କ୍ରୋଧର ନିଆଁରେ ଆମେରିକା

ଓ୍ବାଶିଂଟନ,୧ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୋୟଡ୍‌ଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚପାଇରଖି ମାରିଦେବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ପ୍ରଦର୍ଶନ ତେଜିବାରେ ଲାଗିଛି। ପୋଲିସ ବର୍ବରତା ବିରୋଧରେ ଆମେରିକାର ମିନିଆପଲିସ ସହରରେ ଆରମ୍ଭ ହୋଇଥିତ୍ବା ବିକ୍ଷୋଭ ପ୍ରଥମେ ହିଂସା ଓ ପରେ ଦଙ୍ଗାର ରୂପ ନେଇଛି। ଏହି ଆନ୍ଦୋଳନର ନିଆଁ ଏବେ ସାରା ଆମେରିକାକୁ ବ୍ୟାପିଛି। ବିକ୍ଷୋଭ ବେଳେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନେକେ ଆହତ ହୋଇଛନ୍ତି।
କରୋନା ଭାଇରସ୍‌ ଆମେରିକାକୁ ବେହାଲ କରିଦେଇଥିବାବେଳେ ଜର୍ଜ ଫ୍ଲୋୟଡ୍‌ଙ୍କ ହତ୍ୟା ପରେ ସବୁଠି ଭଙ୍ଗାରୁଜା, ଜଳାପୋଡ଼ା ଓ ରାହାଜାନି ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଧରିଥିବା ପ୍ଲାକାର୍ଡରେ ଲେଖାଅଛି, ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର୍‌’। ଲୋକେ ସ୍ଲୋଗାନ ଦେଉଛନ୍ତି ‘ଆଇ କାଣ୍ଟ୍‌ ବ୍ରେଦ୍‌’, ଯାହାକି ଜର୍ଜ ଫ୍ଲୋୟେଡ୍‌ଙ୍କ ମୃତ୍ୟୁ ପୂର୍ବରୁ ଶେଷ ଶବ୍ଦ ଥିଲା। ଶନିବାର ବିଳମ୍ବିତ ରାତିରେ ଦେଶବ୍ୟାପୀ ହିଂସ୍ର ଆନ୍ଦୋଳନ ଦେଖାଦେଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ପ୍ରୟୋଗ କରିଥିଲା। ଏହାର ପ୍ରତିବାଦରେ ପୋଲିସ ଅଧିକାରୀମାନଙ୍କ କାର୍‌ଗୁଡ଼ିକରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇବା ସହ ସେମାନଙ୍କ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ। ଲସ୍‌ ଏଞ୍ଜେଲ୍ସ, ମିଆମି ଓ ଶିକାଗୋରେ ରାତିସାରା କର୍ଫ୍ୟୁ ଜାରି କରାଯାଇଥିଲା। ଜର୍ଜଙ୍କ ହତ୍ୟାକାରୀ ଡେରେକ୍‌ ଶଉଭିନ୍‌ଙ୍କୁ ଗିରଫ କରାଯାଇଥିବାବେଳେ ହତ୍ୟା ପାଇଁ ଦାୟୀ ଅନ୍ୟ ୪ ପୋଲିସ ଅଫିସରଙ୍କୁ ମଧ୍ୟ ଗିରଫ କରିବା ଦାବିରେ ଲୋକେ ଅଡ଼ିବସିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ ସୈନ୍ୟଙ୍କୁ ମୁତୟନ କରାଯାଇଛି। ଆନ୍ଦୋଳନକାରୀଙ୍କ ଟେକାମାଡ଼ ଓ ଛୁରାମାଡ଼ରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ୨୨ ସହରରେ ଅନୂ୍ୟନ ୧,୬୬୯ ଜଣଙ୍କୁ ଗିରଫ କରିଛି। ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭ ବେଳେ ପୋଲିସ ଓ ଜନତା ମୁହଁାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ‘ଲୁଟିଂ ହେଲେ ଶୁଟିଂ ମଧ୍ୟ ହେବ’ ମନ୍ତବ୍ୟ ନିଆଁରେ ଘିଅ ଢାଳିଛି।
ଜର୍ଜ ଫ୍ଲୋୟଡ୍‌ କିଏ
୪୬ ବର୍ଷୀୟ ଜର୍ଜ ଫ୍ଲୋୟଡ୍‌ ଜଣେ କୃଷ୍ଣକାୟ ଆମେରିକୀୟ ଥିଲେ। ନର୍ଥ କାରୋଲିନାର ଫାୟେଟ୍ଟେଭିଲେରେ ଜନ୍ମିତ ଫ୍ଲୋୟଡ୍‌ ଟେକ୍ସାସର ହ୍ୟୁଷ୍ଟନ ସହରରେ ବଢ଼ିଥିଲେ। ସେ ସେଣ୍ଟ ଲୁଇସ୍‌ ପାର୍କରେ ରହୁଥିଲେ ଓ ନିକଟସ୍ଥ ମିନିଆପୋଲିସ ସହରରେ ୫ ବର୍ଷ ଧରି ରେଷ୍ଟୁରାଣ୍ଟ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। କରୋନା ମହାମାରୀ ଯୋଗୁ ମିନେସୋଟାରେ ‘ଘରେ ରୁହ’ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସେ ଚାକିରି ହରାଇଥିଲେ। ହ୍ୟୁଷ୍ଟନରେ ଫ୍ଲୋୟଡ୍‌ଙ୍କ ଦୁଇଜଣ ଝିଅ ଅଛନ୍ତି, ଯାହାଙ୍କ ବୟସ ଯଥାକ୍ରମେ ୬ ଓ ୨୨ ବର୍ଷ।
ଡେରେକ୍‌ ମାଇକେଲ ଶଉଭିନ୍‌
୧୯୭୬ ମାର୍ଚ୍ଚ ୧୯ରେ ଜନ୍ମିତ ଡେରେକ୍‌ ମାଇକେଲ୍‌ ଶଉଭିନ୍‌ ମିନିଆପଲିସ ପୋଲିସ ଡିପାର୍ଟମେଣ୍ଟରେ ୨୦୦୧ରୁ କାର୍ଯ୍ୟରତ ଥିଲେ। ଏହି ୪୪ ବର୍ଷୀୟ ଅଧିକାରୀଙ୍କ ବିରୋଧରେ ୧୮ଟି ମାମଲା ରହିଥିଲା। ସେ ପୂର୍ବରୁ ୩ଟି ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲେ। ପୂର୍ବତନ କ୍ଲବ୍‌ ମାଲିକାଣୀ ମାୟା ସାନ୍ତାମାରିଆଙ୍କ ମତରେ ଉଭୟ ଫ୍ଲୋୟଡ୍‌ ଓ ଶଉଭିନ୍‌ ଲାଟିନ୍‌ ନାଇଟ୍‌ କ୍ଲବ୍‌ ଏଲ୍‌ ନ୍ୟୁଏଭୋ ରୋଡେଓରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।
କ’ଣ ଘଟିଥିଲା
ମେ ୨୫ ତାରିଖରେ ଡେରେକ୍‌ ଓ ମିନିଆପଲିସ ପୋଲିସ ଡିପାର୍ଟମେଣ୍ଟର ଅନ୍ୟ କେତେଜଣ ଅଧିକାରୀ ଏକ ଜାଲିଆତି ଅଭିଯୋଗରେ ଫ୍ଲୋୟଡ୍‌ଙ୍କୁ ଗିରଫ କରିଥିଲେ। ମିନିଆପଲିସ ନିକଟସ୍ଥ ପାଉଡରହର୍ନସ୍ଥିତ ଶିକାଗୋ ଏଭିନ୍ୟୁ ସାଉଥ୍‌ସ୍ଥିତ ଏକ ଦୋକାନରେ ବିଲ୍‌ ବୁଝାଇବାକୁ ଯାଇ ଫ୍ଲୋୟଡ୍‌ ୨୦ ଡଲାରର ଜାଲ୍‌ ନୋଟ୍‌ ବ୍ୟବହାର କରିଥିଲେ। ଡେରେକ୍‌ ତାଙ୍କୁ ଧରିବା ପରେ ତଳେ ଚପାଇଦେଇ ନିଜ ଆଣ୍ଠୁରେ ଫ୍ଲୋୟଡ୍‌ଙ୍କ ବେକକୁ ଦବାଇ ରଖିଥିଲେ। ଫ୍ଲୋୟଡ୍‌ କହୁଥିଲେ, ଦୟାକରି ମୋତେ ହତ୍ୟା କରନାହିଁ, ଛାଡ଼ିଦିଅ। ମୁଁ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହିଁ। ମୋ ଜୀବନ ଚାଲିଯିବ। ତାଙ୍କର ବାରମ୍ବର ଅନୁରୋଧ ସତ୍ତ୍ୱେ ବି ଡେରେକ୍‌ ଛାଡ଼ି ନ ଥିଲେ। ସେ ନିଜର ସବୁ ବଳ ଫ୍ଲୋୟଡ୍‌ଙ୍କ ଉପରେ ଖଟାଇଦେଇଥିଲେ। ୮ ମିନିଟ ୪୬ ସେକେଣ୍ଡ ଧରି ଏପରି ଅବସ୍ଥାରେ ରହିବା ପରେ ଶେଷରେ ଅଣନିଃଶ୍ୱାସୀ ହୋଇ ଫ୍ଲୋୟଡ୍‌ଙ୍କ ଜୀବନ ଚାଲିଗଲା। ଏକ ଆମ୍ବୁଲାନ୍ସ ଆସି ତାଙ୍କ ମୃତଦେହକୁ ନେଇଗଲା। ଦେଖଣାହାରୀମାନେ ଏହି ଦୃଶ୍ୟକୁ ମୋବାଇଲ୍‌ ଫୋନ୍‌ରେ କଏଦ୍‌ କରିଥିଲେ। ଏହି ବର୍ବରତା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ବିରୋଧୀ ହିଂସା ଦେଖାଦେଇଥିଲା। କ୍ରମଶଃ ଏହା ଆନ୍ଦୋଳନର ରୂପ ନେଇ ସାରା ଆମେରିକାକୁ ବ୍ୟାପିଛି।
ତା’ ପରେ କ’ଣ
ମେ ୨୬ ତାରିଖରେ ମିନିଆପଲିସ ପୋଲିସ ମୁଖ୍ୟ ମେଡାରିଆ ଆରାଡୋଣ୍ଡୋ ଘୋଷଣା କଲେ ଯେ, ଡେରେକ୍‌ ଓ ଅନ୍ୟ ପୋଲିସ ଅଧିକାରୀମାନଙ୍କୁ ଛୁଟିରେ ପଠାଇଦିଆଯାଇଛି। ସେପଟେ ଡେରେକ୍‌ଙ୍କୁ ଗିରଫ କରିବା ପାଇଁ ଦାବି ଜୋର୍‌ ଧରିଥିଲା। ଫଳରେ ତାଙ୍କ ସହ ୪ ଅଧିକାରୀଙ୍କୁ ନିଲମ୍ବନ କରାଗଲା। ଚାରିଆଡ଼ୁ ଚାପ ପଡ଼ିବା ପରେ ଆମେରିକାର ଗୋଇନ୍ଦା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ୨୯ ତାରିଖରେ ଡେରେକ୍‌ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଛି। ତେବେ କୃଷ୍ଣକାୟଙ୍କ ଉପରେ ଆମେରିକା ପୋଲିସର ଅତ୍ୟାଚାରର ପ୍ରତିବାଦରେ ଉଠିଥିବା କ୍ରୋଧର ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ।
୨୦୧୪ର ପୁନରାବୃତ୍ତି
୨୦୧୪ ଜୁଲାଇ ୧୭ରେ ଷ୍ଟାଟେନ୍‌ ଆଇଲାଣ୍ଡରେ କୃଷ୍ଣକାୟ ଏରିକ୍‌ ଗାର୍ନରଙ୍କୁ ଏପରି ଢଙ୍ଗରେ ହତ୍ୟା କରାଯାଇଥିଲା। ସେତେବେଳେ ସେ ମଧ୍ୟ କହୁଥିଲେ, ମୁଁ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହିଁ। ଦୟାକରି ମୋତେ ଛାଡ଼ିଦିଅ ବୋଲି ୧୧ ଥର କହିଥିଲେ। ନ୍ୟୁୟର୍କର ପୋଲିସ ଅଧିକାରୀମାନେ ତାଙ୍କ ବେକକୁ ଛାଡ଼ି ନ ଥିଲେ। ଏରିକ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ଏପରି ଆନ୍ଦୋଳନ ମୁଣ୍ଡ ଟେକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?