କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନ ଓ ଦକ୍ଷିଣ କୋରିଆରେ ଏହାର ପ୍ରକୋପ ଅଧିକ ଥିବା ଲକ୍ଷ୍ୟ କରାଯାଇଛି। ଇରାନରେ କରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା ପ୍ରାୟ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାର ଭୟାବହତାକୁ ଦେଖି ସେଠାକାର ଜେଲରେ ଥିବା ପ୍ରାୟ ୭୦ ହଜାର କଏଦୀଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି। ଇରାନର ଏକ ଓ୍ବେବସାଇଟ ମାଧ୍ୟମରେ ଏହି ସୂଚନା ମିଳିଛି। ତେବେ କଏଦୀମାନଙ୍କୁ ମୁକ୍ତ କରିବା ପରେ ସମାଜରେ ଯେମିତି କୌଣସି ଅଘଟଣ ନ ଘଟେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏମାନଙ୍କୁ ପୁଣି କେବେ ଜେଲକୁ ଫେରାଇ ଅଣାଯିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୭।୮: ଆଫଗାନିସ୍ତାନର କାବୁଲରେ ଗୁରୁବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଜେନେଭାରେ ବାଇଡେନ୍‌-ପୁଟିନ୍‌ ସମିଟ୍‌

ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍‌...

ସୁଇଜରଲାଣ୍ଡର ସଂସଦରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ଜେନେଭା, ୧୮।୧୨- ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ମଞ୍ଜୁରୀ ଦେବା ପାଇଁ ସୁଇଜରଲ୍ୟାଣ୍ଡର ସଂସଦରେ ଶୁକ୍ରବାର ଦିନ ଏକ ବିଲ ପାରିତ ହୋଇଛି। ୟୁରୋପର ଏହି ଦେଶରେ...

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ...

ତୁର୍କୀରେ ମିଳିଲା ସୁନାର ଭଣ୍ଡାର, ବହୁ ଦେଶର ଜିଡିପି ଠାରୁ ଅଧିକ

ଅଙ୍କାରା,୨୫।୧୨- ତୁର୍କୀର ସାର ଉତ୍ପାଦନକାରୀ କମ୍ପାନୀ ଗୁବର୍ଟାସ ଏବଂ ଦେଶର କୃଷି କ୍ରେଡିଟ କୋଅପରେଟିଭ ମୁଖ୍ୟ ଫାରେଟିନ ପୋୟରାଜ ଏକ ସୁନାର ଭଣ୍ଡାର ଆବିଷ୍କାର କରିଛନ୍ତି।...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର,୧୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ...

ପାକ୍‌କୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ

ଇସ୍‌ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ...

ବିବାଦରେ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫(ଆଇଏଏନ୍‌ଏସ୍‌): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ...

Advertisement


Archives

Model This Week