କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ୯୦ଟି ଦେଶରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ଗଣମାଧ୍ୟମକୁ ମିଳୁଥିବା ବିଜ୍ଞାପନରେ ଅଚାନକ ହ୍ରାସ ଘଟିଛି। ଏହା ଗଣମାଧ୍ୟମ ଶିଳ୍ପର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଜ୍ଞାପନ ପାଇଁ ମୁଖ୍ୟତଃ କମ୍ପାନୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ କମ୍ପାନୀଗୁଡ଼ିକରେ କାମ ବନ୍ଦ ରହିବା ଯୋଗୁ ଗଣମାଧ୍ୟମ ଶିଳ୍ପକୁ ବିଜ୍ଞାପନ ଆସିବା ବ୍ୟାହତ ହୋଇଛି। ରେଡିଓ ସମେତ ବିଭିନ୍ନ ଇଲୋକ୍ଟ୍ରିନିକ୍ସ୍‌ ମନୋରଞ୍ଜନ ଅବା ନ୍ୟୁଜ୍‌ ଚ୍ୟାନେଲ୍‌ର ଟିଆର୍‌ପି ଏହାଯୋଗୁ ବାଧାପ୍ରାପ୍ତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଶୁଟିଂ ବନ୍ଦ ରହିଛି। ଫଳରେ ମନୋରଞ୍ଜନ ଚ୍ୟାନେଲରେ କୌଣସି ନୂଆ ଧାରାବାହିକ ପ୍ରସାରଣ କରିବା ସମ୍ଭବ ହୋଇପାରୁ ନାହିଁ। ଏହା ଯୋଗୁ ସମ୍ପୃକ୍ତ ଚ୍ୟାନେଲ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରିଣ୍ଟ୍‌ ମିଡ଼ିଆ ଶିଳ୍ପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଯୋଗୁ ବହୁ ଲୋକଙ୍କ ପାଖରେ ଖବରକାଗଜ ମଧ୍ୟ ପହଞ୍ଚିପାରି ନାହିଁ। ଦେଶର ୧୪୦୦ରୁ ଅଧିକ ସ୍ଥାନରେ ଖବର କାଗଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରତିଫଳନ ପୃଥିବୀର ବିଭିନ୍ନ ଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏପରି ସ୍ଥଳେ ସରକାରୀ ସହାୟତା ହିଁ ଏକମାତ୍ର ଭରସା ପାଲଟିଛି। ସମାଜ, ଦେଶ ତଥା ସରକାରଙ୍କ ପ୍ରତିଟି କାର୍ଯ୍ୟର ଜଗୁଆଳୀ ପାଲଟି ଥିବା ଗଣମାଧ୍ୟମ ଶିଳ୍ପ ପ୍ରତିଟି ଦେଶ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ତେଣୁ କରୋନା ଭଳି ସଙ୍କଟ ଜନକ ସମୟରେ ସରକାର ଏହି ଶିଳ୍ପ ଲାଗି ସ୍ବତନ୍ତ୍ର ଘୋଷଣା କରିବାର ଆବଶ୍ୟକତା ଉପରେ ଅନ୍ତର୍ଜାତୀୟସ୍ତରରେ ଜୋର୍‌ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri