କରୋନା ବିଶ୍ୱ ଲାଗି ସତର୍କଘଣ୍ଟି

ଜେନିଭା,୧୯।୫: କରୋନା ଭାଇରସ୍‌ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା ପାଖରେ ଶକ୍ତି ନାହିଁ। ବିଭିନ୍ନ ଦେଶ ନିଜ ନିଜ ବଳରେ ଏହି ଯୁଦ୍ଧ ଲଢ଼ୁଛନ୍ତି। କରୋନାକୁ ପରାସ୍ତ କଲା ଭଳି ସାମର୍ଥ୍ୟ କାହାର ନାହିଁ। ଅତ୍ୟାଧୁନିକ କାରିଗରି ବିଦ୍ୟା ଓ ବୈଜ୍ଞାନିକ ଗବେଷଣା ସବୁ ଫେଲ୍‌ ମାରିଛି। କରୋନା ଏକପ୍ରକାର ଆମକୁ ମୁଣ୍ଡ ନୁଆଇଁବାକୁ ବାଧ୍ୟକରିଛି। ଏଭଳି ସ୍ଥିତିରେ ବିଶ୍ୱବାସୀ ଏକ ହୋଇ କାମ କରିବା ଉଚିତ୍‌ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ବୈଠକ ବେଳେ ଜାତିସଂଘ ମୁଖ୍ୟ ଏହା କହିଛନ୍ତି। ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି। ଏହା କେବଳ ସ୍ବାସ୍ଥ୍ୟଗତ ସମସ୍ୟାକୁ ପଦାରେ ପକାଇନି ବରଂ ବିଶ୍ୱ ସଙ୍ଗଠନର ପାରିବାପଣିଆ, ଜଳବାୟୁ ସଂକଟ, ସାଇବର ସିକ୍ୟୁରିଟି, ପରମାଣୁ ନିରସ୍ତ୍ରୀକରଣ ଭଳି ଅନେକ ସମସ୍ୟାକୁ ପଦାରେ ପକାଇଛି। ଏବେ ଆମ ଗର୍ବ ଭାଙ୍ଗିଯାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେତେକ ଦେଶ ସହଯୋଗ ନ କରିବା ପରିତାପର ବିଷୟ ବୋଲି ଗୁଟେରେସ୍‌ କହିଛନ୍ତି।
କେତେକ ଦେଶ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍‌ଲାଇନ୍‌କୁ ମାନୁନାହାନ୍ତି। ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିବାରୁ ସମସ୍ୟା ଦେଖାଦେଉଛି। ଫଳରେ ଭାଇରସ୍‌ ବିଶ୍ୱକୁ ବ୍ୟାପି ସହସ୍ରାଧିକ ଲୋକଙ୍କ ଜୀବନ ନେଇଛି। ତଥ୍ୟ ଲୁଚାଇବା, ବେଆଇନ ଭାବେ କେତେକ କାମ କରିବା ଫଳରେ ବିଶ୍ୱବାସୀ ସେଗୁଡ଼ିକର ପରିଣାମ ଭୋଗୁଛନ୍ତି। ଏଥିରେ ସୁଧାର ଆସିବା ଦରକାର। ଏବେ ଏଭଳି ସ୍ଥିତିରେ ସହଯୋଗର ହାତ ବଢ଼ାଇ ସମସ୍ତେ ଏକ ହେବା ଜରୁରୀ। ମହାମାରୀକୁ ଦୂରକରିବା ସହ ସାମାଜିକ, ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଲାଗି ମିଳିମିଶି କାର୍ଯ୍ୟକରିବା ଉପରେ ଗୁଟେରେସ୍‌ ଜୋର୍‌ ଦେଇଛନ୍ତି। ସାମାଜିକ ସୁରକ୍ଷା, ପାଣିପାଗ ସମସ୍ୟାର ସୁଧାର ଉପରେ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି। ଭବିଷ୍ୟତକୁ ସରସ ଓ ସୁନ୍ଦର ଭାବେ ଗଢ଼ିତୋଳିବାକୁ ହେଲେ ସମାନତା, ସହଭାଗିତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଦରକାର। ନ ହେଲେ କରୋନା ଗର୍ବ ଓ ଅହଂକାର ସବୁକିଛି ଲୋପ କରିଦେବ ବୋଲି ସେ ସତର୍କ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri