କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ

ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା ଘଟଣା। କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ ଦେଖାଦେଉଛି। ସଂକ୍ରମିତଙ୍କ ମୃତଦେହକୁ ସଂସ୍କାର କରିବା ନେଇ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ମିରଟ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ଭଗବତ୍‌ ଶର୍ମାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ସେ ସମ୍ଭଲ ଅଞ୍ଚଳରୁ ଆସିଥିଲେ। ତାଙ୍କର ମୃତ୍ୟୁ ରବିବାର ଘଟିଥିଲା। ତେବେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ତାଙ୍କର ସଂସ୍କାର ହୋଇ ପାରି ନ ଥିଲା। ମୃତକଙ୍କ ପରିବାର ସଦସ୍ୟ ସୂରଜକୁଣ୍ଡ ଶ୍ମଶାନ ଘାଟକୁ ମୃତଦେହକୁ ସଂସ୍କାର ପାଇଁ ଆଣିଥିଲେ। ତେବେ ମେଡିକାଲ ଟିମ୍‌ ନ ପହଞ୍ଚିବାରୁ ମୃତଦେହକୁ ଦୁଇଦିନ ପର୍ଯ୍ୟନ୍ତ ଆମ୍ବଲାନ୍ସ୍‌ରୁ ବାହାର କରାଯାଇ ନ ଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ...

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା...

ଦକ୍ଷିଣ କୋରିଆ ତିଆରି କରୁଛି କରୋନା କିଟ୍‌: ୧୦ ମିନିଟ୍‌ରେ ମିଳିବ ରିପୋର୍ଟ !

ସିଓଲ,୨୨।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ସଂକ୍ରମିତଙ୍କଠାରେ ଭୂତାଣୁ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷାରେ ଅଧିକ...

ଅଖନୁରରେ ଓଲଟିଲା ବସ, ୫୦ରୁ ଅଧିକ ଆହତ…

ଶ୍ରୀନଗର,୧୨।୧୧ : ଜମ୍ମୁ-କଶ୍ମୀରର ଅଖନୁରରେ ଏକ ଯାତ୍ରୀବାହୀ ବସ ଓଲଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାମିନ ମଖିର ଗାଁ ନିକଟରେ ବସଟ ନିୟନ୍ତ୍ରଣ...

କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦାନ କଲେ ଶରଦ କୁମାର

ନୂଆଦିଲ୍ଳୀ, ୨୯।୩(ପି.ଟି.)- ଡବଲ ଏସିଆନ ପାରା ଗେମ୍ସ ହାଇ ଜମ୍ପ ଚାମ୍ପିୟନ ଶରଦ କୁମାର କରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ...

ପୁରୀରୁ ପୁଣି ୧୫ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ପୁରୀ ଅଫିସ,୧୨ା୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା...

ଉପବାସରେ ଅନ୍ନଦାତା

ନୂଆଦିଲ୍ଲୀ,୧୪ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରି ଆସୁଥିବା କୃଷକ ସୋମବାର ଉପବାସ ରହି ଧାରଣାରେ...

Advertisement
Archives

Model This Week