କରୋନା : ଥିଲା ଓ ରହିବ

କରୋନା ଗୋଟିଏ ନିର୍ଜୀବ ଅଣୁ। ଏହାର ବିନାଶ ନାହିଁ। ପରିବେଶରେ ଏହା ତିଷ୍ଠି ରହେ। ବାଦୁଡି, ବଜ୍ରକାପ୍ତା, ସାପ ଓ ସରୀସୃପ ଏହାର ବାହକ। ଉଚ୍ଚ ଉତ୍ତାପରେ ପଶୁ ମାଂସ ରାନ୍ଧି ନ ଖାଇଲେ ଏହା ସଂକ୍ରମିତ ହୋଇଥାଏ। ୨୦୦୩ରେ କରୋନାର ସାର୍ବଦେଶିକ ସଂକ୍ରମଣ ହୋଇଥିଲା। ସେତେବେଳେ ୨୬ଟି ଦେଶରେ ୮୦୦୦ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ବାଦୁଡି ଏହାର ବାହକ ଥିଲା। ଦକ୍ଷିଣ ଚାଇନାର ‘ଗୁଆଙ୍ଗଡଙ୍ଗ’ ରାଜ୍ୟରୁ ଏହା ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ର ସୃଷ୍ଟି ପୁଣି ସେହି ଚାଇନାର ଉହାଙ୍ଗ ରାଜ୍ୟରୁ ୨୦୧୯ ନଭେମ୍ବରରୁ ହୋଇଛି। ଏହା କ’ଣ ମନୁଷ୍ୟକୃତ ନା ପଶୁ ମାଂସରୁ ? ପରୀକ୍ଷାଗାରରେ ଜୈବ ପରିବର୍ତ୍ତନ ଫଳରେ ବହୁ ସଂକ୍ରାମକ ରୂପ ନେଇ ମଣିଷକୁ ସଂକ୍ରମଣ କରିଛି। ଏହାକୁ ଶ୍ୱାସନଳୀ ଭୂତାଣୁ କୁହାଯାଏ। କାଶ ଓ ଛିଙ୍କ ଦ୍ୱାରା ନିର୍ଗତ ଅଣୁ ଫୁସଫୁସ ଭିତରେ ପ୍ରବେଶ କରି ପୂଜ ତିଆରି କରେ। ରୋଗୀର ନିଃଶ୍ୱାସ ଅବରୋଧ ହୋଇ ମୃତ୍ୟୁ ହୁଏ। ବର୍ତ୍ତମାନ ସୁଦ୍ଧା ବିଶ୍ୱର ତିନି ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କର ମୃତ୍ୟୁ ହେଲାଣି। ପାଖାପାଖି ୬୧ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ହେଲେ ଏଥିପାଇଁ ଫଳପ୍ରଦ ଟିକା କି ଔଷଧ ନାହିଁ।
ଭୂତାଣୁ ସ୍ବୟଂ ଉତ୍ପତ୍ତି ହୁଏ। ସବୁ ପ୍ରାଣୀ, ମଣିଷ ଓ ଉଦ୍ଭିଦକୁ ରୋଗାକ୍ରାନ୍ତ କରେ। ଜୀବ ବିଜ୍ଞାନ ଓ ଜୀବ ରସାୟନକୁ ନେଇ ଭୂତାଣୁର ସୃଷ୍ଟି। ରୋଗୀର ଜୀବକୋଷରେ ପ୍ରବେଶ କରି ପୁଷ୍ଟିସାର ନେଇ ବଞ୍ଚନ୍ତି ଓ ବହୁଗୁଣରେ ବିକଶିତ ହୁଅନ୍ତି। ଶେଷରେ ସବୁ ଜୀବକୋଷକୁ ଅକାମୀ କରିଦିଅନ୍ତି। ଏମାନେ ଜୀବକୋଷର ପରଜୀବୀ। ନିର୍ଜୀବ ହୋଇ ମଧ୍ୟ ବାହକର ବିପାକ ପ୍ରକ୍ରିୟାରେ ସହଜୀବୀ ହୋଇ ରହନ୍ତି। ପଥର ସଜୀବ ନୁହେଁ। ଗୋଟିଏ ଗଛର ମଞ୍ଜିକୁ ସଜୀବ କୁହାଯାଇ ପାରିବ ନାହିଁ। କିନ୍ତୁ ଏହା ଭିତରେ ପ୍ରଚ୍ଛନ ଶକ୍ତି ରହିଛି ଗୋଟିଏ ଜୀବନ୍ତ ଗଛକୁ ଜନ୍ମ ଦେବା ପାଇଁ। ସେହିପରି ଭୂତାଣୁମାନେ ଶରୀର ଭିତରେ ପ୍ରବେଶ କଲା ପରେ ସଜୀବ ହୋଇ ଉଠନ୍ତି। ଭୂତାଣୁଗୁଡିକ କ୍ଷୁଦ୍ରତମ ଅଣୁ। ଜୀବାଣୁଠାରୁ ବହୁ ଗୁଣରେ ଛୋଟ। ଏହା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ହେବ ନାହିଁ। ଇଲେକ୍‌ଟ୍ରନ ମାଇକ୍ରୋସ୍କୋପକୁ ଦୁଇ ଜଣ ଜର୍ମାନୀ ବୈଜ୍ଞାନିକ ‘ରୁସ୍କା ଓ ମାକ୍ସ ନଲ୍‌’ ୧୯୩୧ରେ ଆବିଷ୍କାର କରିଥିଲେ। ଏହାଦ୍ୱାରା ଭୂତାଣୁକୁ ୧୯୩୯ରେ ପ୍ରଥମେ ଦେଖିହେଲା। ଏହାର ନାମ ହେଲା ‘ଟବାକୋ ମୋଜାହକ ଭାଇରସ୍‌’। ଏମାନେ ଧୂଅଁାପତ୍ର (ଟବାକୋ) ଗଛର ପତ୍ରକୁ ସଂକ୍ରମଣ କରି ହଳଦିଆ କରିଦେଉଥିଲେ। ଏପରି କି ରୁଗ୍‌ଣ ପତ୍ରର ରସ ସୁସ୍ଥ ପତ୍ରରେ ଲଗାଇଲେ ସେହି ଗଛର ପତ୍ରଗୁଡିକ ହଳଦିଆ ହୋଇଯାଉଥିଲା। ୧୯୩୫ରେ ‘ଷ୍ଟାନଲି’ ଓ ତାଙ୍କର ସହକର୍ମୀମାନେ ନ୍ୟୁୟର୍କର ରକଫେଲର ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଏହି ଭୂତାଣୁ ବିଷୟରେ ଜାଣିପାରିଥିଲେ। ସେ ଦେଖିଲେ ଯେ ଏହା ଗୋଟିଏ ଜୀବ-ରସାୟନର ପୁଟୁଳି। ଏଥିରେ ବୃଦ୍ଧିକାରକ ଓ ଶକ୍ତିଦାୟକ ଉପାଦାନ ନାହିଁ। ଏହି ଉଦ୍ଭାବନ ପାଇଁ ତାଙ୍କୁ ୧୯୪୭ରେ ନୋବେଲ ପୁରସ୍କାର ମିଳିଥିଲା।
ଭୂତାଣୁମାନେ ପ୍ରଜଜନକ୍ଷମ ନୁହଁନ୍ତି। ସେମାନେ ପ୍ରାଣୀ ଜୀବକୋଷରେ ପ୍ରବେଶ କଲାପରେ ବଂଶବୃଦ୍ଧି କରିଥାଆନ୍ତି। କରୋନା ଭୂତାଣୁ ଆରଏନଏ ଭାଇରସ। ଜୀବକୋଷରେ ଡିଏନଏ ସଂସ୍ପର୍ଶରେ ଆସି ଏଞ୍ଜାଇମ୍‌ ପ୍ରକ୍ରିୟା ଦ୍ୱାରା ନିୟୁତ ସଂଖ୍ୟାରେ ଆରଏନଏ ଭୂତାଣୁ ସୃଷ୍ଟି ହୁଏ। ଏହି ଭୂତାଣୁ ନିର୍ଗତ ହୋଇ କବାଟ, ଟେବୁଲ, ଚୌକି ଏବଂ ଅନ୍ୟ ଆସବାବରେ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହନ୍ତି। ଏଗୁଡିକ ହାତରେ ଲାଗି ପାଟି, ନାକ ଓ ଆଖିରେ ଲାଗିଲେ ଭୂତାଣୁମାନେ ଶ୍ୱାସନଳୀ ଦେଇ ଫୁସଫୁସ୍‌କୁ ପ୍ରବେଶ କରନ୍ତି। ଏମାନେ ହାତରେ ଲାଗି ଦେହ ଭିତରେ ପ୍ରବେଶ କରି ରୋଗର ଲକ୍ଷଣ ପ୍ରକାଶ କରିବା ପାଇଁ ଦୁଇ ସପ୍ତାହ ସମୟ ନିଅନ୍ତି। ଆଣ୍ଟିବାୟୋଟିକ ଭୂତାଣୁ ମାରିପାରିବ ନାହିଁ। ଏଚଆଇଭି ଭୂତାଣୁର ଟିକା ଏ ପର୍ଯ୍ୟନ୍ତ ବାହାରି ନାହିଁ। ଭୂତାଣୁମାନେ ସେମାନଙ୍କର ଆକାର ବାରମ୍ବାର ପରିବର୍ତ୍ତନ କରନ୍ତି। ତେଣୁ ପ୍ରୋଟିନ (ଆଣ୍ଟିଜେନ୍‌)ର ରସାୟନ ବଦଳି ଗଲେ ପ୍ରତିପିଣ୍ଡ (ଆଣ୍ଟିବଡି) ତିଆରି ହୋଇପାରିବ ନାହିଁ। ପକ୍ଷୀ ଓ ପଶୁ ଦେହରେ ଥିବା ଭୂତାଣୁ ମଣିଷ ଶରୀରରେ ପ୍ରବେଶ କଲେ ସଂକ୍ରମଣ ଶକ୍ତି ବହୁ ଗୁଣରେ ବୃଦ୍ଧି ପାଇଥାଏ।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ଫୋନ୍‌ : (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ...

କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି।...

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌...

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ।...

ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଲାଭଦାୟକ ହଳଦିଆ ପରିବା

ସବୁଜ ପରିବା ଏବଂ ଫଳମୁଳ ସ୍ବାସ୍ଥ୍ୟ ପାଇଁ ହିତକର। ଏହା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିଥାଏ। ସେଥିପାଇଁ ଡାକ୍ତରମାନେ ସବୁଜ ପରିବା ଖାଇବାକୁ...

Coronavirus Update


Archives

Model This Week

Why Dharitri