାପଡିବା ପରେ ଏହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, କରାଚି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ସେଠାରେ ଥିବା କବର ସ୍ଥାନରେ ୪୯ ଦିନ ମଧ୍ୟରେ ପ୍ରାୟ ୩,୨୬୫ ମୃତଦେହକୁ କବର ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଗଣମାଧ୍ୟମରୁ ଜଣାପଡିଥିଲା କି କରାଚି ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ହେଲେ ସାଧାରଣ ଲୋକଙ୍କଠାରୁ ପ୍ରଶାସନ ଏହାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଅଧିକାରୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଏସମ୍ପର୍କରେ କୌଣସି କଥା କହିବାକୁ ରାଜି ନ ଥିବା ଜଣାପଡିଛି। ଏଥିରୁ ଅନୁମାନ ଲଗାଯାଇଛି କି ପାକିସ୍ତାନ ସରକାର କରୋନା ସଂକ୍ରମିତ ଓ ମୃତକଙ୍କ ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ଏକ ଗରିବ ଦେଶ ଦର୍ଶାଇ ଲକ୍‌ଡାଉନ ଘୋଷଣା କରି ନ ଥିବା ବେଳେ ଏବେ ସେଠାରେ ଏତେ କମ୍‌ ପରିମାଣରେ କରୋନା ସଂକ୍ରମିତ ତଥ୍ୟ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି। କୁହାଯାଉଛି ପାକିସ୍ତାନ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଅନେକ ତଥ୍ୟ ଲଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ...

କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ...

କରୋନାରେ ଆଖିବୁଜିଲେ ୧୫ ବର୍ଷୀୟ ବାଳକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟରେ କରୋନା ପୁଣି ତା’ର କାୟା ମେଲାଇଲାଣି। ରବିବାର କରୋନା ଜଣେ ୧୫ ବର୍ଷୀୟ ବାଳକଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ଶେହବାଜଙ୍କ ଘରେ ପଶିଗଲେ ସନ୍ଦିଗ୍ଧ ବ୍ୟକ୍ତି

ଇସଲାମାବାଦ,୯ା୪: ଆଫଗାନିସ୍ତାନର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି। ପ୍ରକୃତରେ ଏହି ସନ୍ଦିଗ୍ଧ ବ୍ୟକ୍ତି ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରେ ପ୍ରବେଶ...

‘ଜିରୋ ପେସେଣ୍ଟ’ ଏବେ କରୋନା ମୁକ୍ତ: ତାଙ୍କଠାରୁ ବ୍ୟାପିଥିଲା ମହାମାରୀ !

ବେଜିଂ,୩୦।୩: ଚାଇନାର ଉହାନର ମାଛ ବଜାରର ଚିଙ୍ଗୁଡ଼ି ବିକାଳି ମହିଳାଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ବ୍ୟାପିଥିଲା। ୫୭ ବର୍ଷ ବୟସ୍କ ଓ୍ବିଇ ଗୁଇଜିଆନ୍‌ଙ୍କୁ ଥଣ୍ଡା ହୋଇଥିଲା।...

ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା

ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍‌ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ...

ପୁଟିନ୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା

ମସ୍କୋ, ୧୨।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ...

ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ...

Advertisement
Archives

Model This Week