କରୋନା ମୁକାବିଲା: ଦେଶର ୫୩୧ ଜିଲାରେ ନାହିଁ ଟେଷ୍ଟିଂ ଲ୍ୟାବ୍‌

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଦେଶର ୭୧୭ ଜିଲା ମଧ୍ୟରୁ କେବଳ ୧୮୬ ଜିଲାରେ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଦେଶର ମୋଟ ଜିଲା ସଂଖ୍ୟା ୭୩୩ ଥିବାବେେଳେ ୭୧୭ଟି ସମ୍ପର୍କରେ ତଥ୍ୟ ଆଇସିଏମ୍‌ଆର୍‌ ପାଖରେ ରହିଛି। ୫୩୧ ଜିଲାରେ ନମୁନା ପରୀକ୍ଷା ପାଇଁ କୌଣସି ଲ୍ୟାବ୍‌ ନାହିଁ। ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ରିପୋର୍ଟ ଅନୁସାରେ ଦେଶରେ ୪୫୩ଟି ଲ୍ୟାବ୍‌ରେ ଆରଟି-ପିସିଆର୍‌ ପରୀକ୍ଷା କରାଯାଉଛି। ସେଥିମଧ୍ୟରୁ ୩୦୪ ସରକାରୀ ଏବଂ ୧୪୯ ଘରୋଇ ଲ୍ୟାବ୍‌। ଆରଟି-ପିସିଆର୍‌ ବ୍ୟତୀତ ଟ୍ରୁନେଟ୍‌ ଟେଷ୍ଟ୍‌ ପାଇଁ ୧୦୫ ଏବଂ ସିବିଏନ୍‌ଏଏଟି ପରୀକ୍ଷା ଲାଗି ୫୪ ଲ୍ୟାବ୍‌ ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଆରଟି-ପିସିଆର୍‌ ପରୀକ୍ଷା ଜରୁରୀ। କରୋନା ସଂକ୍ରମଣ ଯୋଗୁ ଅଧିକ ପ୍ରଭାବିତ ହୋଇଥିବା୧୦ ରାଜ୍ୟ ମଧ୍ୟରେ ତାମିଲନାଡୁର ୩୨ ଜିଲା ମଧ୍ୟରୁ ୨୮ ଜିଲାରେ ୬୫ ଲ୍ୟାବ୍‌ ଥିବାବେେଳେ ମହାରାଷ୍ଟ୍ରରେ ୬୨ ରହିଛି। ମହାରାଷ୍ଟ୍ରର ୩୬ ଜିଲା ମଧ୍ୟରୁ ୧୬ଟି ଜିଲାରେ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଲଦାଖ, ଡାମନ୍‌-ଡିୟୁ ଏବଂ ଲାକ୍ଷାଦ୍ୱୀପରେ କୌଣସି ଲ୍ୟାବ୍‌ ନାହିଁ। ଦେଶର ୧୦୪ ଜିଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏସବୁ ଜିଲାରେ ଲ୍ୟାବ୍‌ ମଧ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ମା’ଙ୍କ ପରଲୋକରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ଶୁକ୍ରବାର ସକାଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୋଦି ନିଜେ ଟୁଇଟର୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ମା’ଙ୍କ...

ରାଜଧାନୀରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା, ଗରମ ଦିନରେ ମାଘ ମାସର ଶୀତ ଅନୁଭୂତ

ନୂଆଦିଲ୍ଲୀ,୧ା୬: ସାଧାରଣତଃ ମେ’ ଆଉ ଜୁନ୍‌ରେ ପ୍ରବଳ ଗରମ ହୋଇଥାଏ। ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବି ସବୁଠାରୁ ଏହି ଦୁଇ ମାସକୁ...

ଅଷ୍ଟ୍ରେଲିଆରେ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ, ନଜର ଆସିଲେ ଏଚ୍‌ଆଇଭି ସଂକ୍ରମିତ

ମେଲବୋର୍ନ,୧୧ ।୧୨: ଅଷ୍ଟ୍ରେଲିଆରେ କରୋନା ମହାମାରୀକୁ ରୋକିବାକୁ ବିକଶିତ କରାଯାଇଥିବା ଏକ ଟିକାର କ୍ଲିନିକାଲ ଟ୍ରାଏଲକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି...

ଡାକ୍ତର ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିବା ଦେଖି ମୁଖ୍ୟମନ୍ତ୍ରୀ ମମତା...

ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଲ୍‌ଜେପି ଜାରି କଲା ୧୫ ଆଶାୟୀ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି। ଏଥିପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା...

ଔରଙ୍ଗାବାଦର ଏହି କିଲାର ନାମ ବଦଳାଇବେ ଶିନ୍ଦେ ସରକାର

ଔରଙ୍ଗାବାଦ,୧୮ ।୯:  ଦେଶରେ ବିଭିନ୍ନ ସହରର ନାମ ବଦଳାଇବା କୌଣସି ନୂଆ କଥା ନୁହେଁ । ଏହା ହେଉିଛି ଏକ ପୁରୁଣା ପରମ୍ପରା । ମୋଗଲ...

Advertisement
Archives

Model This Week