କରୋନା ମୁକାବିଲା କରିବେ ଏସ୍‌ଏଚ୍‌ଜି ମହିଳା

ଅମରପାଲି, ୧୩।୬ (ଡି.ଏନ.ଏ.)-ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ଏହାର ମୁକାବିଲା କରିବା ପାଇଁ ଆଗକୁ ଆସିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ଏମାନେ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରିବେ। ଏଣୁ ଏମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୭୫ ଜଣ ଏମବିକେ ଓ ସିଆରପିଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଦିଆଯାଇଥିବା ତାଲିମ ଶୁକ୍ରବାର ଶେଷ ହୋଇଛି। ଓଡିଶା ଜୀବିକା ମିଶନ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ବିପିଏମ ଜ୍ୟୋତ୍ସ୍ନାରାଣୀ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ରବୀନ୍ଦ୍ର ହୋତା ଓ ଶେଷଦେବ ବାରିକ ବିଏଲଟି ଭାବେ ଯୋଗଦେଇ ତାଲିମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?