କରୋନା ମାଡ଼ରେ ବେପାର ମାନ୍ଦା

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛିା ହାଟ, ବଜାର, ସଭା ସମିତିକୁ ନ ଯିବାକୁ ବାରଣ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ହାଟ, ବଜାର, ମଲ୍‌ ବନ୍ଦ ହୋଇଯାଇଥିବା ବେଳେ ଅଧିକାଂଶ ଲୋକେ ଗହଳି ସ୍ଥାନକୁ ଯଥାସମ୍ଭବ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଯାହାର,ସ୍ପଷ୍ଟ ଚିତ୍ର ଭୁବନେଶ୍ୱରର ସବୁଠୁ ଜନଗହଳି ସ୍ଥାନ କୁହାଯାଉଥିବା ୧ ନମ୍ବର ମାର୍କେଟ, ୨ ନମ୍ବର ମାର୍କେଟ ବିଲ୍ଡିଂ, ଜନପଥ ଏବଂ ଜୟଦେବ ବିହାର ରୋଡ଼ରେ ଥିବା ମଲ୍‌ଗୁଡ଼ିକରେ ବାରି ହୋଇପଡ଼ିଛି। ଦିନରେ ହାତଗଣତି ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ପୂର୍ବ ପରି ଭିଡ଼ ଜମୁନି। ଫଳରେବେପାର ଉପରେ ଏବେ କରୋନା ଚଡ଼କ ପଡ଼ିଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି।
ୟୁନିଟ ୧ ହାଟରେ ପରିବା ବ୍ୟବସାୟୀ ଜଗନ୍ନାଥ ଦାସ କହିଛନ୍ତି, ଆଗ ଭଳି ଆଉ ଲୋକ ଆସୁ ନାହଁାନ୍ତି, ଭିଡ଼ କମିଛି। ହାଟର କିଛି ବ୍ୟବସାୟୀ ମଧ୍ୟ ଦୋକାନ ବନ୍ଦ୍‌ କରିଦେଲେଣି। ଆଗକୁ ୩୧ ତାରିଖ ଯାଏ ମାର୍କେଟ ବନ୍ଦ ହେବ ବୋଲି ଶୁଣିବାକୁ ମିଳୁଛି। ପରିବା ବେପାର ହେଉଛି ସବୁଦିନିଆ ବେପାର, ବିକ୍ରି ହେଲେ ଦି ପଇସା ମିଳିବ, ନହେଲେ ନାହିଁ। ଲୋକ ନଆସିବା ଫଳରେ ପରିବା ପଚୁଛି ବୋଲି ସେ କହିଛନ୍ତି।
ସେହିପରି ୟୁନିଟ୍‌ ୧ ହାଟରେ ଲୁଗା ଦୋକାନୀ ଅଞ୍ଜନ ପରିଡ଼ା କୁହନ୍ତି, କରୋନାରେ ସଂକ୍ରମିତ ହେବା ଅପେକ୍ଷା ଦୋକାନ ବନ୍ଦ କରିଦେବା ଭଲ। ବର୍ତ୍ତମାନ ଯାଏ ଦୋକାନ ବଜାର ବନ୍ଦ କରିବାକୁ କିଛି ନିର୍ଦ୍ଦେଶ ଆସିନି, ଯଦି ଆସେ ତାହେଲେ ଆମେ ଦୋକାନ ବନ୍ଦ କରିବୁ। ପଇସା ପାଇଁ ଦୋକାନ ଖୋଲି ରୋଗ କିଣି ଲାଭ କଣ ବୋଲି ସେ କହିଛନ୍ତି।
ଅନୂରୁପ ଭାବେ ଜୟଦେବ ବିହାର ଓ ଜନପଥରେ ଥିବା ମଲ୍‌ଗୁଡ଼ିକରେ ମଧ୍ୟ ଜନ ସମାଗମ ହ୍ରାସ ପାଇଛି। ବହୁତ୍‌ କମ୍‌ ମାତ୍ରାରେ ଲୋକେ ମଲ୍‌କୁ ସପିଂ କରିବାକୁ ଯାଉଛନ୍ତି। ଯେ କେହି ବି ମଲ୍‌ ଯାଉଛନ୍ତି, ସତର୍କତା ଅବଲମ୍ବନ କରି ମୁହଁରେ ମାସ୍କ ପିନ୍ଧି ଯାଉଥିବାର ଦେଖିବାକୁ ମିଳିଛି। ଏପରିକି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌, ରାଜମହଲ, ଏଜି, କିଟ୍‌ ଛକ, ନୟାପଲ୍ଲୀ ଭଳି ଜନସମାଗମ ଅଞ୍ଚଳରେ ମଧ୍ୟ ରାସ୍ତାରେ ଭିଡ଼ ହ୍ରାସ ପାଇଛି। ଫଳରେ ଅସ୍ଥାୟୀ ତଥା ଉଠା ଦୋକାନୀଙ୍କ ବେପାରରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ...

୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାଁରେ ହାଜତ ମୃତ୍ୟୁ ମାମଲା

ଗୋପାଳପୁର,୩୦ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଗତ ମେ ୩ରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କ ମୃତ୍ୟୁ ଘଟିଥିଲା। ଏହି ହାଜତ ମୃତ୍ୟୁ ଘଟଣାରେ ବ୍ରହ୍ମପୁର...

ଆଜି ରାଜ୍ୟରୁ ଆଉ ୨୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୮୯କୁ...

ଅଲୋଡ଼ା କନ୍ୟା ସନ୍ତାନ: ମେଡିକାଲ ବେଡ୍‌ରେ ଛାଡ଼ି ପଳାଇଲେ ମା’

କଟକ ଅଫିସ, ୨୬।୧୦: ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନମନ୍ୟତା ବଢିବାରେ ଲାଗିଛି, ଯାହାର ଏକ ଉଦାହରଣ ଏସ୍‌ସିବି ମେଡିକାଲରେ ଦେଖିବାକୁ ମିଳିଛି। ଗତ...

ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଜଳ ଅପେକ୍ଷାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ,୩ା୩ – ବ୍ରହ୍ମପୁରରେ ଏଣିକି ଖରାଦିନେ ଦୂର ହେବ ପାନୀୟ ଜଳ ସଙ୍କଟ। ସହରବାସୀଙ୍କ ପ୍ରତ୍ୟେକ ଘରକୁ ହେବ ୨୪ ଘଣ୍ଟିଆ ଜଳଯୋଗାଣ ସୁବିଧା...

କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା...

‘ନିଖୁଣ ଅଭିନୟ ପାଇଁ ସ୍ମରଣୀୟ ରହିବେ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ଘରୁ ତାଙ୍କର ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।...

ନିୟମ କଡ଼ାକଡ଼ି ହେବା ପୂର୍ବରୁ ଧରାପଡ଼ି ଗିରଫ ହେଲେ ମଦ୍ୟପ ଗାଡ଼ିଚାଳକ, ଦେବେ ୧୦ ହଜାର ଜରିମାନା

କଟକ ଅଫିସ,୩୦।୧୧: ରବିବାରଠାରୁ କଡ଼ାକଡ଼ି ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ। ଏହା ପୂର୍ବରୁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବାଙ୍କୀସ୍ଥିତ ଜାତ...

Advertisement
Archives

Model This Week