Posted inରାଜ୍ୟ

କରୋନା ଭୟ:ପରୀକ୍ଷା ଦେଇପାରିଲେନି ୨ ଛାତ୍ରୀ

ବାଙ୍କୀ,୧୫।୩(ସ୍ବ.ପ୍ର.): କରୋନା ଭୟରେ ବାଙ୍କୀ ଡମପଡ଼ା ବ୍ଳକ ଅନ୍ତର୍ଗତ ଏକ ଆଦର୍ଶ ବିଦ୍ୟାଳୟରେ ଶନିବାର ଜଣେ ଅଷ୍ଟମ ଓ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଉଭୟେ ଗୋଟିଏ ପରିବାରର ଓ ସମ୍ପର୍କରେ ଭଉଣୀ । ଭଉଣୀ ଦ୍ୱୟ ପରୀକ୍ଷା ଦେବାକୁ ଆସିଥିବା ବେଳେ ଝାଡ଼ା ଓ ଜ୍ୱରରେ ପୀଡ଼ିତ ହୋଇଥିବା ଲକ୍ଷ୍ୟ କରି ପ୍ରଧାନ ଶିକ୍ଷକ ସେମାନଙ୍କୁ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶୁତୋଷ ସାମଲ କହିଛନ୍ତି, ପିଲା ଦୁହେଁ ଅସୁସ୍ଥଥିବାରୁ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନଥିଲା। ଉଭୟଙ୍କ ଦେହ ୨୪ତାରିଖ ଭିତରେ ଭଲ ହୋଇଗଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବ। ଅପରପକ୍ଷେ ଏହି ପରୀକ୍ଷା କେନ୍ଦ୍ରରେ ୨୦୦ ପିଲା ପରୀକ୍ଷା ଦେଉଥିବା ବେଳେ କେବଳ ୨ ଜଣ ଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚତ୍ତ କରାଯାଇଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରି ସ୍କୁଲ କଲେଜରେ ପାଠପଢ଼ା ବନ୍ଦ କରିଛନ୍ତି। ଏଭଳି ସ୍ଥିତିରେ ବିଦ୍ୟାଳୟଗୁଡିକରେ ବାର୍ଷିକ ପରୀକ୍ଷା ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ପଥରରେ ଛେଚି ମାରିଦେଲେ ସ୍ତ୍ରୀ

କପ୍ତିପଦା, ୧୭।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗାଡ଼ିଆ ପଞ୍ଚାୟତ ମହୁଲପଙ୍ଖା ଗାଁରେ ଜଣେ ମହିଳା ମଙ୍ଗଳବାର ରାତିରେ ତାଙ୍କ ସ୍ବାମୀଙ୍କୁ ପଥରରେ ଛେଚି...

୧୭ ଜୀବନ ନେଲାଣି କରୋନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ...

ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ :  ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ...

ବିଷାକ୍ତ ଖାଦ୍ୟଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷ ଦେଇଥିଲେ ସାନ ଭାଇଙ୍କ ସ୍ତ୍ରୀ

ଖଣ୍ଡପଡ଼ା,୨୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ବୋଦସା ପଞ୍ଚାୟତ ଗୋଲା ସାହିରେ ଗତ ୧୫ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ଦମ୍ପତି ଭାଗୀରଥି ସ୍ବାଇଁ(୬୦) ଓ...

କିମ୍ସରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର, ୩।୨(ବ୍ୟୁରୋ):କିମ୍ସ-ଭୁବନେଶ୍ୱରରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ ହୋଇଛି। ଓଡ଼ିଶାରେ ପ୍ରଥମଥର ଲାଗି ହାଇବ୍ରିଡ୍‌ ଅସ୍ତ୍ରୋପଚାର କରାଯାଇଥିବା ସମ୍ପୃକ୍ତ ଡାକ୍ତରମାନେ ଦାବି କରିଛନ୍ତି। ନିକଟରେ କଟକ ଜିଲା...

ଦଶହରା ପାଇଁ ବିଭିନ୍ନ ପୂଜା କମିଟିର ମାଟି ଅନୁକୂଳ

ଭୁବନେଶ୍ୱର, ୨୪।୮(ବ୍ୟୁରୋ)/କଟକ ରୋଡ,(ଡି.ଏନ୍‌.ଏ.): ଆଗକୁ ମା’ଙ୍କ ପୂଜା। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ। ତେଣୁ ଶୁକ୍ରବାର...

ପିପିଲିରେ ପୋଲିସ ଡିଜି ଅଭୟ: କରୁଛନ୍ତି ସ୍ଥିତି ସମୀକ୍ଷା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ସୋମବାର...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପୁରୁଷଙ୍କୁ ଏବେ ପିଏଚ୍‌ଡି କରିବାର ସୁଯୋଗ ଦିଆଯିବ। ପୁଣି ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକମାନେ ହିଁ...

Advertisement
Archives

Model This Week