କରୋନା ରୋଗୀ ଚିହ୍ନଟ ପରେ ହରଡଖୋଲ ବଜାର ୪୮ଘଣ୍ଟା ସଟ୍‌ଡାଉନ

ସୋନପୁର,୨୮।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ବୁଧବାର ଜିଲାରେ ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫ରେ ପହଞ୍ଚତ୍ଛି। ୪ ଜଣ କରୋନା ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଟିଏମସି (ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର)ରେ ଥିଲେ। ସୋନପୁର ବ୍ଲକ ବାଲିଜୁରୀ ଗ୍ରାମର ତାମିଲନାଡୁ ଫେରନ୍ତା ୨୩ ବର୍ଷର ଯୁବକ ଓ କୁଲିପାଲି ଗ୍ରାମର ମହାରାଷ୍ଟ୍ର ଫେରନ୍ତା ୨୬ ବର୍ଷର ଯୁବକ ହରଡଖୋଲ ହାଇସ୍କୁଲ ଟିଏମ୍‌ସିରେ ଥିଲେ। ଉଭୟ ୧୮ ତାରିଖରେ ପହଞ୍ଚତ୍ ଥିଲେ। ୨୫ ତାରିଖରେ ଉଭୟଙ୍କ ସ୍ବାବ୍‌ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ଡୁଙ୍ଗୁରିପାଲି ବ୍ଲକ ସରଗୁଲ ଟିଏମ୍‌ସିରେ ମହାରାଷ୍ଟ୍ର ଫେରନ୍ତା ଓ ତରଭା ବ୍ଲକ ରଙ୍ଗପୁର ଟିଏମ୍‌ସିରେ ତାମିଲନାଡୁ ଫେରନ୍ତା ଯୁବକଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତଙ୍କୁ ସୁବର୍ଣ୍ଣପୁର କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି । ସମ୍ପୃକ୍ତ ଟିଏମ୍‌ସିଗୁଡିକୁ ସିଲ୍‌ କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହିତ ହରଡଖୋଲ, ସରଗୁଲ ଓ ରଙ୍ଗପୁର ଟିଏମ୍‌ସିକୁ ଗୁରୁବାର ସାନିଟାଇଜ୍‌ କରାଯାଇଛି। ଆକ୍ରାନ୍ତ ଯୁବକଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀ ଶ୍ରମିକ ଓ ଆଖପାଖ ଅଞ୍ଚଳର ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି ବୋଲି ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ସୋନପୁର ବ୍ଲକ ହରଡଖୋଲ ପଞ୍ଚାୟତର ସରପଞ୍ଚ ତୃପ୍ତି କୁଅଁର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଜିଲାପାଳଙ୍କ କ୍ଷମତାର ବ୍ୟବହାର କରିଛନ୍ତି । ଗୁରୁବାର ସେ ହରଡଖୋଲ ବଜାରକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି। ଏହି ବଜାରରେ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ରହିଛି । ଫଳରେ ବଜାର ଓ ରାସ୍ତାଘାଟ୍‌ ଶୁନଶାନ ରହିଛି । ସଟ୍‌ଡାଉନ୍‌ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ସହ ଏହାର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରପଞ୍ଚ କୁଅଁର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ...

ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ

ସୋନପୁର,୧୪।୯(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ...

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ...

ଡ୍ରାଇଭରଙ୍କୁ ହତ୍ୟା ଘଟଣା : ଢାବା କର୍ମଚାରୀ ଗିରଫ

ସୋନପୁର,୨୪।୮(ନି.ପ୍ର.) : ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ସୋନପୁର ଟାଉନ ପୋଲିସ ଅଭିଯୁକ୍ତ ସୁଶାନ୍ତ ଗୁରୁ(୨୦)ଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ...

ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌...

ନାମ ସଂକୀର୍ତ୍ତନ କରୁକରୁ ଟଳି ପଡ଼ିଲେ ବୃଦ୍ଧ

ବିନିକା,୨୪।୧୧(ଡି.ଏନ୍‌.ଏ.): ନାମ ସଂକୀର୍ତ୍ତନ ଚାଲିଥିଲା ବରଗଡ଼ ଜିଲା ଭେଡେନ ବ୍ଲକ ଟୁକୁରା ଗ୍ରାମରେ। ସଂକୀର୍ତ୍ତନ କରୁଥିଲେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମର କୈଳାସ...

ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ

ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ...

ବାହାଘରର କିଛି ଘଣ୍ଟା ପୂର୍ବରୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ବିନିକା,୨୮ା୬(ଡି.ଏନ.ଏ.)-ବାହାଘର ପାଇଁ ସବୁ ଆୟୋଜନ ସରିଥିଲା ା ଘରେ କୁଣିଆଙ୍କ ଭିଡ଼ ଜମିଥିଲା ା ହସଖୁସି ସାଙ୍ଗକୁ ଗହଳ ଚହଳ ଲାଗିଥିଲା ା ଆଉ କିଛି...

Advertisement
Archives

Model This Week