କରୋନା ତଥ୍ୟ ଦେଇଥିବା ଚାଇନା ଡାକ୍ତରଙ୍କ ନାମ ଅନୁସାରେ ନାମିତ ହେବ ଆମେରିକାର ସଡ଼କ !

ଓ୍ବାଶିଂଟନ,୮।୫: କରୋନା ଭାଇରସ ସମ୍ପର୍କରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ବିଶ୍ୱକୁ ସୂଚନା ଦେଇଥିଲେ ତାଙ୍କ ନାଁ ଅନୁସାରେ ଆମେରିକା ଓ୍ବାଶିଂଟନ ସହରର ଯେଉଁ ଷ୍ଟ୍ରିଟରେ ଚାଇନା ଦୂତାବାସ ରହିଛି ତା’ର ନାମକୁ ପରିବର୍ତ୍ତନ କରିବାକୁ ଆମେରିକା ସିନେଟର କେତେଜଣ ସଦସ୍ୟ ପ୍ରସ୍ତାବ ଦେଇଥିବା ଜଣାପଡିଛି। ଚାଇନାର ଡାକ୍ତର ଲି ଓ୍ବେନଲିଆଙ୍ଗ ପ୍ରଥମେ ଚାଇନାର ଉହାନ ସହରରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରିଥିଲେ। ସେ ତାଙ୍କର କେତେଜଣ ସାଥି ଡାକ୍ତରଙ୍କୁ କହିଥିଲେ କେତେଜଣ ରୋଗୀଙ୍କଠାରେ ସାର୍ସ ଭଳି ଲକ୍ଷଣ ପ୍ରକାଶ ପାଇଛି। ଗାର୍ଡିୟନରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ମନ୍ତବ୍ୟ ଦେବାକୁ ବାରଣ କରାଯାଇଥିଲା। ଏହାସହ ଚାଇନା ସରକାର ଏହାକୁ ନେଇ ଡାକ୍ତର ଲି ଓ୍ବେନଲିଆଙ୍ଗଙ୍କୁ ଡରାଇବା, ଧମକାଇବା ସହ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଆଲୋଚନା ହୋଇଥିଲା। ଶେଷରେ ତାଙ୍କର କୋଭିଡ-୧୯ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ମିଳିଥିଲା। ଏହାପରେ ଚାଇନାର ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ରାଗ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆଲୋଚନା ହେଉଛି କି ଆମେରିକା ସିନେଟରମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟକାରୀ ହେବା ଏତେ ସହଜ କଥା ନୁହେଁ। କାରଣ ୨୦୧୪ରେ ମଧ୍ୟ ଏଭଳି ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଇନା ଦୂତାବାସ ଥିବା ଷ୍ଟ୍ରିଟକୁ ଚାଇନାର ଜଣେ ନୋବେଲ ବିଜେତାଙ୍କନାମରେ ନାମିତ କରାଯାଉ ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ, ଏଥିରେ ଅଛନ୍ତି ୨୨ ଯାତ୍ରୀ; ୪ ଭାରତୀୟ

କାଠମାଣ୍ଡୁ,୨୯ା୫: ନେପାଳରେ ତାରା ଏୟାର-୯ ବିମାନ ଯୋଗାଯୋଗ ହରାଇଛି। ରବିବାର ସକାଳେ ବିମାନଟି ଉଡ଼ାଣ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ତାରା ଏୟାରର ଡବଲ ଇଞ୍ଜିନ...

ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର...

ପୁଣି ମିଶାଇଲ୍‌ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ

ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍‌ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ...

ମହାକାଶ ଯାତ୍ରା କଲେ ୪ ଦେଶର ମହାକାଶଚାରୀ

କେପ୍‌ କାନ୍‌ଭେରାଲ,୨୬ା୮: ଚାରି ଦେଶରୁ ୪ ମହାକାଶଚାରୀ ଶନିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରୁ ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ରବିବାର ସ୍ପେସ୍‌ ଏକ୍ସ କ୍ୟାପସୁଲର କକ୍ଷପଥରେ...

ଆର୍ଥିକ ସଙ୍କଟ ସାଙ୍ଗକୁ ବଢୁଛି କରୋନା ମାମଲା

ଇସଲାମାବାଦ,୨୫ା୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ କରୋନା ପ୍ରକୋପ କମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

‘ଖୁବ୍‌ଶୀଘ୍ର ଦେଖା ହେବ’

ବୋଗୋଟା, ୧୦ା୧: ଦୀର୍ଘ ଦିନ ହେଲା ଫୁସ୍‌ଫୁସ୍‌ ଜନିତ ଜଟିଳ ରୋଗରେ ପୀଡ଼ିତ ଥିବା କଲମ୍ବିଆର ୬୦ ବର୍ଷୀୟ ଭିକ୍ଟର ଏସ୍କୋବର୍‌ ଶୁକ୍ରବାର ଇଚ୍ଛାମୃତ୍ୟୁ ବରଣ...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି।...

Advertisement
Archives

Model This Week