କରୋନା ଲଢ଼େଇର ଆଗରେ ବାବୁ

କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସମେତ ଦେଶର ବାବୁମାନେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛନ୍ତି । ସେମାନେ କେବଳ ଖବରରେ ରହୁନାହାନ୍ତି, ବରଂ ଏହି ଅଭୂତପୂର୍ବ ସ୍ବାସ୍ଥ୍ୟ ସଂକଟକୁ ଆୟତ୍ତ କରିବା ପାଇଁ ପରଦା ପଛରେ ରହି କାର୍ଯ୍ୟ କରୁଛନ୍ତି। ବାବୁମାନେ କମ୍‌ ଦରମା ନେଇ ନୂଆ କରି ପ୍ରକାଶ ପାଇଥିତ୍ବା ଭୟାନକ କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବା ସହ ଅନ୍ୟ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି ଲଢ଼େଇର ନେତୃତ୍ୱ ନେଇ ପ୍ରଶାସକମାନଙ୍କ ସଂଘଗୁଡ଼ିକ ସିଭିଲ ଆସୋସିଏଶନସ୍‌ ରିଚ୍‌ ଟୁ ସପୋର୍ଟ ନ୍ୟାଚୁରାଲ ଡିଜାଷ୍ଟର୍ସ(ସିଏଆର୍‌ୟୁଏନ୍‌ଏ) ନାମକ ଏକ ମଞ୍ଚ ପ୍ରତିଷ୍ଠା କରିଛନ୍ତି। କରୋନା ପ୍ରତିରୋଧି ସଂଗ୍ରାମରେ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଜଣାଇବା ଲାଗି ଏହା ଏକ ସମ୍ମିଳିତ ପ୍ରୟାସ। ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ବ୍ୟତୀତ ଆଇଟି ପ୍ରଫେଶନାଲସ୍‌,ଉଦ୍ୟୋଗପତି ଏବଂ ବେସରକାରୀ ସଂସ୍ଥାଗୁଡିକ ଏହାର ପ୍ରତିନିଧିତ୍ୱ କରୁଛନ୍ତି। ପ୍ରଶାସକମାନେ ଦେଶର ସବୁଆଡେ ରହିଛନ୍ତି ଏବଂ ସଂକ୍ରମିତଙ୍କ ଭ୍ରମଣ ସମ୍ପର୍କିତ ତଥ୍ୟ ଆଧାରିତ ସୂଚନା ପ୍ରସ୍ତୁତ କରିବା, ଚିକିତ୍ସା ଉପକରଣ, ଭେଣ୍ଟିଲେଟର,ମାସ୍କ, ଅତ୍ୟାବଶ୍ୟକୀୟ ଯୋଗାଣ, ମାନବ ସଂସାଧନ ବୃଦ୍ଧି କରିବା,ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା, ଖବର ପ୍ରଚାର କରିବା, ଜନ ସଚେତନତା ଏବଂ କଲ୍ୟାଣକାରୀ ପଦକ୍ଷେପ ଆଦି ଗ୍ରହଣ କରି ସରକାରଙ୍କ ପ୍ରୟାସକୁ ସହଯୋଗ ତଥା ପୂରା କରିବାକୁ ଏହି ଆଦର୍ଶ ମଞ୍ଚ ପ୍ରତିଷ୍ଠା କରାଯାଇଛି ବୋଲି ସୂତ୍ରରୁ ଜଣାପଡିଛି।
ନୂଆ ଜଙ୍ଗଲ ସଂରକ୍ଷକ
ଆଇଏଏସ୍‌ ଓ ଆଇପିଏସ୍‌ ଭଳି ଏତେ ଜଣାଶୁଣା ନ ହେଲେ ମଧ୍ୟ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌( ଆଇଏଫ୍‌ଏସ୍‌) ବି ଏକ ସେବା। ଏହା ଅଧିକାରୀମାନଙ୍କର ଏକ ସମର୍ଥ ଓ ପ୍ରେରଣାଦାୟକ କ୍ୟାଡର, ଯେଉଁଥିରେ ବିପଦରେ ଥିବା ଆମ ଜଙ୍ଗଲ ଓ ଜଙ୍ଗଲୀ ଜୀବଙ୍କ ସଂରକ୍ଷଣର ଗୁରୁ ଦାୟିତ୍ୱ ନିହିତ। ପ୍ରକୃତି ତା’ ସୁରକ୍ଷା ପାଇଁ ଏବେ କରୋନାଠାରୁ ସହଯୋଗ ପାଇଛି, କିନ୍ତୁ ସେମାନଙ୍କ ଦାୟିତ୍ୱ ଭାରି କଠିନ ଓ ବହୁ ସମୟରେ ବିପଜ୍ଜନକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶଗତ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହି ସେବା ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଜଣେ ଟପ୍‌ ଫରେଷ୍ଟର ବା ଶୀର୍ଷ ବନପାଳ ଭାବେ ୧୯୮୪ ବ୍ୟାଚ୍‌ ବନସେବା ଅଧିକାରୀ ସଞ୍ଜୟ କୁମାର ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ସୁନିଶ୍ଚିତ। ଝାଡ଼ଖଣ୍ଡ କ୍ୟାଡର୍‌ର କୁମାରଙ୍କୁ ସିଦ୍ଧାନ୍ତ ଦାସଙ୍କ ସ୍ଥାନରେ ଡାଇରେକ୍ଟର ଜେନେରାଲ ଅଫ୍‌ ଫରେଷ୍ଟ୍‌ ବା ବନ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଦାସ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ରେ ଯୋଗ ଦେଇଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଗଠିତ ସର୍ଚ୍ଚ-କମ୍‌ ସିଲେକ୍‌ସନ କମିଟି ତିନିଜଣଙ୍କ ନାମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଚାର କରିବା ଲାଗି ପଠାଇଥିଲା ବୋଲି ଜଣାପଡିଛି। ଏଥିରେ କୁମାରଙ୍କ ସହ ଫରେଷ୍ଟର ଡ. ସବିତା ଏବଂ ଡ.ଦିନେଶ କୁମାର ଶର୍ମାଙ୍କ ନାମ ସାମିଲ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁମାରଙ୍କୁ ପସନ୍ଦ କରିଥିଲା। ତେବେ ଏହି ପ୍ରତିଦ୍ୱନ୍ଦନ୍ଦ୍ୱିିତା ପୂରା ପାଖାପାଖି ଥିବା କୁହାଯାଉଛି। ଗତବର୍ଷ ଘୋଷଣା କରାଯାଇଥିତ୍ବା ନ୍ୟୁ ନ୍ୟାଶନାଲ ଫରେଷ୍ଟ ପିଲିସି ବା ନୂତନ ରାଷ୍ଟ୍ରୀୟ ବନ ନୀତି ବନ ପ୍ରଶାସକଙ୍କୁ ଅଧିକ ସଶକ୍ତ କରିଛି। କିନ୍ତୁ କୁମାର ଏବଂ ତାଙ୍କ ସାଥୀ ବନ ଅଧିକାରୀମାନଙ୍କୁ ଜଙ୍ଗଲ ଏବଂ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଅଧିକାର ସୁରକ୍ଷା ଓ ଅର୍ଥନୈତିକ ବିକାଶର ଅସନ୍ତୁଳିତ ଆବଶ୍ୟକତା ମଧ୍ୟରେ ଠିକ୍‌ ଭାବେ ଚାଲିବାକୁ ହେବ।
ସଂସ୍କାର ବିମୁଖ ବାବୁ
୨୦୧୭ରେ ଅରବିନ୍ଦ ପାନଗାରିୟା ସରକାରଙ୍କ ବିଶେଷଜ୍ଞମଣ୍ଡଳୀ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ପଦ ଛାଡ଼ିଥିଲେ । ଏହାର ସମ୍ପର୍କ କେନ୍ଦ୍ରର ଆର୍ଥିକ ନୀତି ପରିବର୍ତ୍ତନ ସହ ମେଳ ଖାଉଛି। ଯଦିଓ ସେ ଏହାକୁ ଅସ୍ବୀକାର କରିଥିଲେ,ତେବେ ସେ ପଦ ଛାଡ଼ିିବା ସମୟରେ ଅନେକ ସମୀକ୍ଷକ ଅନୁଭବ କରିଥିଲେ ଯେ,ମୋଦି ସରକାର ଯେଉଁ ପରିବର୍ତ୍ତନ ଆଣିଥିଲେ ସେଥିରେ ଏହି ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏକମତ ହୋଇ ନ ଥିଲେ ଓ ସେହି କାରଣରୁ ସେ ପଦ ଛାଡିଥିଲେ। ଏବେ କିନ୍ତୁ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପଢ଼ାଉଛନ୍ତି। ସେ ତାଙ୍କ ନୂଆ ବହିରେ କହିଛନ୍ତି ଯେ, ସୁଧାରରେ ମନ୍ଥରତା ପାଇଁ ଅମଲାତନ୍ତ୍ରୀ ହିଁ ଦାୟୀ। ‘ଇଣ୍ଡିଆ ଅନ୍‌ଲିମିଟେଡ୍‌- ରିକ୍ଲେମିଂ ଦି ଲଷ୍ଟ ଗ୍ଲୋରୀ’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ଭାରତୀୟ ବାବୁମାନେ ଲଗାତର ସୋସିଆଲ ହ୍ୟଙ୍ଗଓଭର୍‌ର ଶିକାର ହେଉଛନ୍ତି, ଯାହାଦ୍ୱାରା ମୋଦି ସରକାର ଲାଗୁ କରୁଥିବା ସଂସ୍କାର ପ୍ରକ୍ରିୟାର ଗତି ଧିମା ପଡିଯାଇଛି। ପାନଗାରିୟା ଦୃଢ ଭାବେ କହିଛନ୍ତି ଯେ, ଅନେକ ପବ୍ଲିକ୍‌ ସେକ୍ଟର ୟୁନିଟସ୍‌( ପିଏସ୍‌ୟୁଏସ୍‌)ର ଘରୋଇକରଣ କରିବାକୁ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ବହୁଦିନ ବନ୍ଦ ରହିଥିଲା । ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିତ୍ବା ପିଏସ୍‌ୟୁଏସ୍‌ର ତାଲିକା ପାଇଁ କ୍ୟାବିନେଟ ଅନୁମୋଦନ ପାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ସତ୍ତ୍ୱେ ଏହା ବନ୍ଦ ହୋଇଥିଲା। ଅନ୍ୟ ଏକ ଘଟଣାକ୍ରମରେ ସେ ପ୍ରଶାସନିକ ସ୍ତରରେ ଶୀର୍ଷ ପଦରେ ବାହାରୁ ପ୍ରବେଶ ପାଇଁ ମୋଦିଙ୍କ ପଦକ୍ଷେପ ଉପରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ବାବୁମାନେ ଏହି ପ୍ରକ୍ରିୟାକୁ ଧିମା କରିଦେଲେ । ସେ ଏଥିରେ ଆହୁରି ଅନେକ ଉଦାହରଣ ଦେଇଛନ୍ତି । ସେ ବିଶ୍ୱାସ କରନ୍ତି ଯେ, ଏହାର ମୁଖ୍ୟ କାରଣ ହେଉଛି ଅଧିକାଂଶ ବାବୁ ଭାରତୀୟ ବିଶ୍ୱବିଦ୍ୟାଳୟରେ ପଢିଛନ୍ତି, ଯେଉଁଠି ଏବେ ସୁଦ୍ଧା ଅଧ୍ୟାପକ ମଣ୍ଡଳୀ ବ୍ୟାପାର ବିରୋଧୀ ଓ ବଜାର ବିରୋଧୀ ବିଚାରଧାରକୁ ଗ୍ରହଣ କରିଛନ୍ତି। ଅବଶ୍ୟ ପାନଗାରିୟାଙ୍କ ଯୁକ୍ତିକୁ ବିରୋଧ କରାଯିବା ଦରକାର। କିନ୍ତୁ ଭାରତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷିତ ବାବୁମାନେ ଏହା କେବେ ବି କରିବେ ନାହିଁ।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri