କରୋନା ଭୟ: ବିଦେଶୀ ପର୍ଯ୍ୟଟକ ଦେଖି ପାଟିତୁଣ୍ଡ କଲେ ଲୋକେ, ଜଙ୍ଗଲରୁ ଉଦ୍ଧାର

ଠାକୁରମୁଣ୍ଡା,୨୪ା୩(ଡ଼ି.ଏନ୍‌.ଏ.)- ଇସ୍ରାଏଲରୁ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ସେ ଏକ ବାଇକ୍‌ରେ କେତେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବାନ୍ଧି ଠାକୁରମୁଣ୍ଡା-ଉଦଳା ରାସ୍ତା ଦେଇ ଯାଉଥିବା ବେଳେ ପତ୍ରପଡା ନିକଟରେ ଅଟକି ଥିଲେ। କରୋନା ଲାଗି ଭୟଭୀତ ହୋଇପଡିଥିବା ସ୍ଥାନୀୟ ଲୋକେ ସେଠାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଉପସ୍ଥିତି ଦେଖି ଏହାକୁ ସହଜରେ ଗ୍ରହଣ କରି ନ ପାରି ନ ଥିଲେ। ସେମାନେ ପାଟିତୁଣ୍ଡ କରିବାରୁ ବିଦେଶୀ ପର୍ଯ୍ୟଟକ ଜଣଙ୍କ ଭୟରେ ରାସ୍ତାକଡ଼ ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ। ଲୋକେ ପିଛା କରି ତାଙ୍କୁୁ ଅଟକ ରଖିଥିଲେ। ସ୍ଥାନୀୟ ବନ କର୍ମଚାରୀ ଏହା ଜାଣି ଘଟଣାସ୍ଥଳକୁ ଯାଇ ଏ ସମ୍ପର୍କରେ ମହୁଲଡିହା ଥାନକୁ ଜଣାଇଥିଲେ। ପୋଲିସ ପହଞ୍ଚି ସେଠାରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲା। ପରେ ସ୍ବାସ୍ଥ୍ୟ ପରୀକ୍ଷା ସକାଶେ ତାଙ୍କୁ ଆଣଇ ଅପରାହ୍ନ ସାଢେ ୪ଟାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷା ପରେ ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର କହିଛନ୍ତି। ଖବର ପାଇ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଏବଂ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ବିଦେଶୀ ପର୍ଯ୍ୟଟକ ଗତ ଜାନୁୟାରୀରେ ପାସପୋର୍ଟ କରି ଭାରତକୁ ଆସି ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲେ। ସେ କେରଳରୁ ବାଇକ୍‌ ଧରି ଓଡ଼ିଶା ଆସି ମୟୂରଭଞ୍ଜ ପରିଦର୍ଶନରେ ଆସିଥିଲେ ବୋଲି ପୋଲିସ କହିଛି। ଠାକୁରମୁଣ୍ଡାରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବାରିପଦା ପଠାଯାଇଛି। ତାଙ୍କୁ ଛଡାଯିବ କିମ୍ବା ଅଧିକ ଚିକିତ୍ସା କରାଯିବ ସେ ନେଇ ମୟୂରଭଞ୍ଜ ଜିଲାପାଳି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ଜିଲାରେ ସୀମା ବିବାଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): କୋରାପୁଟ ଜିଲାର କୋଟିଆ ସମେତ ରାଜ୍ୟର ସୀମା ବିବାଦକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି। ସରକାରଙ୍କ ଅପରିଣାମଦର୍ଶିତା ପାଇଁ ରାଜ୍ୟର ଗୋଟିଏ...

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର...

ଧାର ଟଙ୍କା ମାଗିବାରୁ ମା’ ଝିଅଙ୍କୁ ଆକ୍ରମଣ

ବାସୁଦେବପୁର,୨୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ କମାରଗଁାରେ ଶନିବାର ମା’ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା...

ଏମ୍‌ଏଲ୍‌ଏଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମିଳିବ ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ସହ ସେମାନଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମଧ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ...

ପ୍ରାର୍ଥିପତ୍ରରେ ତ୍ରୁଟି ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ , ଏବିଡିଓଙ୍କ ସହ ଅଧିକାରୀଙ୍କୁ ତାଲା

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବା...

ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି।...

ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି...

ଦିନକରେ ଗଲା ୫ ହଜାର ଜୀବନ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୮।୪: ସ୍ଥିତି କ୍ରମଶଃ ଜଟିଳରୁ ଜଟିଳତର ହେବାରେ ଲାଗିଛି। ବିଶ୍ୱର ୨୦୯ ଦେଶରେ କରୋନା ଭୂତାଣୁ କାୟାବିସ୍ତାର କରିବା ସହ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି।...

Advertisement
Archives

Model This Week