କରୋନା ଯନ୍ତ୍ରଣା: ଗଞ୍ଜାମରେ ଅଳିଆ ଗଦାରୁ ଖାଦ୍ୟ ସାଉଁଟୁଛନ୍ତି ଗୋରୁପଲ

ବ୍ରହ୍ମପୁର ଅଫିସ,୨୨।୪- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ (ତାଲା ବନ୍ଦ ) ସ୍ଥିତି ଜାରି ରହିଛି। ଏଥିଯୋଗୁ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀମାନେ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ସମଗ୍ର ଗଞ୍ଜାମ ଜିଲାରେ ବୁଲା ଗାଈଗୋରୁ ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗରରେ କିଛି ଲୋକ ଓ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗାଈ, କୁକୁର ପାଇଁ ରାଜ୍ୟ ସରକାର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ତାହା ସହର ଭିତରେ ବିଚରଣ କରୁଥିବା ଗୋରୁପଲ ଓ ବିଭିନ୍ନ ପ୍ରକାର ପଶୁଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହୋଇପଡିଛି। ହୋଟେଲଗୁଡିକ ବନ୍ଦ ହୋଇଯାଇଥିବାରୁ ବୁଲା ଗୋରୁପଲ ଅଧିକ ପ୍ରଭାବିତ ହୋଇଛନ୍ତି। ଏପରିକି ଗୋରୁପଲ ଖାଦ୍ୟ ନ ପାଇ ଛଟପଟ ହେଉଛନ୍ତି । କୁକୁର ପଲ ଏବେ ଲୋକଙ୍କ ଘର ଆଗରେ ଦିନସାରା ଜଗି ରହୁଛନ୍ତି। ଲୋକମାନେ ଘରର ବଳକା ଖାଦ୍ୟ କୁକୁର ମାନଙ୍କୁ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବୁଲା ଗାଈ ଗୋରୁଙ୍କ ଅବସ୍ଥା ଜଟିଳ ହୋଇପଡିଛି। ଅଳ୍ପସମୟ ପାଇଁ ଖୋଲା ଯାଉଥିବା ପନିପରିବା ଦୋକାନରୁ ଯାହାକିଛି ପଚାଷଢା ପନିପାରିବା ବାହାରୁଛି ତାହା ଦୋକାନୀ ବଜ଼ାର ଶେଷ ମୁଣ୍ଡରେ ଜମା ରଖିଥାଏ। ତାହାକୁ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି କିଛି ଗୋରୁପଲ। ହେଲେ ତାହା ସମସ୍ତ ଗାଈ ଗୋରୁଙ୍କ ଭାଗ୍ୟରେ ମିଳିନଥାଏ। ଅଧିକାଂଶ ଗାଈ ଗୋରୁ ଭୋକ ସମ୍ଭାଳିନପାରି ସହର ଭିତରେ ଥିବା ବିଭିନ୍ନ ଗାର୍ବେଜ ପଏଣ୍ଟ ରେ ଜମା ରହିଥିବା ଅଳିଆ ଆବର୍ଜନା ରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କୁ ମାଡ଼ମାରି ଗିରଫ ହେଲେ ଘର ମାଲିକ

ଗୋପାଳପୁର,୭ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମଦନମୋହନପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ...

ଘରୁ ଡାକି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି...

୫୬୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ

ନବରଙ୍ଗପୁର,୫ା୩(ବି.ପ୍ର.) ନବରଙ୍ଗପୁର ଜିଲାର କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜାଲ ଦସ୍ତଖତ କରି ଚାଉଳ ଯୋଗାଣ ଏଜେନ୍ସି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ କରି ଦେଇଛନ୍ତି। ବିଦ୍ୟାଳୟକୁ କମ...

ଅତିରିକ୍ତ ସଚିବଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧ା୬(ଡି.ଏନ.ଏ.)-ସୋମବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଅତିରିକ୍ତ ସଚିବ ତଥା ନୋଡାଲ ଅଫିସର ରସିଦ ଖାନ ଗସ୍ତ କରି ଫେରିଛନ୍ତି। ତାଙ୍କ...

୧୨୭୭୬ ପ୍ଲଟ୍‌ରେ ମିଛ ଧାନଚାଷ

ସୋନପୁର, ୨୧।୧୨(ନି.ପ୍ର.): ଚାଷ ନାହିଁ, ହେଲେ ଜମିରେ ଖରିଫ ଚାଷ ହୋଇଛି ଦର୍ଶାଇ ବିଭାଗ ପାଖରେ ଶତାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା...

ଘରୁ ମୟୁର ଜବତ କଲା ବନ ବିଭାଗ

ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ...

ହଜାରେ ଲିଟର ପୋଚ ନଷ୍ଟ, ଭାଟି ସିଲ

ପାତ୍ରପୁର,୨୦ା୪(ଡି.ଏନ୍‌.ଏ.)- ଲକ୍‌ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍‌ ହେଉଛନ୍ତି ମାଫିଆ। ଜରଡା ଥାନା...

ଏଏସ୍‌ଆଇ ନିଲମ୍ବିତ, ୨ ଅଭିଯୁକ୍ତ ଗିରଫ

ଯାଜପୁର ଅଫିସ/ବିଞ୍ଝାରପୁର, ୨୬ା୩(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁରସ୍ଥିତ ଖରସ୍ରୋତା ନଦୀର ମନେଇ ବାଲିଘାଟଠାରେ ଗୁରୁବାର ବୋମାମାଡ଼ରେ ସୁରେନ୍ଦ୍ର ଦାଶ(୪୭)ଙ୍କ ମୃତ୍ୟୁ ଘଟଣାରେ ଯାଜପୁରର...

Advertisement
Archives

Model This Week