କରୋନା ଲଢ଼େଇରେ ମୋନାଲିସା

ଢେଙ୍କାନାଳ ଅଫିସ, ୩୦।୪ – କରୋନା ଲଢ଼େଇରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ଏସ୍‌ବିଆଇ ଶାଖା ମହୁଲଖୋଲି ଗ୍ରାହକ ସେବା କେନ୍ଦ୍ରର ସ୍ବତ୍ତ୍ୱାଧିକାରିଣୀ ମୋନାଲିସା ରାଉତ। ତାଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ଅଞ୍ଚଳବାସୀ କରୋନାକୁ ନେଇ ସଚେତନ ହେଉଛନ୍ତି। ଏହାର ପ୍ରଭାବରେ ବୁଧବାର ଗ୍ରାହକ ସେବାକେନ୍ଦ୍ରକୁ ଆସୁଥିବା ଲୋକମାନେ ସରକାରଙ୍କ କୋଭିଡ୍‌-୧୯ ସମ୍ପର୍କିତ ନିର୍ଦ୍ଦେଶାବଳୀ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ବ୍ୟାଙ୍କ ଏବଂ ଗ୍ରାହକ ସେବା କେନ୍ଦ୍ର ଜରିଆରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଉଛି। ଏଥି ଲାଗି ବହୁ ଗ୍ରାହକ ସେବାକେନ୍ଦ୍ରକୁ ଆସୁଛନ୍ତି। ତେବେ ଗହଳି ଯୋଗୁ ସଂକ୍ରମଣ ଆଶଙ୍କା ଥିବାରୁ ମୋନାଲିସା ସମସ୍ତଙ୍କୁ ସଚେତନ କରାଉଛନ୍ତି। ନଗଦ ନେଣଦେଣ ପୂର୍ବରୁ ଏବଂ ପରେ ହାତକୁ ଭଲଭାବେ ଧୋଇବା, ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ଗ୍ରାହକ ସେବା କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ଏଥିସହ ହିତାଧିକାରୀଙ୍କୁ ମାସ୍କ ଏବଂ ସାବୁନ ବଣ୍ଟନ କରୁଛନ୍ତି। ଗରିବ, ଅସହାୟଙ୍କୁ ଶୁଖିଲା ଖାଦ୍ୟ ଏବଂ ରାଶନ ଯୋଗାଇ ଦେଉଛନ୍ତି। କରୋନା ମହାମାରୀ ସମୟରେ ମୋନାଲିସାଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ୫ ବର୍ଷରେ ୫୬ ମୃତ

ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର...

ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ...

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ଅନ୍‌ଲାଇନରେ ହେବ ଓପିଏସ୍‌ସି ପରୀକ୍ଷା

କଟକ ଅଫିସ,୧୪ା୧୨:ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ର ସମସ୍ତ ପରୀକ୍ଷା ଏଣିକି ଅନ୍‌ଲାଇନରେ କରାଯିବ। କରୋନା ମହାମାରୀ ଲାଗି ଆସନ୍ତା ୨୦ରେ ହେବାକୁ ଥିବା ମେଡିକାଲ...

ଡିଜିପି ଅଫିସ ଘେରିଲା ଭାଜପା

କଟକ ଅଫିସ, ୯ା୧: କଟକ ଜିଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ...

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ

ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେଲେ ସରକାର

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୪।୧୨(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଷ୍ଟାଇଲ ମିଲ୍‌ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ନିଜ ଅକ୍ତିଆରକୁ...

Advertisement
Archives

Model This Week