କରୋନା ଭୟ: ମାର୍ଚ୍ଚ ୨୯ ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରାଯାଇଛି। ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି। ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି। ଅପରପକ୍ଷେ ବଜେଟ ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବାକୁ ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିରୋଧ କରିଥିବା ବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ସହ ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାଗଢ଼ା ରହିଗଲା ବ୍ରହ୍ମତାଳଧ୍ୱଜ ରଥ: ଝୁଲଣ ଘରେ ମାଉସୀମା’ ଆଡ଼ପ ମଣ୍ଡପ

କେନ୍ଦ୍ରାପଡ଼ା ଅଫିସ,୧୯ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରଠାରେ ପ୍ରସ୍ତୁତ ହେଉଥିବା ବ୍ରହ୍ମତାଳଧ୍ୱଜ ରଥ ଅଧାଗଢ଼ା ହୋଇ ରହିଗଲା। ଚଳିତବର୍ଷ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ରଥରେ...

ବାହାରିନ୍‌ରୁ ଆସିଲା ଦ୍ୱିତୀୟ ବିମାନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ବାହାରିନ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଭୁବନେଶ୍ୱର ଆସିଛି ଆଉଏକ ବିମାନ। ଏୟାର ଇଣ୍ଡିଆର ଏଆଇ୯୪୦ ବିମାନଟି ବାହାରିନ୍‌ରୁ ଅପରାହ୍ନ...

ଖରାଛୁଟିରେ ପିଲାଙ୍କ ଏକ୍ସଟ୍ରା କ୍ଲାସ ନେବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୯।୧(ବ୍ୟୁରୋ): ଏଣିକି ଖରାଛୁଟିରେ ସ୍କୁଲ ପିଲାମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ ହେବ। ପାଠପଢ଼ାରେ ଦୁର୍ବଳ ଥିବା ପିଲାମାନଙ୍କ କ୍ଲାସ ଶିକ୍ଷକ ନେବେ। ଗୁରୁବାର ଏଭଳି କିଛି...

ଆଜିଠୁ ସଙ୍ଗରୋଧରେ ରହିବେ ରଥ ନିର୍ମାଣକାରୀ: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୪ ମେଡିକାଲ ଟିମ୍‌ ଗଠିତ

ପୁରୀ ଅଫିସ,୧୦।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ ରଥଖଖଳାରେ ଚାଲିଛି ତିନିରଥ ନିର୍ମାଣ। ବର୍ତ୍ତମାନ ମହାମାରୀ କରୋନା ଯେଉଁଭଳି ଭାବେ ରାଜ୍ୟରେ ମାଡ଼ୁଛି ତାହାକୁ ଦୃଷ୍ଟିରେ...

ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ : ରଘୁସାର୍‌ଙ୍କ ହାତ ତିଆରି ଶିକ୍ଷଣ ସରଞ୍ଜାମ

ଖଇରା, ୨୧।୯(ଡି.ଏନ୍‌.ଏ.)-ଶିକ୍ଷକତା ଥିଲା ତାଙ୍କର ପେଶା ା ହେଲେ ପିଲାମାନେ ଶିକ୍ଷଣ ସରଞ୍ଜାମ ମାଧ୍ୟମରେ କିଭଳି ଗଣିତ ବିଜ୍ଞାନ ସରଳ ଭାଷାରେ ବୁଝିପାରିବେ ସେହି ସରଞ୍ଜାମ...

ଅଫ୍‌ଲାଇନ୍‌ରେ ଡିଏଲ୍‌ଏଡ୍‌ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଏଡ୍‌) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ...

ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର, ୧୨।୬(ଡି.ଏନ୍‌.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ...

ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ...

Advertisement


Archives

Model This Week