କରୋନା ମୁକାବିଲା: ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ

ଦାରିଙ୍ଗବାଡ଼ି,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ କରାଯାଇଥିବା ବେଳେ ସମସ୍ତ ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ କରାଯାଇଛି। ବାହାର ରାଜ୍ୟ ଏବଂ ଜିଲାରୁ ଆସିଥିବା ଲୋକଙ୍କୁ ଉକ୍ତ କ୍ୱାରାଣ୍ଟାଇନ ଗୃହରେ ରଖାଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସମସ୍ତ ପଞ୍ଚାୟତରେ କରାଯାଇଥିବା କ୍ୱାରାଣ୍ଟାଇନରେ ୨୪ ଘଣ୍ଟିଆ ଆଲୋକ ବ୍ୟବସ୍ଥା ପାଇଁ ଜେନେରେଟର ଏବଂ ଇନ୍‌ଭଟର ବ୍ୟବସ୍ଥା କରାଯାଇଛି। ସେହିପରି ଗଦି, ବେଡ୍‌ସିଟ୍‌, ଖଟ, ଚପଲ ଏବଂ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତ ପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟରେ ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ବ୍ଲକର ସମସ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ...

ନିରାଡମ୍ବର ଭାବେ ପାଳିତ ହେଲା ୭୨ ତମ ସାଧାରଣତନ୍ତ୍ର ଦିବସ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ ଲାଇନ ମଧ୍ୟରେ ମଙ୍ଗଳବାର ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ...

ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି

ବସ୍ତା,୨୫।୩(ଡି.ଏନ୍‌.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା...

ଏସିଆର ବଡ଼ ଗାଁକୁ କରୋନା ଡର

ଭୁବନ, ୧୪।୫(ଡି.ଏନ.ଏ.) – ଏସିଆ ମହାଦେଶ ସର୍ବବୃହତ୍‌ ଗାଁ ଭୁବନକୁ ଗୋଡ଼ାଉଛି କରୋନା ଡର। ସୀମାନ୍ତ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।...

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ...

ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ...

କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା।...

Advertisement


Archives

Model This Week