କରୋନା ମୃତ୍ୟୁ: ୬୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ବିପଦ ୩୪ଗୁଣ କମ୍‌

ଲଣ୍ଡନ,୧୬ା୫: ବ୍ରିଟେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ତଥ୍ୟକୁ ଅନୁଧ୍ୟାନ କଲେ ୬୫ ବର୍ଷରୁ କମ୍‌ ବୟସ୍କଙ୍କ ଜୀବନହାନି ଆଶଙ୍କା ୩୪ଗୁଣ କମ୍‌ ବୋଲି ଜଣାପଡ଼ିଛି। ବ୍ରିଟେନରେ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଏହି ମହାମାରୀ ଭୂତାଣୁରେ ମୃତ୍ୟୁ ଘଟିଛି। ହେଲେ ଏହି ସଂଖ୍ୟା ଦେଶର ହସ୍ପିଟାଲଗୁଡ଼ିକରେ ଘଟୁଥିବା ମୃତ୍ୟୁକୁ ନେଇ ଆଧାରିତ। ବାସ୍ତବରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ହସ୍ତଗତ ମୃତ୍ୟୁସଂଖ୍ୟା ଅନୁଯାୟୀ, ବ୍ରିଟେନରେ ୬୫ ବର୍ଷରୁ କମ୍‌ ବୟସର ୪,୦୬୬ ଜଣଙ୍କ ଜୀବନହାନି ଘଟିଛି, ଯାହାକି ପ୍ରାୟ ୧୨%। ହେଲେ ବର୍ତ୍ତମାନ ଯାଏ କାର୍ଯ୍ୟରତ ଥିବା ୬୫ ବର୍ଷରୁ କମ୍‌ ବୟସ୍କଙ୍କ କଥା ଦେଖିଲେ, ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୮.୪ଜଣଙ୍କ ମୃତ୍ୟୁ ଘଟିଛି। ଏହା ତୁଳନାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୮୬ଜଣଙ୍କ ମୃତ୍ୟୁ ଘଟିଛି। ଏହାର ଅର୍ଥ ହେଉଛି କମ୍‌ ବୟସ୍କଙ୍କ ଅପେକ୍ଷା ପେନ୍‌ସନ ଭୋଗୀମାନଙ୍କ ପ୍ରତି କରୋନା ମୃତ୍ୟୁ ବିପଦ ୩୪ ଗୁଣ ଅଧିକ। ସେହିପରି ୪୫ବର୍ଷରୁ କମ୍‌ ୪୦୧ଜଣଙ୍କ ମୃତ୍ୟୁ ଘଟିଛି, ଯାହାକି ଏହି ବର୍ଗର ୧ ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଓଏନ୍‌ଏସ୍‌) ଅନୁଯାୟୀ, କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗର, ଯେଉଁଥିରେ ୩୦,୯୭୮ ଜଣଙ୍କ ମୃତ୍ୟୁ ଘଟିଛି।
ପୂର୍ବର ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ବିଟ୍ରେନର କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କରୋନାରେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ମୃତ୍ୟୁ ଆଶଙ୍କା ଅଧିକ। ନାଗରିକଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ବୟସ ହେଉଛି ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଆଧାର କରି ସରକାର ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଲିଙ୍ଗ ଅନୁଯାୟୀ ମୃତ୍ୟୁହାର ଦେଖିଲେ, ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୫.୨ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବାବେଳେ ପ୍ରତି ୧ ଲକ୍ଷ ପୁରୁଷଙ୍କ ମଧ୍ୟରୁ ୯.୯ଜଣ ପ୍ରାଣ ହରାଉଛନ୍ତି।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ମୃତ୍ୟୁହାର ଲୋକଙ୍କ ବୃତ୍ତି ଦ୍ୱାରା ପ୍ରଭାବିତ। ବିଶେଷକରି ସ୍ବାସ୍ଥ୍ୟସେବା ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକମାନେ କରୋନା ଭୂତାଣୁ ସଂସ୍ପର୍ଶରେ ଅଧିକ ଆସିଥାନ୍ତି। ଉଲ୍ଲେଖଥାଉ କି ଓଏନ୍‌ଏସ୍‌ର ପୂର୍ବ ତଥ୍ୟ ଦର୍ଶାଇଥିଲା ଯେ, ଶାରୀରିକ କାମରେ ନିୟୋଜିତ ସ୍ବଳ୍ପ ବେତନଭୋଗୀମାନଙ୍କ ପ୍ରତି ବିପଦ ଅଧିକ। ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ ଏବଂ ଟ୍ରପିକାଲ ମେଡିସିନ୍‌ର ପ୍ରଫେସର ତଥା ମହାମାରୀ ବିଜ୍ଞାନ ବିଶେଷଜ୍ଞ ନେଲ୍‌ ପର୍ସଙ୍କ କହିବାନୁଯାୟୀ, ପ୍ରାୟତଃ ଧନୀ ଲୋକଙ୍କ ଅପେକ୍ଷା ଶ୍ରମିକ ଶ୍ରେଣୀର ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ରହିଥାଏ। କିନ୍ତୁ ଦେଖିବାକୁ ମିଳୁଛି ଯେ, ଶ୍ରମିକ ଶ୍ରେଣୀର ଚାକିରିରେ ଥିବା ଲୋକମାନେ ଜନସାଧାରଣଙ୍କ ସହ ବିଶେଷ ଭାବେ ଯୋଗାଯୋଗରେ ରହିଥାନ୍ତି। ଉଦାହରଣ ସ୍ବରୂପ, ଟ୍ୟାକ୍ସି ଏବଂ ବସ୍‌ ଚାଳକମାନଙ୍କ କରୋନା ମୃତ୍ୟୁହାର ବହୁତ ଅଧିକ ଥିବାବେଳେ ସେହି ତୁଳନାରେ ଭାରି ଟ୍ରକ୍‌ ଡ୍ରାଇଭରମାନଙ୍କ ପ୍ରତି ସେଭଳି ବିପଦ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri