କରୋନା ଭୟ: ୧୨ ପ୍ରତିଶତ ଭାରତୀୟଙ୍କ ଆଖିକୁ ନାହିଁ ନିଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍‌ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି ନେଇ ଲୋକଙ୍କ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଭାରତରେ କରୋନା ଭୟ ଯୋଗୁ ୧୨ ପ୍ରତିଶତ ଲୋକଙ୍କ ଆଖିକୁ ନିଦ ନାହିଁ। ଅପରପକ୍ଷରେ ୪୦ ପ୍ରତିଶତ ଭାରତୀୟ କରୋନା ସମ୍ପର୍କରେ ଚିନ୍ତା କରୁଛନ୍ତି। ଏସମ୍ପର୍କରେ ଏସିଆନ୍‌ ଜର୍ନାଲ୍‌ ଅଫ୍‌ ସାଇକାଇଟ୍ରିରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଆମେରିକାରେ ୪୫ ପ୍ରତିଶତ ଲୋକଙ୍କ ମାନସିକ ସ୍ଥିତି କରୋନା ଯୋଗୁ ଖରାପ ହୋଇଯାଇଥିବା କେଜର ଫ୍ୟାମିଲି ଫାଉଣ୍ଡେଶନ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ବ୍ରିଟେନ୍‌ର ଶେଫିଲ୍ଡ୍‌ ଏବଂ ଅଲ୍ସଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରରେ ଦର୍ଶାଯାଇଛି ଯେ, ଲକ୍‌ଡାଉନ୍‌ ଯୋଗୁ ସାରା ପୃଥିବୀର ୩୮ ପ୍ରତିଶତ ଲୋକ ମାନସିକ ରୋଗଗ୍ରସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଭାରତର କେରଳରେ ଲକ୍‌ଡାଉନ୍‌ ଜାରି ହେବାର ପ୍ରଥମ ୧୦୦ ଘଣ୍ଟା ମଧ୍ୟରେ ୭ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ମଦ ଦୋକାନ ବନ୍ଦ ହେବାରୁ ଲୋକେ ଏଭଳି କରିଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ଲୋକଙ୍କ ପାଇଁ ଆଇନ ବ୍ୟବସ୍ଥା କୋହଳ କରିଥିଲେ। ଡାକ୍ତରଙ୍କ ଦ୍ୱାରା ଲିଖିତ ଅନୁମତି ପତ୍ର ଦେଖାଇଲେ ସେମାନଙ୍କୁ ମଦ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍‌ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...

ଦରମା ନୁହେଁ, କର୍ମଚାରୀଙ୍କୁ ‘ସୁନା’ ଦେଉଛି ଏହି କମ୍ପାନୀ

ପ୍ରତ୍ୟେକ କମ୍ପାନୀର ନିଜସ୍ବ ନୀତି ରହିଛି। କମ୍ପାନୀ କିପରି ଏହାର କର୍ମଚାରୀଙ୍କ ଯତ୍ନ ନେବ ସେ ସମ୍ପର୍କରେ ସ୍ଥିର କରିଥାଏ। କିଛି କମ୍ପାନୀ କର୍ମଚାରୀଙ୍କୁ ବୋନସ,...

ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ...

ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି।...

ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍‌

ଜୁନାଗଡ଼,୧୮।୫(ଡି.ଏନ୍‌.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍‌ ଭଡା...

ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ

ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ...

୧୩୦ ଫୁଟ୍‌ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍‌ ଉଚ୍ଚ କତ୍‌ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି।...

ଭୂକମ୍ପରେ ଥରିଲା ପେରୁ

ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି।...

Advertisement
Archives

Model This Week