‘କରୋନା’ ମୁକାବିଲାରେ ଷ୍ଟାର୍ଟଅପ୍‌

ଭୁବନେଶ୍ୱର, ୧୪ା୪: କରୋନା ମୁକାବିଲା ପାଇଁ ଏବେ ସାମୂହିକ ଲଢ଼େଇ ଚାଲିଛି। ଲକ୍‌ଡାଉନ୍‌ ପାଇଁ ବର୍ତ୍ତମାନ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଭଳିସ୍ଥଳେ ସ୍ବାସ୍ଥ୍ୟ ସେବା, ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି, ସାମାଜିକ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକାଧିକ ଷ୍ଟାର୍ଟଅପ୍‌ ସେମାନଙ୍କ କାର୍ଯ୍ୟଧାରାକୁ ବଦଳାଇ ଦେଇଛନ୍ତି। ଏକାଠି ହୋଇ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ପୂର୍ବରୁ ବିଜ୍‌ନେସ୍‌-ଟୁ-ବିଜ୍‌ନେସ୍‌(ବିଟୁବି) ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ଇ-କମର୍ସ ପ୍ଲାଟଫର୍ମ ଭଳି ବିଜ୍‌ନେସ୍‌-ଟୁ-କନ୍‌ଜ୍ୟୁମର୍‌(ବିଟୁସି) ଫର୍ମାଟରେ କାର୍ଯ୍ୟ କରୁଛନ୍ତି। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସିଧାସଳଖ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଇ ଦେଉଛନ୍ତି। ହୋମ୍‌ ଡେଲିଭରୀରୁ ଆରମ୍ଭ କରି ଇ-ମେଡିସିନ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ମଧ୍ୟ ଏକାଧିକ ସଂସ୍ଥା ଏବେ କରୋନା ସଂକ୍ରମଣ ରୋକିବାକୁ ଆଗେଇ ଆସିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ଟେକ୍‌ ଷ୍ଟାର୍ଟଅପ୍‌ ସହଯୋଗରେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ସରକାର ‘ଆରୋଗ୍ୟ ସେତୁ’, ‘କରୋନା କବଚ’, ‘ମହାକବଚ’, ‘କୋଭିଡ୍‌-୧୯ କ୍ୱାରାଣ୍ଟାଇନ ମନିଟର୍‌’, ‘କ୍ୱାରାଣ୍ଟାଇନ୍‌ ୱାଚ୍‌’, ‘କରୋନା ୱାଚ୍‌’, ‘କୋଭିଡ୍‌-୧୯ ଫିଡ୍‌ବ୍ୟାକ’ ଭଳି ଆପ୍‌ ପ୍ରସ୍ତୁତ କରିଛନ୍ତି। ଫଳରେ ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହ କରୋନା ସନ୍ଦିଗ୍ଧଙ୍କ ସମ୍ପୂର୍ଣ୍ଣ ତଥ୍ୟ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରାକ୍‌ କରିବାରେ ସହଜ ହୋଇଛି। କ୍ରେଡ୍‌, ହୋମ୍‌ଲେନ୍‌, ବ୍ଲାକ୍‌ବକ୍‌, ମାଇଁଗେଟ୍‌, ୱାନ୍‌ଏମ୍‌ଜି, ମ୍ୟାପ୍‌ମାଇଁଇଣ୍ଡିଆ ଭଳି ଏକାଧିକ ପ୍ରତିଷ୍ଠିତ ସଂସ୍ଥା ଟେଲିମେଡିସିନ ମାଧ୍ୟମରେ ଟେଷ୍ଟିଂ, ମଲ୍ଟିଷ୍ଟେଜ୍‌ ଟେଷ୍ଟିଂ ପ୍ରୋସିଜିଓର୍‌, ଟେଷ୍ଟ୍‌କିଟ୍‌ ଓ ବିଭିନ୍ନ ମେଡିକାଲ ଉପକରଣ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଷ୍ଟେଜ୍‌-୩ ପାଇଁ ଭାରତକୁ ପ୍ରସ୍ତୁତ ରଖିବା, ଗୋଷ୍ଠୀ ସଂକ୍ରମଣକୁ ଆକଳନ କରିବା ଭଳି କ୍ଷେତ୍ରରେ ମଧ୍ୟ ଏମାନେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri