Posted inଖେଳ

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି। ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ଆଦର୍ଶ ସମାଧାନ ନାହିଁ ବୋଲି ଆଇଓସି ସ୍ପଷ୍ଟ କରିଛି। ବିଶ୍ୱର କେତେକ ଆଗଧାଡିର ଆଥଲେଟ୍‌ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଥିଲେ। ସ୍ବାସ୍ଥ୍ୟକୁ ବିପଦରେ ପକାଇ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ଆୟୋଜନ ହେବାକୁଥିବା ଏହି ମେଗା ଇଭେଣ୍ଟରେ ଆଥଲେଟମାନେ ଅଂଶଗ୍ରହଣ କିରିବାକୁ କୁଣ୍ଠା ପ୍ରକାଶ କରିଥିଲେ। ଆଥଲେଟମାନେ ମଧ୍ୟ ଏ ନେଇ ଆଇଓସିକୁ ସମାଲୋଚନା କରିଥିଲେ।
ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗୋଟିଏ ଅସାଧାରଣ ସମାଧାନର ପନ୍ଥାର ମଧ୍ୟ ଆବଶ୍ୟକତା ରହିଛି ଆଥଲେଟଙ୍କ ସମାଲୋଚନା ପରେ କହିଛନ୍ତି। ଆଥଲେଟଙ୍କ କୌଣସି କ୍ଷତି ନ କରି ଏକ ସମାଧାନର ପନ୍ଥା ବାହାର କରିବାକୁ ଆଇଓସି ବଦ୍ଧପରିକର। ଆଥଲେଟଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବ। ଏ ଭଳି ପରିସ୍ଥିତିରେ କୌଣସ ଆଦର୍ଶ ସମାଧାନ ହୋଇପାରିବ ନାହିଁ ବୋଲି ଆଇଓସି ତରଫରୁ କୁହାଯାଇଛି।
ଉଲ୍ଲେଖଥାଉ କି, ନିର୍ଦ୍ଧାରିତ ସମୟରେ ଅଲିମ୍ପିକ୍ସ ଆୟୋଜନ କରିବାକ ଆଇଓସି କହିବା ପରେ ଅଲିମ୍ପିକ୍‌ ପୋଲ ଭୋଲ୍ଟ ଚାମ୍ପିୟନ କାଟେରିନା ଷ୍ଟିଫାନିଡି ଓ ବ୍ରିଟିଶ ହେପ୍ଟାଥଲେଟ କାଟାରିନା ଜନସନ- ଥମ୍ପସନ ଚିନ୍ତା ପ୍ରକଟ କରିଥିଲେ। ଆଥଲେଟ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପଦରେ ପକାଇବା ଭଳି ଆଇଓସି କାର୍ଯ୍ୟ କରୁଛି ବୋଲି ଷ୍ଟିଫାନିଡି ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର: କ୍ରିକେଟ୍‌ ପଡିଆକୁ ଫେରିବେ ଯୁବରାଜ ସିଂ

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପୁଣି କ୍ରିକେଟ ମୈଦାକୁ ଫେରୁଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ପଞ୍ଜାବର ସମ୍ଭାବ୍ୟ...

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ...

ଦିୟା-ସ୍ବସ୍ତିକା ରନର୍ସଅପ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍‌ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍‌ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା...

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ...

ଇଂଲଣ୍ଡ ଗସ୍ତରେ ଯିବାକୁ ଖେଳାଳିଙ୍କୁ ବାଧ୍ୟ କରିବୁନି: ହୋଲ୍ଡର

ଲଣ୍ଡନ,୧୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ସାରା ବିଶ୍ୱରେ ଜାରି ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା...

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି...

ଧୋନୀଙ୍କୁ ମେଣ୍ଟର କରାଯିବାର ପ୍ରକୃତ କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୯: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନିଯୁକ୍ତି ପଛରେ...

ଜାତୀୟ ଲେଗ୍‌ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଉଦ୍‌ଯାପିତ ୯ମ ଜାତୀୟ ଲେଗ୍‌ କ୍ରିକେଟରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଚନ୍ଦନ ରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା...

Advertisement
Ten Cric Info


Archives

Model This Week