କରୋନା ଭାଇରସ: ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲା ଇଟାଲୀର ଭୋ ସହର

ରୋମ,୨୮।୩: କରୋନା ଭାଇରସ ଏବେ ଇଟାଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଚଳେ। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୯ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୮୬ ହଜାରରୁ ଊର୍ଦ୍ଧ୍ୱ ହେଲାଣି। ଏହି କରୋନା ଭାଇରସ ଏବେ ଇଟାଲୀ, ଆମେରିକା ଭଳି ବିକାଶଶୀଳ ଦେଶକୁ ଭୟଭୀତ କରି ରଖିଥିବା ବେଳେ ଏବେ କିନ୍ତୁ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି ଇଟାଲୀର ଭୋ ସହର। ଭେନିସ ସିଟିଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ଭୋ ସହରର ଜନସଂଖ୍ୟା ପ୍ରାୟ ୩ ହଜାର। ଫେବୃୟାରୀ ୨୧ରେ ଏଠାରେ ପ୍ରଥମେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସହର ଚର୍ଚ୍ଚାକୁ ଆସି ଯାଇଥିଲା। ହେଲେ ଏଠାକାର ପ୍ରଶାସନ ତୁରନ୍ତ ସହରର ସୀମା ସିଲ୍‌ କରିବା ସହ ସମସ୍ତଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଲେ। ସହର ବାହାରକୁ ଆସିବା ଯିବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ସେଠାରେ ଥିବା ସମସ୍ତ ଲୋକଙ୍କ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଗଲା। ଏହାପରେ ଜଣାପଡିଲା ସେଠାରେ ମାତ୍ର ୩ ପ୍ରତିଶତ ଲୋକ କରୋନାରେ ପୀଡ଼ିତ। ଏହାପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଗଲା। ଏମାନେ ଠିକ୍‌ ହେବା ବେଳକୁ ପୁଣିଥରେ ନମୁନା ପରୀକ୍ଷା କରାଯିବାରୁ ଭୋ ସହରରେ ମାତ୍ର ୧ ପ୍ରତିଶତ କରୋନା ସଂକ୍ରମଣ ଥିବା ଜଣାପଡିଥିଲା। ଏହାକୁ ଦେଖି ଏବେ ଆଲୋଚନା ହେଉଛି କି ଭୋ ହିଁ କରୋନାକୁ ଜୟ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ପୀଡ଼ିତାଙ୍କ କଥା ଶୁଣ

ରୋମ୍‌, ୧୯ା୯: ଚର୍ଚ୍ଚରେ ବଢ଼ୁଛି ଯୌନ ନିର୍ଯାତନା, ବଳାତ୍କାର ଭଳି ଘୃଣ୍ୟ ଅପରାଧ। ଖୋଦ୍‌ ଧର୍ମଗୁରୁଙ୍କ ନାଁରେ ଆସୁଛି ସଙ୍ଗିନ ଅଭିଯୋଗ। ଏଥିରେ ସମ୍ପୃକ୍ତ ବିଶପ୍‌ମାନଙ୍କ...

ହଂକଂରେ କରୋନା ଅଣାୟତ୍ତ, ପୁଣି ଲକ୍‌ଡାଉନ୍‌ ଆଶଙ୍କା, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ହଂକଂ,୧।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ମୃତ ଦେହଗୁଡ଼ିକୁ...

ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ...

ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ...

୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ୮ରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ...

୧୮ ମାସର ଶିଶୁକୁ କରୋନା

ନିମାପଡ଼ା,୨୭ା୬(ଡି.ଏନ୍‌.ଏ): ନିମାପଡ଼ା ବ୍ଲକରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଯୁବକ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଭିଲିଗ୍ରାମ ପଞ୍ଚାୟତର...

୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌: ଗତ ୨୮ ଦିନ ଭିତରେ କୋଲକାତାରୁ ଫେରିଥିଲେ ତୁରନ୍ତ ଜଣାନ୍ତୁ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ...

Advertisement
Archives

Model This Week