କରୋନା ପ୍ରଭାବ: ଜୀବନ ପାଇଁ ବଦଳିଛି ଜୀବିକା

କେନ୍ଦ୍ରାପଡା ଅଫିସ୍‌, ୨୯।୪-ଦେଶରେ ତାଲାବନ୍ଦକୁ ଇତିମଧ୍ୟରେ ମାସେ ବିତିଛି। ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାଲାବନ୍ଦ ଅବଧି ମେ ୩ରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସାରାଦେଶରେ ତାଲାବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ହେଲେ ଏହି ସମୟରେ ଅନେକ ଲୋକ ଘରେ ବସିବା ଅପେକ୍ଷା ଜୀବିକା ବଦଳାଇ ପରିବାର ପ୍ରତିପୋଷଣ ପାଇଁ ନୂଆ ଜୀବିକାକୁ ଆପଣେଇ ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ବସ୍‌ ଚାଳକ ଶ୍ରୀଧର ବେହେରା ସହରର ଇଚ୍ଛାପୁରସ୍ଥିତ ରଥଦାଣ୍ଡରେ ପରିବା ବିକ୍ରି କରୁଛନ୍ତି। ସେହିପରି ଖଡିଅଙ୍ଗ ଛକଠାରେ ସେଲୁନ କରିଥିବା କୁଞ୍ଜବିହାରୀ ବାରିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରୁଥିବା ଜଣାପଡ଼ିଛି। ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଚା’ ଦୋକାନୀ ଭୀମସେନ ବେହେରା ଫଳ ବ୍ୟବସାୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସହରର କମାରଖଣ୍ଡି ଗ୍ରାମର ଶ୍ରୀଧର ବେହେରା କୁହନ୍ତି ଯେ, ସେ ବସ୍‌ ଚାଳନା କରି ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିଲେ। ଏଥିରେ ୪ ଜଣିଆ ପରିବାର ଚଳି ଯାଉଥିଲା। ତେବେ ତାଲାବନ୍ଦ ଫଳରେ ବସ ଚଳାଚଳ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ କୌଣସି ରୋଜଗାର ପାଇଁ ଚିନ୍ତା ନ କରି ସଞ୍ଚିତ ଅର୍ଥରେ ପରିବାର ଚଳି ଯାଉଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଜୀବନ ପାଇଁ ଜୀବିକା ବଦଳାଇ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। ଦିନକୁ ମାତ୍ର ୫ ଘଣ୍ଟା ଦୋକାନ ଖୋଲୁଥିବାରୁ ଆୟ ଅଧିକ ହେଉନି। ତେବେ ଗୁଜୁରାଣ ମେଣ୍ଟିଯାଉଛି। ସେଲୁନ ମାଲିକ କୁଞ୍ଜବିହାରୀ କହିଛନ୍ତି, କରୋନା ସଂକ୍ରମଣ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି। ଲକ୍‌ଡାଉନ୍‌ ଯୋଗୁ ସେଲୁନ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡ଼ିଲା। ତେଣୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରତିଦିନ କାମକୁ ଯାଉଛନ୍ତି ବୋଲି କୁଞ୍ଜବିହାରୀ କହିଛନ୍ତି। ସେହିପରି ପୁରୁଣା ବସଷ୍ଟାଣ୍ଡର ଚା’ ଦୋକାନୀ ଭୀମସେନ କହିଛନ୍ତି, ଖରାଦିନେ ସେ ଲସି ବ୍ୟବସାୟ କରିଥାନ୍ତି। ଏଥିରେ ଭଲ ଦି’ପଇସା ରୋଜଗାର ହୁଏ। ତେବେ ତାଲାବନ୍ଦ ଯୋଗୁ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଫଳ ବ୍ୟବସାୟ ଆରମ୍ଭ କରିଛି। ଲକ୍‌ଡାଉନ୍‌ ଅବଧି ସରିଲେ ପୁଣି ଦୋକାନ ଖୋଲିବେ ବୋଲି ଭୀମସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତମାନଙ୍କ ଉପରେ ଆକ୍ରମଣ: ମୌଳିକ ସମସ୍ୟାର ସମାଧାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ…

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ / ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩% (ଦଳିତ ୧୯.୫% ଓ…

ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ…

ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ବଢିଲା ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା,୨।୬: କେନ୍ଦ୍ରପଡ଼ା ଜିଲା ସଦର ଥାନା ଅଧୀନ କଜଳା ରୋଡ ରେଳ ଧାରଣା କଡ଼ ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମଙ୍ଗଳବାର…

ଓରିଙ୍ଗା ଜଙ୍ଗଲରେ ଭିଜିଲାନ୍ସ ଟିମ୍‌: ବନୀକରଣରେ ଦୁର୍ନୀତି ଗନ୍ଧ

ଆଠଗଡ,୨।୬(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ କରାଯାଇଥିବା ବନୀକରଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ…

ନୂଆ ସରକାର ବୁଝିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା: ୧୩ କୋଟି ଟଙ୍କା ବ୍ୟୟରେ…

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri