କରୋନା ପାଇଁ ଅନ୍‌ ଲାଇନ୍‌ରେ ପାଠ ପଢାକୁ ଗୁରୁତ୍ୱ

ଜୁନାଗଡ,୧୪।୪(ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା କଟକଣା ଯୋଗୁ ଓଡିଶାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଯାହା ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇଛି। ଘରେ ବସି ପିଲା ବହି ଖୋଲିବା ସାର ହେଉଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଦେଶରେ ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ଫଳରେ ସେତେଦିନ ଯାଏ ମଧ୍ୟ ସ୍କୁଲରେ ତାଲା ପଡିବ । ଏମିତିରେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତିତ ରହିଥିଲେ। ଯାହାକୁ ଦୃଷ୍ଟିରେ ରଖି ସରକାର ୧୪ ତାରିଖରୁ ପିଲାଙ୍କୁ ଅନ୍‌ଲାଇନ ପଢାଇବା ପାଇଁ ଯୋଜନା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ ସାଇନିଂ କିଡ୍ସ ୱାଲର୍‌ଡର ଛାତ୍ରୀଛାତ୍ରଙ୍କୁ ଏବେ ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି। ଫଳରେ ପିଲାମାନେ ଘରେ ବସି ମୋବାଇଲରେ ଜୁମ୍‌ ଆପ୍‌ ଭିଡିଓ ଜରିଆରେ ଶିକ୍ଷାଗ୍ରହଣ କରୁଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଖୋଲିବା ପୂର୍ବରୁ ତାଙ୍କ ଶ୍ରେଣୀର ସମସ୍ତ ପାଠ ବିଷୟରେ ଜ୍ଞାନ ଆହରଣ ହୋଇପାରିବ ବୋଲି ସ୍କୁଲ ମୁଖ୍ୟ ପରିଚାଳକ ପ୍ରବୀର କୁମାର ଗୋୟଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ପାଇଁ ଭୁଲିଗଲେ ସାମାଜିକ ଦୂରତା

କଟକ ଅଫିସ,୧୫।୭: କଟକ ସହରରେ ପ୍ରାୟ ୬ଦିନ ପରେ ବୁଧବାର ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି...

ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ...

ଘୋଡ଼ାବେପାର ଉପରେ ନଜର

ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ...

ଆସନ୍ତା ବର୍ଷ ବାଘଗଣନା

ଢେଙ୍କାନାଳ ଅଫିସ, ୯।୧୨: ଆସନ୍ତା ବର୍ଷ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ହେବ ବାଘଗଣନା। ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ବାଘଗଣନା ଲାଗି ପ୍ରାଥମିକ...

‘ମୟୂରଭଞ୍ଜକୁ ପରିଚୟ ଦେଇଛନ୍ତି ଛଉ କଳାକାର’

ବାରିପଦା ଅଫିସ,୧୨ା୪ ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ସୋମବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ...

ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ...

ବ୍ୟାଗ୍‌ରେ ଶ୍ରୀମନ୍ଦିର ଚିତ୍ର: ପ୍ରତିବାଦ କଲେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ପୁରୀ ଅଫିସ,୨୪ା୧୨: ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ...

ନକଲି ଏମ୍‌ଭିଆଇ ଗିରଫ

ଜଳେଶ୍ୱର, ୨୬।୫(ଡି.ଏନ.ଏ.):  ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ଏମ୍‌ଭିଆଇ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ପଶ୍ଚିମବଙ୍ଗ ସୋନାକଣି ଅଞ୍ଚଳର...

Advertisement
Archives

Model This Week