କରୋନା ଯୋଦ୍ଧାଙ୍କ ଉପରେ ସଙ୍କଟ: ସେନାଠାରୁ ପୋଲିସ ପର୍ଯ୍ୟନ୍ତ ସବୁଠାରେ ବଢୁଛି ସଂକ୍ରମଣ; ଦିଲ୍ଲୀର ୯ ସିଆର୍‌ପିଏଫ୍‌ ଯବାନ ପଜିଟିଭ୍‌

ନୂଆଦିଲ୍ଲୀ,୨୫।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଲକ୍‌ ଡାଉନ୍‌ରେ ସାଧାରଣ ଲୋକେ ଘରେ ଥିବାବେଳେ କରୋନା ଯୋଦ୍ଧା କୁହାଯାଉଥିବା ଭାରତୀୟ ସେନା କର୍ମଚାରୀ ଏବଂ ପୋଲିସ ବାହାରେ ମୁତୟନ ହୋଇଛନ୍ତି। ଏବେ ସେମାନଙ୍କ ମଧ୍ୟରେ ଧୀରେଧୀରେ ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀର ୯ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ନମୁନା ପରୀକ୍ଷଣ କରୋନା ପଜିଟିଭ୍‌ ଆସିଛି। ସେମାନେ ସିଆର୍‌ପିଏଫ୍‌ ୩୧-ବି ବାଟାଲିୟନ୍‌ର ଯବାନ। ସୁରକ୍ଷା ଦୃଷ୍ଟିରୁ ୫୦ ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ଗୁଜରାଟର ଅହମଦାବାଦରେ ୪୬ ପୋଲିସଙ୍କ ନମୁନା କରୋନା ପଜେଟିଭ୍‌ ଆସିଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ୨୦୦ ପୋଲିସ କର୍ମଚାରୀଙ୍କୁ ଘରେ କ୍ୱାରାଣ୍ଟାଇନ୍‌ କରାଯାଇଛି। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇସାରିଛନ୍ତି। ତାମିଲନାଡୁର କୋୟମ୍ବାଟୁର ୭ ପୋଲିସଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଭୋପାଳରେ ୩୪ ପୋଲିସ କର୍ମଚାରୀଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପଶ୍ଚିମବଙ୍ଗରେ ୯ ଜଣ ଆର୍‌ପିଏଫ୍‌ ଯବାନଙ୍କ ନମୁନା ପରୀକ୍ଷଣ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି ଯବାନମାନେ ଦିଲ୍ଲୀ ଯାତ୍ରା କରିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟରେ ଦେଶର ଦ୍ୱିତୀୟ ମୃତ୍ୟୁ

ମୁମ୍ବାଇ,୨୫।୬: ଭାରତରେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା...

ଅନ୍ୟ ଧର୍ମରେ ବିବାହ କରି ‘ମହାନ ପ୍ରେମିକ’ ହୁଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୯: ଛତିଶଗଡ଼ର ଏକ ଅନ୍ୟ ଧାର୍ମିକ ବିବାହ ମାମଲାର ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଯୁବକଙ୍କୁ ବିଶ୍ୱସ୍ତ ଜୀବନସାଥୀ ଓ ମହାନ...

ରାଜୌରିରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ୫ ଯବାନ ଶହୀଦ, ଜଣେ ହସ୍ପିଟାଲରେ ଭର୍ତ୍ତି; ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ ସଂଭାଗର ରାଜୌରି ଜିଲାର କଂଡି ଅଞ୍ଚଳରେ ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି।...

ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ୍‌...

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬।୯: ରାମ ଜନ୍ମ ଭୂମି ମାମଲା ଶେଷ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ...

ଅମ୍ଫନର ପ୍ରଭାବ: ବୁଡିଯାଇଛି କୋଲକାତା ବିମାନ ବନ୍ଦରର ରନଓ୍ବେ

କୋଲକାତା,୨୧।୫: ବାତ୍ୟା ଅମ୍ଫନର ପ୍ରଭାବ ଓଡ଼ିଶାା ଉପରେ ଯେତିକି ପଡିଛି ତା’ଠାରୁ ଯଥେଷ୍ଟ ଅଧିକ ପ୍ରଭାବ ପଡିଛି ପଶ୍ଚିମବଙ୍ଗ ଉପରେ। ଏଠାରେ ଘଣ୍ଟାକୁ ୧୬୦-୧୮୦ କିଲୋମିଟର...

ଆସାମରେ ରାହୁଲ ଗାନ୍ଧୀଙ୍କ ନାମରେ ହଜାରେ ଅଭିଯୋଗ

ଗୁଆହାଟି,୧୫।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତର ଆତ୍ମା’ ଟୁଇଟ୍‌ ବିରୋଧରେ ଶହ ଶହ ଅଭିଯୋଗ ରୁଜୁ କରିଛନ୍ତି ଆସାମ ଭାଜପା ଓ ଏହାର ବିଭିନ୍ନ...

ଶହୀଦଙ୍କୁ ସଲାମ! ଜମ୍ମୁ-କଶ୍ମୀର ପ୍ରଶାସନ ଶହୀଦଙ୍କ ନାମରେ ନାମିତ କରିବେ ୫୭ ସ୍କୁଲ, ସଡ଼କର ନାମ

ଶ୍ରୀନଗର,୩୧ ।୧: ଜମ୍ମ-କଶ୍ମୀର ପ୍ରଶାସନ ଶହୀଦ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ-କଶ୍ମୀରରେ ଏବେ ୫୭ ସ୍କୁଲ...

Advertisement
Archives

Model This Week