କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ କବଳରୁ ଜନ ସମାଜକୁ ରକ୍ଷା କରୁଥିବା ଯୋଦ୍ଧା ଭାବେ ତହସିଲଦାର ବିଦ୍ୟାଧର ପତି, ବ୍ଲକ ଉନ୍ନୟନ ଅଧିକାରୀ ଅଶୋକ କୁମାର ଲେଙ୍କା, ନିଆଳି ଆଇଆଇସି ଓ ନିଆଳି ପ୍ରେସ କ୍ଳବ ମୁଖ୍ୟଙ୍କୁ “ଆମ ଗାଁ ଆମ କଥା”ର ସଭାପତି ଅବିନାଶ ଦାସ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଦିପାଞ୍ଚଳର କସର୍ଦା ଫାଣ୍ଡି ଅଧିକାରୀ ଏବଂ ଫାଣ୍ଡି କର୍ମଚାରୀ ଓ କସର୍ଦା ଡାକଘରର ମୁଖ୍ୟ ଓ ଅନ୍ୟମାନଙ୍କୁ କ୍ଳବର ମୁଖ୍ୟ ପରିଚାଳକ ଏବଂ ଆମ ଗାଁ ଆମ କଥାର ସଂଗଠନ ସମ୍ପାଦକ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଜଗତସିଂହପୁର ପ୍ରେସ କ୍ଲବର ଖବରଦାତା, ଅଙ୍ଗନବାଡି ଆନିମେଟର, କସର୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସାନିଟାଇଜର୍‌ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri