କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର କରିଥାନ୍ତି। ସେହିପରି ବିଭିନ୍ନ ମଲ୍‌ ଏବଂ ଖାଦ୍ୟ ସାମଗ୍ରୀ ଷ୍ଟୋରରେ ମଧ୍ୟ ଫିଜରର ବ୍ୟବହାର କରାଯାଇଥାଏ। ତେବେ କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ୨୮ ଦିନ ପର୍ଯ୍ୟନ୍ତ ବଞ୍ଚିରୁହେ ବୋଲି ଗବେଷକ ସତର୍କ ସୂଚନା ଜାରି କରିଛନ୍ତି। ଆମେରିକାର ଗ୍ଲେଡ୍‌ଷ୍ଟୋନ୍‌ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏହା ଦର୍ଶାଯାଇଛି। ସେଥିପାଇଁ ନିୟମିତ ବ୍ୟବଧାନରେ ଫ୍ରିଜରକୁ ସଫା କରିବା ସହିତ ସାନିଟାଇଜ୍‌ କରିବାର ଆବଶ୍ୟକତା ରହିଛି। କୌଣସି ଖାଦ୍ୟ ସାମର୍ଗୀ ଅବା ପନିପରିବାକୁ ଫ୍ରିଜରରେ ରଖିବା ପୂର୍ବରୁ ଭଲଭାବେ ସଫା କରିବା ଉଚିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଅଧିକ ନିମ୍ନ ତାପମାତ୍ରାରେ କୌଣସି ରୋଗସୃଷ୍ଟିକାରୀ ପରଜୀବୀ ଜୀବିତ ରହି ପାରି ନ ଥାନ୍ତି ବୋଲି ଲୋକେ ପ୍ରାୟତଃ ଚିନ୍ତା କରିଥାନ୍ତି। ତେବେ ସାର୍ସ ଭୂତାଣୁ ସଂକ୍ରମଣ ଉପରେ ଆମେରିକାର ମାଇକ୍ରୋବାୟୋଲୋଜି ସୋସାଇଟି ପକ୍ଷରୁ ହୋଇଥିବା ଅଧ୍ୟୟନରେ ସୂଚିତ କରାଯାଇଛି ଯେ, ବହୁ ଭୂତାଣୁ ନିମ୍ନ ତାପମାତ୍ରାରେ ମଧ୍ୟ ସକ୍ରିୟ ରହିପାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା...

ମାସ୍କ ବଦଳରେ ବେକରେ ସାପ ଗୁଡ଼ାଇ ବସ୍‌ରେ ଯାତ୍ରା କଲେ ବ୍ୟକ୍ତିି

ଲଣ୍ଡନ, ୧୫।୯: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ସାନିଟାଇଜରରେ ହାତକୁ ସଫା କରିବା ସହିତ ମାସ୍କ ଓ ପିପିଇ କିଟ୍‌ ପରିଧାନ...

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ...

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ...

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଛୁଇଁଲା

ଭଦ୍ରକ ଅଫିସ,୨୨ା୫: ଜିଲାରେ ଶୁକ୍ରବାର ୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ଓଡ଼ିଶାରେ ବିପରୀତ ସ୍ଥିତି: ବୟସ୍କଙ୍କଠାରୁ ପିଲା, ଯୁବକ ଅଧିକ ସଂକ୍ରମିତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ) – କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ପ୍ରାୟ...

କ୍ରିସ୍‌ମାସ୍‌ ରୋଜଗାର

ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି...

Coronavirus Update

Archives

Model This Week

Why Dharitri