‘କରୋନା ଫ୍ଲୁ ନୁହେଁ, ଏକ ଆକ୍ରମଣ’

ଓ୍ବାଶିଂଟନ,୨୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିପୁଳ ଡଲାର ଢାଳିଦେବା ପରିବର୍ତ୍ତେ ଆଉ କିଛି ବିକଳ୍ପ ନାହିଁ। ଏହି ଭାଇରସ୍‌ ଏକ ଫ୍ଲୁ ନୁହେଁ, ବରଂ ଏକ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଛନ୍ତି, ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ତୁଳନାରେ କୋଭିଡ୍‌-୧୯ ଅଧିକ ଦ୍ରୁତଗତିରେ ମାଡ଼ିଚାଲିଛି। ପୂର୍ବରୁ କେହି କେବେ ଏପରି ଦେଖି ନ ଥିଲେ। ଏହା ଆମ ପାଇଁ ଏକ ଆକ୍ରମଣ ବୋଲି ସେ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ହାଉସ୍‌ ଅତିରିକ୍ତ ୩୦୦ ବିଲିୟନ ଡଲାର ପ୍ରଦାନ ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ଟ୍ରମ୍ପ୍‌ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମେରିକାରେ ୨୨ ନିୟୁତ ଲୋକ ନିଯୁକ୍ତି ହରାଇଥିବାବେଳେ ପୂର୍ବରୁ ଟ୍ରମ୍ପ୍‌ ଓ କଂଗ୍ରେସ ଅର୍ଥନୀତି ସଜାଡ଼ିବା ପାଇଁ ୨.୨ ଟ୍ରିଲିୟନ୍‌ ଡଲାର ଅନୁଦାନ ମଞ୍ଜୁର କରିସାରିଛନ୍ତି। ଗୁରୁବାର ସୁଦ୍ଧା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୮୪୯,୦୯୪ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୪୭,୬୮୪ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’

ଓ୍ବାଶିଂଟନ୍‌,୨୩।୬: କରୋନା ଭାଇରସ୍‌ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ...

ହାଫିଜ୍‌ ସଇଦଙ୍କୁ ୫ ବର୍ଷ ଜେଲ

ଇସଲାମାବାଦ୍‌,୧୨।୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସଇଦଙ୍କୁ ପାକିସ୍ତାନର ଏକ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଫିଜ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ସହାୟତାରେ...

କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ...

ଆଜି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

ରୁଷିଆରେ ବିଶାଳ ବିକ୍ଷୋଭ

ମସ୍କୋ, ୧।୨: ଜେଲ୍‌ରେ ଥିବା ରୁଷିଆର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍‌ନିଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ରବିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ...

ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି...

ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା...

Advertisement


Archives

Model This Week