କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି। ଏହାର କୌଣସି ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବା ବେଳେ ସତର୍କତା ହିଁ ଏହି ରୋଗଠାରୁ ମଣିଷକୁ ଦୂରେଇ ରଖିବ ବୋଲି କୁହାଯାଉଛି। ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ଲାଷ୍ଟିକରେ ଘୋଡାଇ ରଖିଛନ୍ତି। ଫେସ୍‌ ମାସ୍କ ସହ ଏହି ଯାତ୍ରୀଙ୍କ ସତର୍କତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଲିସା ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଟୁଇଟ୍‌ କରିବା ପରେ ସମସ୍ତ ଘଟଣା ସମ୍ପର୍କରେ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍‌: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍‌-ଲଶ୍କର-ହିଜବୁଲ୍‌ ମୁଜାହିଦ୍ଦିନ୍‌

ବ୍ରସେଲ୍ସ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍‌,...

ପୁଟିନ୍‌ଙ୍କୁ ଗିରଫ କଲେ ୧ ମିଲିୟନ ଡଲାର ପୁରସ୍କାର

ମସ୍କୋ, ୪ା୩: ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ରୁଷୀୟ ବ୍ୟବସାୟୀ ଆଲେକ୍ସ କୋନାନିଖିନ୍‌ ଅଭିଯୋଗ...

ଟିକା ନେଲେ ପ୍ରଥମ ଓଡ଼ିଆ

ଲଣ୍ଡନ, ୧୦ା୧୨: ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ...

କରାଚି ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ,୪।୯: ଜମ୍ମୁ-କଶ୍ମୀରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇପଡ଼ି କ’ଣ କରିବ ଆଉ କ’ଣ ନ କରିବ ସେନେଇ କିଛି ବୁଝିପାରୁନି।...

ମହାକାଶରେ ପ୍ରଥମେ ଚାଷ ହେବ ଲାଲ୍‌ ଲଙ୍କା: ନାସା

ଓ୍ବାଶିଂଟନ,୧୭।୭: ମହାକାଶରେ ପ୍ରଥମେ ଲାଲ୍‌ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍‌ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ...

ରୁଷିଆକୁ ୧୦୦ ଡ୍ରୋନ୍‌ ଯୋଗାଇବ ଇରାନ

ତେହରାନ,୧୨ା୭:ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହି ସମୟରେ ଇରାନ ରୁଷିଆକୁ ଡ୍ରୋନ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଏହି ଡ୍ରୋନ୍‌ଗୁଡ଼ିକୁ ୟୁକ୍ରେନ୍‌...

ରୁଷିଆକୁ ମନାଇଲା ଫ୍ରାନ୍ସ

ପ୍ୟାରିସ,୨୦।୨: ୟୁକ୍ରେନର ପୂର୍ବାଞ୍ଚଳ ସୀମାରେ ସିଜ ଫାୟାରିଂକୁ ରୋକିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ।...

ଆମେରିକାକୁ ଚେତାବନୀ ଦେଲା ଚାଇନା

ବେଜିଂ,୨୯।୭: ଆଜିକାଲି ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ବିଶେଷକରି ତାଇୱାନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି...

Advertisement
Archives

Model This Week