କରୋନା: ତଥ୍ୟ ଦେବେ ଘରୋଇ ହସ୍ପିଟାଲ, ହୋଟେଲ,ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ହୋଟେଲ କର୍ତ୍ତୃପକ୍ଷଙ୍କ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ହୋଟେଲ୍‌କୁ ଆସୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଏମ୍‌ସିକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ତୁରନ୍ତ ଘରୋଇ ହସ୍ପିଟାଲ ଓ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଶେଷକରି ହସ୍ପିଟାଲ୍‌କୁ ଆସୁଥିବା କରୋନା ସନ୍ଦିଗ୍ଧଙ୍କ ପାଇଁ ଅଲଗା ୱାର୍ଡର ବ୍ୟବସ୍ଥା କରିବା ସହ ସେମାନଙ୍କ ତଥ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍‌ସିକୁ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ଡାକ୍ତରଖାନା କର୍ତ୍ତୃପକ୍ଷ ଆଇସୋଲେଶନ ୱାର୍ଡ ଓ ଭେଣ୍ଟିଲେଟର ସୁବିଧା ଥିବା ଓ୍ବାର୍ଡ ସଂକ୍ରାନ୍ତରେ ତଥ୍ୟ ଦେବେ। ସେହି ଅନୁସାରେ ଆମକୁ ଆଗାମୀ ଦିନରେ ମୁକାବିଲା କରିବାକୁ ସହଜ ହେବ ବୋଲି କମିଶନର କହିଛନ୍ତି। ଅନ୍ୟପକ୍ଷରେ ହୋଟେଲ୍‌ଗୁଡ଼ିକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମୋବାଇଲ ନମ୍ବର, ଗସ୍ତସୂଚୀ ପ୍ରଦାନ କରିବେ। ହୋଟେଲରେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ କରିବା ପାଇଁ ବିଏମ୍‌ସି ଦ୍ୱାରା ଜାରି ଏସ୍‌ଓପିକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ସବକୁ ଆସୁଥିବା ଲୋକଙ୍କ ପାଇଁ ହ୍ୟାଣ୍ଡୱାସ୍‌ ଓ ସାନିଟାଇଜର ରଖିବା, କାର୍ଯ୍ୟକ୍ରମରେ ଯଥା ସମ୍ଭବ କମ୍‌ ଲୋକଙ୍କ ସମାଗମ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନଙ୍କର ଥଣ୍ଡା, ଜ୍ୱର, କାଶ ହୋଇଥିବ ସେମାନଙ୍କୁ କାର୍ଯ୍ୟକ୍ରମଠାରୁ ଦୂରରେ ରଖିବାକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର କହିଛନ୍ତି।

ବିଏମ୍‌ସିରେ ଆଜିଠୁ କାର୍ଯ୍ୟକରିବ ସ୍ବତନ୍ତ୍ର ସେଲ୍‌
ସଚେତନତା ଓ ଅଭିଯୋଗ ପଞ୍ଜୀକରଣ ପାଇଁ ବିଏମ୍‌ସି ଦ୍ୱାରା ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି। ସୋମବାରଠାରୁ ଏହି ସେଲ୍‌ ବିଏମ୍‌ସି ମୁଖ୍ୟାଳୟର ମିନି କନ୍‌ଫରେନ୍ସ ହଲ୍‌ରେ ପ୍ରତିଦିନ ସକାଳ ୯ଟାରୁ କାର୍ଯ୍ୟ କରିବ। ସେଲ୍‌ରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଇଟି ଓ ସ୍ବାସ୍ଥ୍ୟ ଅଧିକାରୀ ରହିବେ। ଏହା ବ୍ୟତୀତ ଅନ୍‌ଲାଇନ୍‌ରେ ବିଏମ୍‌ସି ୨୪ ଘଣ୍ଟା ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।

ବିଏମ୍‌ସି କଲ୍ୟାଣ ମଣ୍ଡପ ବୁକିଂ ବନ୍ଦ, ଏସ୍‌ଓପି ମାନିବେ ଘରୋଇ ମଣ୍ଡପ
ବିଏମ୍‌ସି ଦ୍ୱାରା ପରିଚାଳିତ ସମସ୍ତ କଲ୍ୟାଣ ମଣ୍ଡପର ବୁକିଂକୁ ବନ୍ଦ କରାଯାଇଛି। ରବିବାର ଏ ସମ୍ପର୍କରେ ସୂଚନା ଦେଇ କମିଶନର ପ୍ରେମଚାନ୍ଦ ଚୌଧାରୀ କହିଛନ୍ତି, ଆଉ ନୂଆ ବୁକିଂ କରାଯାଉନାହିଁ। ଯେଉଁ ବୁକିଂ ରହିଛି, ତାହାକୁ ମଧ୍ୟ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ଯେଉଁ ଘରୋଇ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପରେ ପୂର୍ବରୁ ବୁକିଂ ରହିଛି ସେମାନେ ଉତ୍ସବର ଆୟୋଜନ କରିପାରିବେ। କିନ୍ତୁ ବିମ୍‌ସି ଦ୍ୱାରା କରାଯାଇଥିବା ଏସ୍‌ଓପି ନିୟମକୁ ମାନି ତାକୁ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି।
ଆଜିଠାରୁ ୩ ସ୍କ୍ବାଡ୍‌ର ଯାଞ୍ଚ ଆରମ୍ଭ
ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ବିଏମ୍‌ସି ଦ୍ୱାରା ଗଠିତ ୩ ସ୍କ୍ବାଡ୍‌ ଏନେଇ ଯାଞ୍ଚ ଆରମ୍ଭ କରିବେ। ଏହି ସ୍କ୍ବାଡ୍‌ ଘରୋଇ ହସ୍ପିଟାଲ, ହୋଟେଲ ସହ ମଲ ଓ ଘରୋଇ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ପରଖିବେ। ଦିଆଯାଇଥିବା ଏସ୍‌ଓପିକୁ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରି ଖିଲାପ କରାଯାଉଥିଲେ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁକ୍ତାକାଶ ବ୍ୟାୟାମଶାଳା ବନ୍ଦ, ସିଞ୍ଚନ ହେବ କେମିକାଲ ପାଣି
ଭୁବନେଶ୍ୱର ବିଭିନ୍ନ ପାର୍କରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାକୁ ବନ୍ଦ କରିଦିଆଯାଇଛି। ସୋମବାରଠାରୁ ସେଗୁଡ଼ିକୁ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ତାଲା ପକାଇବା ସହ ଜନସାଧାରଣ ଯେପରି ବ୍ୟାୟାମ ଉପକରଣ ବ୍ୟବହାର ନ କରିବେ ସେଥିପ୍ରତି ଧ୍ୟାନ ଦେବେ। ଏଥିସହ ସହରର ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହ ବିଭିନ୍ନ ସ୍ଥାନରେ କେମିକାଲ ପାଣି ସିଞ୍ଚନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସିଞ୍ଚନ ପାଇଁ ୧୦୦ ନୂଆ ସ୍ପ୍ରେୟର ମେଶିନ କିଣାଯାଇଛି। ବିଏମ୍‌ସିର ବରିଷ୍ଠ ଅଧିକାରୀ ପ୍ରତିଦିନ ୨ ଘଣ୍ଟା ସଫେଇ ଓ ସିଞ୍ଚନ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଫେରାର ହେବା ପରେ ଅନୁଗୋଳ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଅନୁଗୋଳ ଅଫିସ,୧୯।୬: ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପରିବାରଲୋକେ ବୁଧବାର ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି...

ଛାତ୍ର ଜୀବନରୁ ସୌଖୀନ ପାଇଁ ବନ୍ଧୁକ ରଖିଆସୁଛି: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯିବା ପରେ ଚର୍ଚ୍ଚାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।...

ସ୍ବର ବଦଳାଇଛନ୍ତି ଶାହା; ରାଜ୍ୟ ସଭା ସିଟ୍‌ ପାଇଁ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି: ସୁର

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ପୋଡ଼ା ଟ୍ରାନ୍ସଫର୍ମର କହିଥିଲା। ଏପରିକି ଭାଜପାର କେନ୍ଦ୍ରୀୟ ନେତା ଯେବେ ବି ଓଡ଼ିଶା...

ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା : ପ୍ରତିବାଦରେ ଧାରଣା ଦେଲେ ସିହା ପଞ୍ଚାୟତବାସୀ

ଚଣ୍ଡିଖୋଲ,୨୧ା୫(ଡି.ଏନ.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଞ୍ଚାୟତରେ ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ପଞ୍ଚାୟତବାସୀ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।...

ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ଆରମ୍ଭ ହେଲା ବୈଠକ: ୧୦ ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ...

ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ...

ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ...

ନିମାପଡ଼ା: ବିଦ୍ୟୁତ୍‌ ଯନ୍ତ୍ରଣାର ଅନ୍ତ ଘଟୁନି

ନିମାପଡ଼ା,୨୩।୭(ଡି.ଏନ୍‌.ଏ.): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀରେ ପୁରୀ ଜିଲା ନିମାପଡ଼ା ବିଦ୍ୟୁତ୍‌ ଡିଭିଜନର ୨୫ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିରୁଜି ଯାଇଥିବାବେଳେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *