କରୋନା ତଥ୍ୟ: ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଟପିଲା, ଭାରତରେ ୨୧,୩୯୩ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୮୭ ଆକ୍ରାନ୍ତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ସୁଦ୍ଧା ବିଶ୍ୱରେ ୨୧୦ ଦେଶ, ୨ଜାହାଜ କରୋନା କବଳିତ। ବୁଧବାର ସମଗ୍ର ବିଶ୍ୱରେ ୨୫ ଲକ୍ଷ ୭୨ହଜାର ୬୦୩ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୨୬ ଲକ୍ଷ ୪୮ହଜାର ୩୬୦ରେ ପହଞ୍ଚିଛି। ସେହିଭଳି ୧ ଲକ୍ଷ ୭୮ହଜାର ୫୪୮ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଅଧିକ ୬ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଭାରତରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୫ଲକ୍ଷ ୫୪୨ଟି ନମୂନା ପରୀକ୍ଷଣ ହୋଇଥିଲା। ସେଥିରୁ ୨୧ହଜାର ୩୯୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮୧ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୧୬ ହଜାର ୪୫୪ଟି ଆକ୍ଟିଭ୍‌ କେସ୍‌ ରହିଛି। ଅପରପକ୍ଷେ ଓଡ଼ିଶାରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୧୫ ହଜାର ୯୮୪ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି। ସେଥିରୁ ୮୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୩ରହିଛି। ସେହିଭଳି ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ସଂକ୍ରମିତ ଜିଲା ତାଲିକାରେ ଖୋର୍ଦ୍ଧା ରହିଥିବା ନେଇ ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ, ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ ନୂଆ ଶିକ୍ଷାନୀତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ବତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ...

ଠିକ୍‌ ଭାବେ ସଫେଇ ହେଉନି ସହର:ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ

ଅନୁଗୋଳ ଅଫିସ, ୪।୧୨- ଅନୁଗୋଳ ଜିଲାରୁ କେତେଜଣ ଡେଙ୍ଗୁ ରୋଗୀ ବାହାରିଲେଣି। ସେମାନେ ବିଭିନ୍ନ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ...

ଭାଙ୍ଗିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶର,୧୫।୭: ଘଡ଼ଘଡ଼ିରେ ଭୁବନେଶରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି। ମନ୍ଦିର ଭିତରେ ସେବାୟତ ଥିବା ବେଳେ ଏହି ଅଘଟଣ ଘଟିଛି। ସଂପୂର୍ଣ୍ଣ ଭାବେ ଦଧିନଉତି...

ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ

କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ...

ମଦମୁକ୍ତ ହେଉ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଆସନ୍ତା ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶନିବାର ରାଜ୍ୟ ନିର୍ବାଚନ କମିଶନର...

ରେଳଯାତ୍ରୀଙ୍କୁ ଝଟ୍‌କା: ଜୁଲାଇ ୧୩ରୁ ବିହାର-ଝାଡ଼ଖଣ୍ଡ ମଧ୍ୟରେ ଚାଲିବନି ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୧।୭: ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲୁଥିବା ୨ଟି ଟ୍ରେନ୍‌ ଜୁଲାଇ ୧୩ରୁ ଆଉ ଚଳାଚଳ କରିବ ନାହିଁ। ପାଟନା-ରାଞ୍ଚି-ପାଟନା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌...

ପାରସ୍‌-ମାହିରା ଗରିବଙ୍କୁ ବାଣ୍ଟିଲେ ଖାଦ୍ୟ

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଅନେକ ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ବହୁତ ଲୋକ...

ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ

ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ...

Advertisement
Archives

Model This Week