କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଲା କେଜରିଓ୍ବାଲଙ୍କ ନମୁନା

ନୂଆଦିଲ୍ଲୀ,୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଗଳାରେ ଦରଜ ଅନୁଭବ କରିବା ସହ ଜ୍ୱର ଲାଗିବାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ। କରୋନା ଭଳି ଲକ୍ଷଣ ପ୍ରକାଶ ପାଇବାରୁ ମଙ୍ଗଳବାର ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳ ସୁଦ୍ଧା ଏହାର ରିପୋର୍ଟ ଆସିଯାଇପାରେ ବୋଲି କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କେଜରିଓ୍ବାଲଙ୍କ ଶରୀରର ତାପମାତ୍ରା କମ୍‌ ହୋଇଯିବା ସହ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମଙ୍ଗଳବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ବୈଠକକୁ ବାତିଲ କରି ଦେଇଛନ୍ତି। ତେବେ କେଜରିଓ୍ବାଲ ହୋମ ଆଇସୋଲେଶନରେ ରହିବା ପରେ ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ଏହାସହ ‘ଟେକ କେୟାର ଏକେ’ ବୋଲି ମଧ୍ୟ ଟ୍ରେଣ୍ଡ କରୁଛି। ଏବେ କୁହାଯାଉଛି କି ଯଦି କେଜରିଓ୍ବାଲଙ୍କ ରିପୋର୍ଟ ପଜିଟିଭ ଆସିଲା ତେବେ ସମ୍ପୂର୍ଣ୍ଣ କ୍ୟାବିନେଟ ଓ ତାଙ୍କ ସହ କାମ କରିଥିବା ଟିମ୍‌ର କରୋନା ଟେଷ୍ଟ କରାଯାଇପାରେ। କାରଣ ରବିବାର କ୍ୟାବିନେଟ ବୈଠକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ !

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ ନିଜକୁ ଦାୟୀ କରିଛି। ସଂଗଠନର ସୋସିଆଲ୍‌...

ଠକିଗଲେ ଚାଷୀକୁଳ

ନୂଆଦିଲ୍ଲୀ,୨ା୨:୩ ନୂଆ କୃଷି ଆଇନକୁ ନେଇ ମୁହଁାମୁହିଁ ସ୍ଥିତିରେ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ,...

କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ

ମେକ୍ସିକୋ,୨।୭: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର...

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ...

ଲକ୍‌ଡାଉନ୍‌ ଦୁଃଖ: ବିପଦରେ ୩୦୦ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା...

ଦିଲ୍ଲୀରେ ପ୍ରଥମ ତିନି ତଲାକ୍‌ ମାମଲା

ନୂଆଦିଲ୍ଲୀ,୧୧ା୮(ପି.ଟି.): ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ତିନି ତଲାକ୍‌ ଆଇନ ପ୍ରଣୟନ ହେବା ପରେ ଦିଲ୍ଲୀରେ...

Advertisement
Archives

Model This Week