କରୋନା ଯୋଦ୍ଧାଙ୍କ ଘୋଷିତ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୮ା୫- ଚୁକ୍ତିଭିତ୍ତିକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ଓ ଏଏନ୍‌ଏମ୍‌ମାନେ ଗୁରୁବାର ବଲାଙ୍ଗୀର ସିଡିଏମ୍‌ଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଏହି ଦାବି ଆଗାମୀ ୩୦ ଦିନ୍‌ ମଧ୍ୟରେ ପୂରଣ ନହେଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରରେ କରୋନା ଯୋଦ୍ଧା ଭାବେ ଏହି ସ୍ବାସ୍ଥ୍ୟକର୍ମୀ ଓ ଏଏନ୍‌ଏମ୍‌ମାନେ ଆଗ ଧାଡିରେ ରହି ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଘୋଷିତ ସହାୟତା ଓ ସୁବିଧା ମିଳୁନାହିଁ ବୋଲି ଉଲ୍ଲେଖ କରିଛନ୍ତି ା କୋଭିଡ୍‌-୧୯ ମୁକାବିଲାରେ କରୋନା ଯୋଦ୍ଧାଙ୍କୁ ଦୈନିକ ଭତ୍ତା, ୫୦ ଲକ୍ଷ ଟଙ୍କାର ଜୀବନବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ା ମାତ୍ର ଏହି ସ୍ବାସ୍ଥ୍ୟକର୍ମୀ ଓ ଏଏନ୍‌ଏମ୍‌ମାନଙ୍କୁ ଏହା ମିଳୁନାହିଁ ା ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ୬ ବର୍ଷ କାମ କଲାପରେ ସେମାନଙ୍କ ଚାକିରୀକୁ ରେଗୁଲାର କରାଯିବା କଥା ା ମାତ୍ର ଏହା ହେଉନାହିଁ ା ଏନେଇ ଅନେକ ଥର ବିଭାଗୀୟ ଚିଠିପତ୍ର ସତ୍ତ୍ୱେ ଏହା ଅଟକି ରହିଛି ା ଏଣୁ ଶୀଘ୍ର ରେଗୁଲାର କରିବାକୁ ଦାବି କରିଥିଲେ ା ଯଥାଶୀଘ୍ର ଗ୍ରେଡେସନ୍‌ର ନିୟମ କାର୍ଯ୍ୟକାରୀ କରାଯିବା ସହ ବାର୍ଷିକ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯିବା ଓ ଅଗ୍ରୀମ ୪ ମାସର ଦରମା ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି ା ଦାବିପତ୍ର ଗ୍ରହଣ କରିବା ପରେ ଏନେଇ ବିହିତ ପଦକ୍ଷେପ ନେବେ ବୋଲି ସିଡିଏମ୍‌ଓ ଡା ନାରାୟଣ ଥନାପତି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବଦଳିଲା କର୍ଫ୍ୟୁ ଘୋଷଣା: ରାତି ୯ଟା ଯାଏ ବଢ଼ିଲା ଅବଧି, ତାଲିକାରେ ଯୋଡ଼ାଗଲା ମଦନଗୁଡ଼ିଆ ବଗିଚାରୁ ଭାଗିରଥି ଛକ ରାସ୍ତା

ବଲାଙ୍ଗୀର ଅଫିସ,୧୫।୪: ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ...

ବାଇକ ଆରୋହୀଙ୍କଠାରୁ ୫.୭ଲକ୍ଷ ଲୁଟିନେଲେ

କଣ୍ଟାବାଞ୍ଜି, ୧୫ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଥାନା ୨୬ନଂ ରାଜ୍ୟ ରାଜପଥର କାନୁଟ-ତଅଁଲା ଇଲେକ୍ଟ୍ରି ଗ୍ରୀଡ ନର୍ସରୀ ନିକଟରେ ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ଲୁଟେରା ଜଣେ ବାଇକ...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

୨୪୭୬ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସହାୟତା

ଲୋଇସିଂହା,୨୫।୪(ଡି.ଏନ.ଏ.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୦ରୁ ଲକ୍‌ଡାଉନ ଜାରୀ ରହିଛି । ଫଳରେ କାମଧନ୍ଦା ବନ୍ଦ ରହିଥିବାରୁ...

କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବଲାଙ୍ଗୀର ୧୫୪ଟି କେନ୍ଦ୍ରରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ବଲାଙ୍ଗୀର ଅଫିସ,୧୯।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ଛ୍ରାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସକାଳ ୯ଟାରେ...

ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ...

ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଦଦ୍‌ରା ମାଏଟ୍‌ କୁରିଆରେ ୬ ପରାନୀ କୁଟୁମ୍‌

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ନିସାହା, ଗରିବ୍‌ ଦୁଖିକୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡ଼ିଆ, ବିଜୁ ପକାଘର ଯୋଜନାରେ ଘର ଯୁଗେଇ ଦେଉଛନ୍‌।...

ଧାନଖଳାରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳିଗଲା ୧୬୦ କ୍ୱିଣ୍ଟାଲ ଧାନ

ଲୋଇସିଂହା,୨୨।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁର ଏକ ଧାନଖଳାରେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିରେ...

Coronavirus Update


Archives

Model This Week

Why Dharitri