କରୋନା ମୃତ୍ୟୁ ଛୁଇଁଲା ୪ ଲକ୍ଷ: ୬୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ ୮୧ ହଜାର ୪୩୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୨୩୭ ରହିଛି। ୩୪ ଲକ୍ଷ ୧୩ ହଜାର ୨୮୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୮୮ ହଜାର ୫୪୪ ଥିବାବେଳେ ମୃତକଙ୍କ ସଂଖ୍ୟା ଲକ୍ଷେ ୧୨ ହଜାର ୯୬ ଛୁଇଁଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୬ ହଜାର ୪୯୪ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୩୬ ହଜାର ୪୪ ରହିଛି। ସେହିପରି ରୁଷ୍‌ରେ ୪ ଲକ୍ଷ ୫୮ ହଜାର ୬୮୯ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୫,୭୨୫ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୮୮ ହଜାର ୩୯୦ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୭ ହଜାର ୧୩୫ ଜଣଙ୍କ ଜୀବନ ଯାଇଛି। ବ୍ରିଟେନରେ ମୋଟ ୨ ଲକ୍ଷ ୮୪ ହଜାର ୮୬୮ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୦ ହଜାର ୪୬୫ ରହିଛି। ଏହି ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି। ସେହିପରି ମୃତକଙ୍କକ ସଂଖ୍ୟା ୬ ହଜାର ୯୪୬ ଛୁଇଁଛି। ଭାରତ ପଛରେ ସପ୍ତମ ସ୍ଥାନରେ ଇଟାଲ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୪ ହଜାର ୮୦୧ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୩ ହଜାର ୮୪୬ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ

ଓ୍ବିଲିଂଟନ୍‌,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

କରୋନା ସହ ଲଢିବାକୁ ଭାରତୀୟ ସେନାର ‘ଅପରେଶନ ନମସ୍ତେ’

ନୂଆଦିଲ୍ଲୀ,୨୭।୩: ଦେଶ ଏବେ ପ୍ରସ୍ତୁତ କରୋନା ଭାଇରସ ସହ ଲଢିବାକୁ। ସାରା ଦେଶରେ ଏବେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସାଧାରଣ...

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଦାନ କରାଯାଉଛି ସମ୍ମାନ ଜନକ ଛାତ୍ରବୃତ୍ତି; ଏହା ଅନେକଙ୍କୁ ଏବେ ବି ଅଜଣା

ଓ୍ବାଶିଂଟନ,୧୮।୯ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ସମ୍ମାନ ଜନକ ତଥା ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଛାତ୍ରବୃତ୍ତି...

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ...

ମାସ୍କ ପିନ୍ଧାଇ ବେହୋସ ପରେ ନାବାଳିକାକୁ ବଳାତ୍କାର

ମୋହାଲି, ୫।୯: ଜଣେ ଶ୍ରମିକ ଠିକାଦାର ନିର୍ମାଣଧିନ ସାଇଟ୍‌କୁ ଜଣେ ନାବାଳିକାକୁ ନେବାପରେ ସେଠାରେ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ମାସ୍କ ପରିଧାନ କରିବା ପରେ...

ଦେଶରେ ୧୨ ଘଣ୍ଟାରେ ଚିହ୍ନଟ ହେଲେ ୪୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬ ।୪: ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ୪୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଆଜି ରାଜ୍ୟରେ ୭୨ ପଜିଟିଭ୍‌ ଚିହ୍ନଟ, ୩୩୫୬୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୮।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

Advertisement


Archives

Model This Week

Why Dharitri