କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌: ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ରେଗୁଲେଶନ ଜାରି କରାଯାଇଛି। ଏହାନୁଯାୟୀ ସମସ୍ତ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ରଖିବେ। ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜେ ସେ ନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସେମାନେ ମେଡିକାଲ କର୍ତ୍ତୃପକ୍ଷ/ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଏହାଛଡ଼ା କୌଣସି ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷାକୁ ଅନୁମତି ନାହିଁ। ସନ୍ଦିଗ୍ଧ ଗାଇଡ୍‌ଲାଇନ୍‌ ନ ମାନିଲେ ଆଇପିସି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କରୋନା ସମ୍ପର୍କରେ ଗୁଜବ ପ୍ରଚାର କଲେ ଅପରାଧ ବିବେଚିତ ହେବ। ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହେବା ସହ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଟୁନି ଭାଜପା-ବିଜେଡି ଆବାସ କଳି

ଭୁବନେଶ୍ୱର,୨୬।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଜିଲାରେ ଦୁର୍ନୀତି ହୋଇଥିବା ନେଇ ଭାଜପା ଅଭିଯୋଗ କରିଛି। ଭାଜପାର ଅଭିଯୋଗ ପରେ ବିଜେଡି ମଧ୍ୟ ପଲଟା ଜବାବ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା ଦାଏର

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ବୁଧବାର ପୁରୀ ଓକିଲ ସଂଘ ତରଫରୁ ସିଭିଲ ଜଜ୍‌ ସିନିୟର...

କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ...

ବାତ୍ୟା ମୁକାବିଲା ଲାଗି କ’ଣ ହୋଇଛି ପ୍ରସ୍ତୁତି ଜାଣନ୍ତୁ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା...

ଭଡ଼ାଟିଆଙ୍କୁ ବିଦା କରିପାରିବେନି ଘର ମାଲିକ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱରରୁ ଓଡ଼ିଶାର ପ୍ରଥମ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରଠାରୁ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ଏଥିସହ ସରକାରୀ ସ୍ତରରେ କଟକଣା ଓ...

ଖୁବ୍‌ଶୀଘ୍ର ପୁରୀ, କୋଣାର୍କକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର, ୧୪ା୬ (ବ୍ୟୁରୋ)- ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଭାୟା ପିପିଲି ଦେଇ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ। ଏନେଇ କ୍ୟାପିଟାଲ ରିଜିଅନ୍‌...

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର...

Advertisement
Archives

Model This Week