କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା

ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ଏହି କରୋନା ଯୋଦ୍ଧାମାନେ ଆର୍ଥିକ ଅନଟନର ଶିକାର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଠିକାଦାରଙ୍କ ପାଖରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
କର୍ମଚାରୀମାନ କହିଛନ୍ତି ଯେ, ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଆଉଟ୍‌ସୋର୍ସିଂ ଭାବେ ଆଟେଣ୍ଡାଣ୍ଟ, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ଓ ଡ୍ରାଇଭର ଆଦି ପଦବୀରେ ୧୦୪ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଦରମା ଦେବା ସମୟ ହେଲେ ଆଜି ଦିଆଯିବ, କାଲି ଦିଆଯିବ କହି କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିଛନ୍ତି। ସରକାର ମେଡିକାଲ କର୍ମଚାରୀଙ୍କୁ ଆଗୁଆ ୩ ମାସର ଦରମା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିବା ବେଳେ ଅନୁଗୋଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଶେଷଥର ପାଇଁ ଏହି କର୍ମଚାରୀମାନଙ୍କୁ ୨୦୧୯ ଡିସେମ୍ବର ମାସର ଦରମା ଦିଆଯାଇଥିଲା। ଏହାପରଠାରୁ ୩ ମାସର ଦରମା ଏଯାଏ ପ୍ରଦାନ କରାଯାଉନାହିଁ। କରୋନାକୁ ନେଇ ସବୁଠି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଏପରି କର୍ମଚାରୀମାରଣ ନୀତି ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏ ନେଇ ଭାରପ୍ରାପ୍ତ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମ୍‌ଓ) ଡାକ୍ତର ଶ୍ୟାମ ପ୍ରସାଦ ଦାସ କହିଛନ୍ତି, ଦରମା ବାବଦ ଫାଇଲରେ ଦସ୍ତଖତ କରିସାରିଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ କର୍ମଚାରୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୧୧୦ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦...

୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍‌ ୨୦୨୦) ପରେ ପ୍ରଥମ ଥର...

ଜୟ ଜଗନ୍ନାଥ, ଜୟ ମା’ ସମଲେଇ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଶଙ୍ଖ ମୋ ଗର୍ବ ପରେ ବିଜୁ ଜନତା ଦଳ ନେତାମାନେ ଜୟ ଜଗନ୍ନାଥ କହି ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତେବେ ପଶ୍ଚିମ ଓଡ଼ିଶା...

ଲିକେଜ ଗ୍ୟାସ ଟାଙ୍କି ଯୋଗାଣ

ବୁଗୁଡ଼ା,୧୦ା୧(ଡି.ଏନ.ଏ.): ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା...

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଲା ବିମାନ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଦୁବାଇରୁ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ୧୭୦ ଜଣ ଯାତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସାଢେ ଚାରି ଘଣ୍ଟାର ଯାତ୍ରା...

ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ପିଙ୍କୁ ଭେଟି ତଦନ୍ତ ଦାବି କଲେ ମା’,ବାପା

ଛତ୍ରପୁର,୧୬ା୧୧(ଡି.ଏନ.ଏ) -ବ୍ରହ୍ମପୁର ରାମହରିନଗରର ରବୀନ୍ଦ୍ର ନାଥ ମିଶ୍ରଙ୍କ ପୁଅ ହ୍ରିତିକଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଚମାଖଣ୍ଡି ପୋଲିସ କହିଛି। ମାତ୍ର ହ୍ରିତିକଙ୍କ ମା’, ବାପା ଏଥିରେ...

ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି।...

ଶେଷ ଦିନରେ ୯୪,୬୦୫ ଦାଖଲ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ଶେଷ ହୋଇଛି। ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୫ତାରିଖ ଅପରାହ୍ନ ୩ଟା ମଧ୍ୟରେ...

Advertisement
Archives

Model This Week