କରୋନା : ଥିଲା ଓ ରହିବ

କରୋନା ଗୋଟିଏ ନିର୍ଜୀବ ଅଣୁ। ଏହାର ବିନାଶ ନାହିଁ। ପରିବେଶରେ ଏହା ତିଷ୍ଠି ରହେ। ବାଦୁଡି, ବଜ୍ରକାପ୍ତା, ସାପ ଓ ସରୀସୃପ ଏହାର ବାହକ। ଉଚ୍ଚ ଉତ୍ତାପରେ ପଶୁ ମାଂସ ରାନ୍ଧି ନ ଖାଇଲେ ଏହା ସଂକ୍ରମିତ ହୋଇଥାଏ। ୨୦୦୩ରେ କରୋନାର ସାର୍ବଦେଶିକ ସଂକ୍ରମଣ ହୋଇଥିଲା। ସେତେବେଳେ ୨୬ଟି ଦେଶରେ ୮୦୦୦ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ବାଦୁଡି ଏହାର ବାହକ ଥିଲା। ଦକ୍ଷିଣ ଚାଇନାର ‘ଗୁଆଙ୍ଗଡଙ୍ଗ’ ରାଜ୍ୟରୁ ଏହା ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ର ସୃଷ୍ଟି ପୁଣି ସେହି ଚାଇନାର ଉହାଙ୍ଗ ରାଜ୍ୟରୁ ୨୦୧୯ ନଭେମ୍ବରରୁ ହୋଇଛି। ଏହା କ’ଣ ମନୁଷ୍ୟକୃତ ନା ପଶୁ ମାଂସରୁ ? ପରୀକ୍ଷାଗାରରେ ଜୈବ ପରିବର୍ତ୍ତନ ଫଳରେ ବହୁ ସଂକ୍ରାମକ ରୂପ ନେଇ ମଣିଷକୁ ସଂକ୍ରମଣ କରିଛି। ଏହାକୁ ଶ୍ୱାସନଳୀ ଭୂତାଣୁ କୁହାଯାଏ। କାଶ ଓ ଛିଙ୍କ ଦ୍ୱାରା ନିର୍ଗତ ଅଣୁ ଫୁସଫୁସ ଭିତରେ ପ୍ରବେଶ କରି ପୂଜ ତିଆରି କରେ। ରୋଗୀର ନିଃଶ୍ୱାସ ଅବରୋଧ ହୋଇ ମୃତ୍ୟୁ ହୁଏ। ବର୍ତ୍ତମାନ ସୁଦ୍ଧା ବିଶ୍ୱର ତିନି ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କର ମୃତ୍ୟୁ ହେଲାଣି। ପାଖାପାଖି ୬୧ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ହେଲେ ଏଥିପାଇଁ ଫଳପ୍ରଦ ଟିକା କି ଔଷଧ ନାହିଁ।
ଭୂତାଣୁ ସ୍ବୟଂ ଉତ୍ପତ୍ତି ହୁଏ। ସବୁ ପ୍ରାଣୀ, ମଣିଷ ଓ ଉଦ୍ଭିଦକୁ ରୋଗାକ୍ରାନ୍ତ କରେ। ଜୀବ ବିଜ୍ଞାନ ଓ ଜୀବ ରସାୟନକୁ ନେଇ ଭୂତାଣୁର ସୃଷ୍ଟି। ରୋଗୀର ଜୀବକୋଷରେ ପ୍ରବେଶ କରି ପୁଷ୍ଟିସାର ନେଇ ବଞ୍ଚନ୍ତି ଓ ବହୁଗୁଣରେ ବିକଶିତ ହୁଅନ୍ତି। ଶେଷରେ ସବୁ ଜୀବକୋଷକୁ ଅକାମୀ କରିଦିଅନ୍ତି। ଏମାନେ ଜୀବକୋଷର ପରଜୀବୀ। ନିର୍ଜୀବ ହୋଇ ମଧ୍ୟ ବାହକର ବିପାକ ପ୍ରକ୍ରିୟାରେ ସହଜୀବୀ ହୋଇ ରହନ୍ତି। ପଥର ସଜୀବ ନୁହେଁ। ଗୋଟିଏ ଗଛର ମଞ୍ଜିକୁ ସଜୀବ କୁହାଯାଇ ପାରିବ ନାହିଁ। କିନ୍ତୁ ଏହା ଭିତରେ ପ୍ରଚ୍ଛନ ଶକ୍ତି ରହିଛି ଗୋଟିଏ ଜୀବନ୍ତ ଗଛକୁ ଜନ୍ମ ଦେବା ପାଇଁ। ସେହିପରି ଭୂତାଣୁମାନେ ଶରୀର ଭିତରେ ପ୍ରବେଶ କଲା ପରେ ସଜୀବ ହୋଇ ଉଠନ୍ତି। ଭୂତାଣୁଗୁଡିକ କ୍ଷୁଦ୍ରତମ ଅଣୁ। ଜୀବାଣୁଠାରୁ ବହୁ ଗୁଣରେ ଛୋଟ। ଏହା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ହେବ ନାହିଁ। ଇଲେକ୍‌ଟ୍ରନ ମାଇକ୍ରୋସ୍କୋପକୁ ଦୁଇ ଜଣ ଜର୍ମାନୀ ବୈଜ୍ଞାନିକ ‘ରୁସ୍କା ଓ ମାକ୍ସ ନଲ୍‌’ ୧୯୩୧ରେ ଆବିଷ୍କାର କରିଥିଲେ। ଏହାଦ୍ୱାରା ଭୂତାଣୁକୁ ୧୯୩୯ରେ ପ୍ରଥମେ ଦେଖିହେଲା। ଏହାର ନାମ ହେଲା ‘ଟବାକୋ ମୋଜାହକ ଭାଇରସ୍‌’। ଏମାନେ ଧୂଅଁାପତ୍ର (ଟବାକୋ) ଗଛର ପତ୍ରକୁ ସଂକ୍ରମଣ କରି ହଳଦିଆ କରିଦେଉଥିଲେ। ଏପରି କି ରୁଗ୍‌ଣ ପତ୍ରର ରସ ସୁସ୍ଥ ପତ୍ରରେ ଲଗାଇଲେ ସେହି ଗଛର ପତ୍ରଗୁଡିକ ହଳଦିଆ ହୋଇଯାଉଥିଲା। ୧୯୩୫ରେ ‘ଷ୍ଟାନଲି’ ଓ ତାଙ୍କର ସହକର୍ମୀମାନେ ନ୍ୟୁୟର୍କର ରକଫେଲର ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଏହି ଭୂତାଣୁ ବିଷୟରେ ଜାଣିପାରିଥିଲେ। ସେ ଦେଖିଲେ ଯେ ଏହା ଗୋଟିଏ ଜୀବ-ରସାୟନର ପୁଟୁଳି। ଏଥିରେ ବୃଦ୍ଧିକାରକ ଓ ଶକ୍ତିଦାୟକ ଉପାଦାନ ନାହିଁ। ଏହି ଉଦ୍ଭାବନ ପାଇଁ ତାଙ୍କୁ ୧୯୪୭ରେ ନୋବେଲ ପୁରସ୍କାର ମିଳିଥିଲା।
ଭୂତାଣୁମାନେ ପ୍ରଜଜନକ୍ଷମ ନୁହଁନ୍ତି। ସେମାନେ ପ୍ରାଣୀ ଜୀବକୋଷରେ ପ୍ରବେଶ କଲାପରେ ବଂଶବୃଦ୍ଧି କରିଥାଆନ୍ତି। କରୋନା ଭୂତାଣୁ ଆରଏନଏ ଭାଇରସ। ଜୀବକୋଷରେ ଡିଏନଏ ସଂସ୍ପର୍ଶରେ ଆସି ଏଞ୍ଜାଇମ୍‌ ପ୍ରକ୍ରିୟା ଦ୍ୱାରା ନିୟୁତ ସଂଖ୍ୟାରେ ଆରଏନଏ ଭୂତାଣୁ ସୃଷ୍ଟି ହୁଏ। ଏହି ଭୂତାଣୁ ନିର୍ଗତ ହୋଇ କବାଟ, ଟେବୁଲ, ଚୌକି ଏବଂ ଅନ୍ୟ ଆସବାବରେ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହନ୍ତି। ଏଗୁଡିକ ହାତରେ ଲାଗି ପାଟି, ନାକ ଓ ଆଖିରେ ଲାଗିଲେ ଭୂତାଣୁମାନେ ଶ୍ୱାସନଳୀ ଦେଇ ଫୁସଫୁସ୍‌କୁ ପ୍ରବେଶ କରନ୍ତି। ଏମାନେ ହାତରେ ଲାଗି ଦେହ ଭିତରେ ପ୍ରବେଶ କରି ରୋଗର ଲକ୍ଷଣ ପ୍ରକାଶ କରିବା ପାଇଁ ଦୁଇ ସପ୍ତାହ ସମୟ ନିଅନ୍ତି। ଆଣ୍ଟିବାୟୋଟିକ ଭୂତାଣୁ ମାରିପାରିବ ନାହିଁ। ଏଚଆଇଭି ଭୂତାଣୁର ଟିକା ଏ ପର୍ଯ୍ୟନ୍ତ ବାହାରି ନାହିଁ। ଭୂତାଣୁମାନେ ସେମାନଙ୍କର ଆକାର ବାରମ୍ବାର ପରିବର୍ତ୍ତନ କରନ୍ତି। ତେଣୁ ପ୍ରୋଟିନ (ଆଣ୍ଟିଜେନ୍‌)ର ରସାୟନ ବଦଳି ଗଲେ ପ୍ରତିପିଣ୍ଡ (ଆଣ୍ଟିବଡି) ତିଆରି ହୋଇପାରିବ ନାହିଁ। ପକ୍ଷୀ ଓ ପଶୁ ଦେହରେ ଥିବା ଭୂତାଣୁ ମଣିଷ ଶରୀରରେ ପ୍ରବେଶ କଲେ ସଂକ୍ରମଣ ଶକ୍ତି ବହୁ ଗୁଣରେ ବୃଦ୍ଧି ପାଇଥାଏ।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ଫୋନ୍‌ : (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri