କରୋନା ଯୋଦ୍ଧା କରିଛ, ସମାନ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୩ା୫-ଆଗଧାଡିର କରୋନା ଯୋଦ୍ଧାଭାବେ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ ଓ ଜନସାଧାରଣଙ୍କୁ ସେବା ଯୋଗାଇବାସତ୍ତ୍ୱେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)ର କର୍ତ୍ତବ୍ୟରତ ଆୟୁଷ ଡାକ୍ତର, ଫର୍ମାଶିଷ୍ଟ, ଏଏନ୍‌ଏମମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁ ନାହିଁ। ଏ ନେଇ ବଲାଙ୍ଗୀର ଜିଲା ଆରବିଏସ୍‌କେ ଷ୍ଟାଫ୍‌ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ଶନିବାର ଏହି ସଂଘର ଆୟୁଷ ଡାକ୍ତର, ଫର୍ମାଶିଷ୍ଟ ଓ ଏଏନ୍‌ଏମ୍‌ମାନେ ସିଡିଏମ୍‌ଓ ଡା. ନାରାୟଣ ଥନାପତିିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରିଥିଲେ ା ଏହି ଦାବିପତ୍ରରେ କୋଭିଡ-୧୯ ମୁକାବିଲାରେ ଆରବିଏସ୍‌କେ ଷ୍ଟାଫ୍‌ମାନେ ଆଗଧାଡି କରୋନା ଯୋଦ୍ଧା ହୋଇଥିଲେ ମଧ୍ୟ ସେମାନଙ୍କୁ କୋଭିଡ-୧୯ର ଇନ୍‌ସେନ୍‌ଟିଭ୍‌, ସ୍ବାସ୍ଥ୍ୟବୀମା ଏବଂ ଅନ୍ୟ କରୋନା ଯୋଦ୍ଧାଙ୍କୁ ମିଳୁଥିବା ସୁବିଧା ସୁଯୋଗ ଦିଆଯାଉନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆରବିଏସ୍‌କେ ଷ୍ଟାଫ୍‌ମାନେ କରୋନା ମୁକାବିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, କଣ୍ଟେନମେଣ୍ଟ ଜୋନ୍‌, ପ୍ରବାସୀଙ୍କ ହୋମ ଆଇସୋଲେସନ୍‌, ସ୍ବାବ୍‌ ପରୀକ୍ଷା ପାଇଁ ପଠାଇବା କାର୍ଯ୍ୟ କରୁଛନ୍ତି। ହେଲେ ସେମାନଙ୍କୁ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭରୁ ବାଦ୍‌ ଦିଆଯାଇଛି ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ଦାବିପତ୍ରରେ ଅନ୍ୟ କରୋନା ଯୋଦ୍ଧା ଭାବେ ସରକାରଙ୍କ ଘୋଷିତ ସମାନ ସୁବିଧା ସୁଯୋଗ ଓ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭ ଯୋଗାଇବାକୁ ଦାବି କରିଛନ୍ତି ା ଅନ୍ୟ ସରକାରୀ ବିଭାଗରେ ୬ ବର୍ଷ ଧରି କାର୍ଯ୍ୟ କରିବା ପରେ ସେମାନଙ୍କୁ ରେଗୁଲାର କରାଯାଉଥିବାବେଳେ ଏଠାରେ ଆରବିଏସ୍‌କେ ଟିମ୍‌ରେ ୬ ବର୍ଷରୁ ଉର୍ଦ୍ଧ୍ୱ କାମ କରିବା ପରେ ମଧ୍ୟ ସେମାନଙ୍କୁ ରେଗୁଲାର କରାଯାଉ ନଥିବା ଅଭିଯୋଗ କରି ତୁରନ୍ତ ଏଦିଗରେ ପକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ଜଣାଇଛନ୍ତି ା ସଂଘ ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ହୃଦାନନ୍ଦ ମେହେର, ଡା ମଧୁସ୍ମିତା ମେହେର, କିଶୋର ସାହୁ ସିଡିଏମ୍‌ଓ ଡା ଥନାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ା ଏ ଦିଗରେ ସେ ବିହିତ ପଦକ୍ଷେପ ନେବେ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଥିଲେ ା ଏହାପରେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri